ETV Bharat / international

'ଆମେରିକା-ତାଲିବାନ ଶାନ୍ତିଚୁକ୍ତି ପରଠାରୁ ମୃତାହତ ହୋଇଛନ୍ତି 10,708 ଆଫଗାନ ସୈନ୍ୟ' - ଆଫଗାନ ସୈନ୍ୟ

ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେବା ପରଠାରୁ ଆଫଗାନିସ୍ତାନ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀ (ANDSF)ର ମୋଟ 10,708 ସଦସ୍ୟ ମୃତାହତ ହୋଇଛନ୍ତି । ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ଏଭଳି ତଥ୍ୟ ପ୍ରକାଶ କରିଛନ୍ତି ।

ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି
ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି
author img

By

Published : Jul 29, 2020, 4:07 PM IST

କାବୁଲ: 18 ବର୍ଷର ରକ୍ତପାତର ଅନ୍ତ ଘଟାଇ ଫେବୃଆରୀ 29ରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ ଆମେରିକା ଏବଂ ତାଲିବାନ । ଏହି ଶାନ୍ତି ଚୁକ୍ତି ପରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଚାଲିଥିବା ମହାଯୁଦ୍ଧର ଅନ୍ତ ଘଟିଛି । ସେପଟେ ଏହି ଶାନ୍ତି ଚୁକ୍ତି ଆଫଗାନିସ୍ତାନ ସରକାରଙ୍କୁ ଭାରି ପଡିଥିବା ଜଣାପଡିଛି । ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେବା ପରଠାରୁ ଆଫଗାନିସ୍ତାନ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀ (ANDSF)ର ମୋଟ 10,708 ସଦସ୍ୟ ମୃତାହତ ହୋଇଛନ୍ତି । ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ଏଭଳି ତଥ୍ୟ ପ୍ରକାଶ କରିଛନ୍ତି ।

ଏନେଇ ଘାନି କଗିଛନ୍ତି, 2020 ଫେବୃଆରୀ 29 ରୁ 2020 ଜୁଲାଇ 21 ମଧ୍ୟରେ ANDSFର 10,708 ସୈନ୍ୟ ମୃତାହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 3560 ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ 6781 ସୈନ୍ୟ ଆହତ ହୋଇଛନ୍ତି । ଅବଶିଷ୍ଟ ସୈନ୍ୟଙ୍କୁ ଅପହରଣ କିମ୍ବା କାରାଗାରରେ ରଖାଯାଇଥିବା ସେ କହିଛନ୍ତି । ସେହିପରି ଏହି ସମୟ ମଧ୍ୟରେ 775 ଜଣ ଆଫଗାନ ନାଗରିକ ପ୍ରାଣ ହରାଇଥିବା ବେଳେ 1,609 ଜଣ ଆହତ ହୋଇଛନ୍ତି ଏବଂ 689 ଜଣ ଅପହରଣ ହୋଇଛନ୍ତି ବୋଲି ଘାନି କହିଛନ୍ତି ।

ଫେବୃଆରୀ 29 ରେ ଆମେରିକା ଏବଂ ତାଲିବାନ ମଧ୍ୟରେ କତାରର ରାଜଧାନୀ ଦୋହାରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଚୁକ୍ତି ଅନୁଯାୟୀ, 14 ମାସ ମଧ୍ୟରେ ଆମେରିକା ନିଜ ସୈନ୍ୟମାନଙ୍କୁ ଧୀରେ ଧୀରେ ପ୍ରତ୍ୟାହାର କରିବ । ଏହା ବ୍ୟତୀତ ଆନ୍ତ-ଆଫଗାନିସ୍ତାନ ବୁଝାମଣା ଏବଂ ବନ୍ଦୀଙ୍କୁ ମୁକ୍ତ କରିବାକୁ ଏହି ଚୁକ୍ତିରେ ସର୍ତ୍ତ ରଖାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.