ETV Bharat / international

ଦକ୍ଷିଣ କୋରିଆରେ 10 ଆମେରିକୀୟ ଯବାନ କୋଭିଡ ପଜିଟିଭ

ଦକ୍ଷିଣ କୋରିଆରେ ପହଞ୍ଚିଥିବା ଆମେରିକୀୟ ଯବାନ ଧିରେ ଧିରେ କୋରୋନା କବଳରେ ସଂକ୍ରମିତ ହେଉଥିବା ଦେଖାଯାଉଛି । ଏହି କ୍ରମରେ ସୋମବାରୁ ପୁଣି 10 ଜଣ ଆମେରିକୀୟ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଛି ।

corona situation in south korea, corona update in south korea, us soldiers tested positive in south korea, usfk staff tested positive, ଦକ୍ଷିଣ କୋରିଆରେ କୋରୋନା ସ୍ଥିତି, ଦକ୍ଷିଣ କୋରିଆରେ କୋରୋନା ଅପଡେଟ, ଦକ୍ଷିଣ କୋରିଆରେ ଆମେରିକୀୟ ଜବାନ କୋରୋନା ପଜିଟିଭ, ୟୁଏସଏଫକେ ସଦସ୍ୟ କୋରୋନା ପଜିଟିଭ
ଦକ୍ଷିଣ କୋରିଆରେ 10 ଆମେରିକୀୟ ଜବାନ କୋଭିଡ ପଜିଟିଭ
author img

By

Published : Jul 21, 2020, 6:22 AM IST

ସିଓଲ: ଦକ୍ଷିଣ କୋରିଆରେ ପହଞ୍ଚିଥିବା ଆମେରିକୀୟ ଯବାନ ଧିରେ ଧିରେ କୋରୋନା କବଳରେ ସଂକ୍ରମିତ ହେଉଥିବା ଦେଖାଯାଉଛି । ଏହି କ୍ରମରେ ସୋମବାରୁ ପୁଣି 10 ଜଣ ଆମେରିକୀୟ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରେ 6 ଜଣ ଯବାନ ରହିଥିବା ବେଳେ ବଳକା 4 ଜଣ ସେମାନଙ୍କ ପରିବାର ସଦସ୍ୟ ହୋଇଥିବା ଜଣା ପଡିଛି । ସେପଟେ ଆକ୍ରାନ୍ତ ଯବାନମାନେ ୟୁଏସ ଫୋର୍ସେସ କୋରିଆ(ୟୁଏସଏଫକେ)ର ସଦସ୍ୟ ହୋଇଥିବା ବେଳେ ଗତ ସପ୍ତାହ ସେମାନେ ଦକ୍ଷିଣ କୋରିଆରେ ପହଞ୍ଚିଥିବା ଜଣା ପଡିଛି ।

ସମ୍ପୃକ୍ତ ଆମେରିକୀୟମାନେ ଗତ 12 ଓ 15 ଜୁଲାଇରେ ଦକ୍ଷିଣ ଆଫ୍ରିକାରେ ଆସି ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରୁ 6 ଜଣଙ୍କ ପ୍ରାଥମିକ ପର୍ଯ୍ୟାୟ ଟେଷ୍ଟିଂରେ ପଜିଟିଭି ଥିବା ଜଣା ପଡିଥିଲେ । ଏଥିରୁ 2 ଜଣଙ୍କ ପାଖରେ ଖୁବ କମ ଲକ୍ଷଣ ଥିବା ମଧ୍ୟ ଦେଖାଯାଇଥିଲା । ଫଳରେ ସେମାନଙ୍କର ପୁଣି ଆଉ ଥରେ ଟେଷ୍ଟିଂ କରାଯାଇଥିଲା । ପରେ ସେମାନେ ପଜିଟିଭ ରହିଥିବା ଦେଖାଯାଇଥିଲା ।

ପଜିଟିଭ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କ ଏକ ଆଇସୋଲେସନ ସେଣ୍ଟରକୁ ପଠାଯାଇଥିଲା । ତେବେ ସଦ୍ୟ ଚିହ୍ନଟ 10 ଆକ୍ରାନ୍ତଙ୍କ ମିଶାଇ ମୋଟ 98 ଜଣ ୟୁଏସଏଫକେ ସଦସ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ 62 ଜଣ କେବଳ ଜୁଲାଇରେ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତେ ସର୍ଭିସ ମେମ୍ବର ହୋଇଥିବା ଜଣା ପଡିଛି ।

ତେବେ ଆଇସୋଲେସନ ଅବଧି ସାରିବା ପରେ ସମ୍ପୃକ୍ତ ଆମେରିକୀୟମାନଙ୍କର ପୁନଃ ଟେଷ୍ଟିଂ କରାଯିବ । ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ କାର୍ଯ୍ୟରେ ସାମିଲ ହେବା ପାଇଁ ଅନୁମତି ଦିଆୟିବ । ସେପଟେ ସୋମବାର ଦକ୍ଷିଣ କୋରିଆରେ 26ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖାଯାଇଥିଲା । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 13,771ରେ ପହଞ୍ଚିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.