ETV Bharat / international

ପଶ୍ଚିମାଞ୍ଚଳ ଆଫଗାନିସ୍ତାନରେ ଆତ୍ମ ସମର୍ପଣ କଲେ 130 ତାଲିବାନ ଆତଙ୍କବାଦୀ

ପଶ୍ଚିମାଞ୍ଚଳ ଆଫଗାନିସ୍ତାନରେ 130 ଜଣ ତାଲିବାନ ଆତଙ୍କବାଦୀ ଆତ୍ମ ସମର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 24, 2021, 9:09 PM IST

ପଶ୍ଚିମାଞ୍ଚଳ ଆଫଗାନିସ୍ତାନରେ ଆତ୍ମ ସମର୍ପଣ କଲେ 130 ତାଲିବାନ ଆତଙ୍କବାଦୀ
ପଶ୍ଚିମାଞ୍ଚଳ ଆଫଗାନିସ୍ତାନରେ ଆତ୍ମ ସମର୍ପଣ କଲେ 130 ତାଲିବାନ ଆତଙ୍କବାଦୀ

କାବୁଲ: ଆଫଗାନିସ୍ତାନ ସରକାରଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ତାଲିବାନ ଆତଙ୍କବାଦୀ । ଆଫଗାନିସ୍ତାନର ପଶ୍ଚିମାଞ୍ଚଳ ହେରଟରେ 130 ତାଲିବାନ ଆତଙ୍କବାଦୀ ଗୁରୁବାର ଆତ୍ମ ସମର୍ପଣ କରିଛନ୍ତି । ତେବେ ଏ ସମ୍ପର୍କରେ ଦେଶର ସ୍ଥାନୀୟ ମୁଖପାତ୍ର ଜିଲାନୀ ଫରହାଦ ସୂଚନା ଦେଇଛନ୍ତି ।

ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ(NDS) ନିକଟରେ ଆତଙ୍କବାଦୀମାନେ ଆତ୍ମ ସମର୍ପଣ କରିଛନ୍ତି । ଦେଶର ଗୁପ୍ତଚର ସଂସ୍ଥାର ମୁଖପାତ୍ର ଫରହଦା କହିଛନ୍ତି । ଆତଙ୍କବାଦୀମାନେ 85 AK-47 ବନ୍ଧୁକ, 5ଟି PK ବନ୍ଧୁକ, 5 ରାଉଣ୍ଡ ରକେଟ ଗ୍ରେନେଡ ଲଞ୍ଚର ମଧ୍ୟ ସେମାନେ ଏଜେନ୍ସିକୁ ହସ୍ତାନ୍ତର କରିଛନ୍ତି । ଏହି ଆତଙ୍କବାଦୀମାନେ ଆତ୍ମ ସମର୍ପଣ କରିବା ପରେ ଏଣିକି ହେରଟ ଅଞ୍ଚଳରେ ଶାନ୍ତିର ବାତାବରଣ ରହିବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ସେପଟେ ଏ ସମ୍ପର୍କରେ ତାଲିବାନ ଆତଙ୍କବାଦୀ ଗ୍ରୁପ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ତେବେ ସୂଚନା ଥାଉ କି ତାଲିବାନ ଲଗାତାର ଭାବେ ଆଫଗାନିସ୍ତାନର ସରକାରୀ ଫୋର୍ସ ଉପରେ ଆକ୍ରମଣ କରିଆସୁଥିଲା । ଆମେରିକା ଆଫଗାନିସ୍ତାନରୁ ମେ 1 ତାରିଖରେ ସୁରକ୍ଷା ବାହିନୀ ପ୍ରତ୍ୟାହାର ପରେ ତାଲିବାନ ଏହି ଆକ୍ରମଣ କରିଛି । ଏହାରି ମଧ୍ୟରେ ତାଲିବାନର ଆତଙ୍କବାଦୀ ଆତ୍ମ ସମର୍ପଣ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.