ETV Bharat / international

ମାସିକ ସବସ୍କ୍ରିପସନ ପ୍ରାଇସ ବଢାଇଲା ୟୁଟ୍ୟୁବ୍ ଟିଭି - ୟୁଟ୍ୟୁବ୍ ଟିଭି ନିଜ ସବସ୍କ୍ରିପସନ୍ ପ୍ରାଇସ ବଢାଇଛି

କଣ୍ଟେଣ୍ଟର ଦାମ୍ ବଢିବାରୁ ୟୁଟ୍ୟୁବ୍ ଟିଭି ନିଜ ସବସ୍କ୍ରିପସନ୍ ପ୍ରାଇସ ବଢାଇଛି । ଜୁନ୍ 30ରୁ ଏହା ଲାଗୁ ହୋଇଛି ବୋଲି କମ୍ପାନୀର ଉପସଭାପତି ଖ୍ରୀଷ୍ଟିଆନ୍ ଓଏଷ୍ଟଲିଏନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ମାସ ପିଛା ସବସ୍କ୍ରିପସନ୍ ପ୍ରାଇସ ବଢାଇଲା ୟୁଟ୍ୟୁବ୍ ଟିଭି

author img

By

Published : Jul 2, 2020, 9:24 PM IST

କାଲିଫର୍ଣ୍ଣିଆ: କଣ୍ଟେଣ୍ଟର ଦାମ୍ ବଢିବାରୁ ୟୁଟ୍ୟୁବ୍ ଟିଭି ନିଜ ସବସ୍କ୍ରିପସନ୍ ପ୍ରାଇସ ବଢାଇଛି । ଜୁନ୍ 30ରୁ ଏହା ଲାଗୁ ହୋଇଛି ବୋଲି କମ୍ପାନୀର ଉପସଭାପତି ଖ୍ରୀଷ୍ଟିଆନ୍ ଓଏଷ୍ଟଲିଏନ ସୂଚନା ଦେଇଛନ୍ତି । ଗୋଟିଏ ମାସରେ ସବସ୍କ୍ରାଇବ୍ କରିବା ପାଇଁ ଏବେ 64.99 ଆମେରିକୀୟ ଡଲାର ଖର୍ଚ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ନୂଆ ସଦସ୍ୟଙ୍କ ପାଇଁ ଏହି ପ୍ରାଇସ ବଢିଛି ବୋଲି ଜଣାପଡିଛି । ପୁରୁଣା ସଦସ୍ୟ ଜୁଲାଇ 30 ପରେ ନିଜ ବିଲରେ ଏହି ବର୍ଦ୍ଧିତ ଅର୍ଥ ସମ୍ପର୍କରେ ଜାଣିପାରିବେ । ଜୁଲାଇ ଆରମ୍ଭରେ ୟୁଟ୍ୟୁବ୍ ଟିଭି ସହ ଯୋଡିବାକୁ ଥିବା ଲୋକଙ୍କ ପାଇଁ ଏହି ଅର୍ଥ ସ୍ଥିର କରିଛି କମ୍ପାନୀ ।

ତେବେ ସଦସ୍ୟଙ୍କ ପାଇଁ ଏହା ଏକ କଷ୍ଟକର ସମୟ ଏବଂ ଏଥିପାଇଁ କମ୍ପାନୀ ଦୁଃଖିତ ବୋଲି ଖ୍ରୀଷ୍ଟିଆନ୍ ପ୍ରକାଶ କରିଛନ୍ତି । ହେଲେ କଣ୍ଟେଣ୍ଟରେ ବଢୁଥିବା ଦାମ୍ ଦେଖି ଏପରି ନିଷ୍ପତ୍ତି ନେଇଛି କମ୍ପାନୀ । ନିୟମ ଅନୁସାରେ ସମସ୍ତ ପ୍ରକାର ଦାମ୍ ସ୍ଥିର କରାଯାଇଛି । ଏଥିରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ । ଆଗାମୀ ଦିନରେ ୟୁଜର୍ସଙ୍କୁ ଅନେକ ଅଫର ଦେଇ ଏହାର ଭରଣା କରିବାକୁ ଚେଷ୍ଟା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ୟୁଟ୍ୟୁବ୍ ଟିଭିରେ ଅଧିକ ବ୍ରାଣ୍ଡ ସାମିଲ ହୋଇଥିବା ଜଣାପଡିଛି । ସିଏମଟି, ବିଇଟି, କମେଡି ସେଣ୍ଟ୍ରାଲ, ପାରାମାଉଣ୍ଟ ନେଟୱାର୍କ, ଭଏଚୱାନ ଭଳି ବ୍ରାଣ୍ଡ ଏବେ ଟିଭି ସହ ଯୋଡି ହୋଇଛନ୍ତି । ବର୍ତ୍ତମାନ ଏହି ସବୁ ବ୍ରାଣ୍ଡର ଶୋ ୟୁଜର୍ସ ୟୁଟ୍ୟୁବ୍ ଦ୍ବାରା ଦେଖିପାରିବେ ବୋଲି ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.