କରାଚି: ପାକିସ୍ତାନରେ କୋରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ଜାରି ରହିଛି । ଏହି ଲକଡାଉନ ସମୟରେ ଦେଶରେ ବାରମ୍ବାର ଅପ୍ରିତିକର ଘଟଣା ମାନ ସାମ୍ନାକୁ ଆସିବାରେ ଲାଗୁଛି । କରାଚିରେ ଲକଡାଉନ ବେଳେ ରାସନ ବଣ୍ଟନ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ସମୟରେ ପୋଲିସର ଗୁଳି ମାଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ 4ଜଣ ପୋଲିସ କର୍ମୀଙ୍କୁ ଗିରଫ କରାଯାଇଛି ।
ଡନ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏକ ଷ୍ଟେସନ୍ ହାଉସ୍ ଅଧିକାରୀ ବୁଧବାର କହିଥିଲେ ଯେ ଦୁଇଟି ସାମାଜିକ ସେବା ସଂଗଠନର ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେ ଜିଲ୍ଲା ପ୍ରଶାସନକୁ ନ ଜଣାଇ ମଙ୍ଗଳବାର ସହରର ନିସ୍ତାର ବସ୍ତି ଅଞ୍ଚଳରେ ଏକ ରାସନ ବଣ୍ଟନ ଅଭିଯାନ କରିଥିଲେ ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଯଦି ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକର୍ମୀ ଗୁଳି ଚାଳନା କରିଥିଲେ ।
ଏହି ସମୟରେ ନିକଟସ୍ଥ ଘରର ଝରକା ନିକଟରେ ଛିଡା ହୋଇଥିବା ଜଣେ ମହିଳାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ପୋଲିସର ସୂଚନାନୁସାରେ, ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ପରେ ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଆଲାମ କହିଛନ୍ତି ଏହି ଘଟଣାରେ ମମଲା ରୁଜୁ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୁଧବାର 4ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।
@IANS ଇନପୁଟ