ETV Bharat / international

ଡେସ୍କଟପ୍‌ ଓ ମୋବାଇଲରେ ରୋଲ ଆଉଟ ହେଲା ୟୁଟ୍ୟୁବ୍‌ର ଭିଡିଓ ଚାପଟର - ମୋବାଇଲ ଓ ଡେସ୍କଟପ ପାଇଁ ୟୁଟ୍ୟୁବ୍‌ର ନୂଆ ଫିଚର

ଡେସ୍କଟପ୍‌, ମୋବାଇଲ ଓ ଟାବଲେଟରେ ନିଜ ୟୁଜର୍ସଙ୍କ ସାହାଯ୍ୟ କରିବା ପାଇଁ ୟୁଟ୍ୟୁବ୍‌ ଆଣିଛି ନୂଆ ଭିଡିଓ ଚାପଟର । ଏହା ଦ୍ବାରା ୟୁଜର୍ସମାନେ ନିଜ ପସନ୍ଦର ଭିଡିଓ ଫିଡ ପାଇପାରିବେ ଓ ନିଜ ପସନ୍ଦର ଭିଡିଓରେ ଅଧିକେ ସମୟ ବିତାଇ ପାରିବେ ।

youtube's video chapter, youtube latest news, new feature to youtube, youtube's new feature for desktop and mobile, latest technology news, ୟୁଟ୍ୟୁବ୍‌ ଭିଡିଓ ଚାପଟର, ୟୁଟ୍ୟୁବ୍‌ ଲାଟେଷ୍ଟ ନ୍ୟୁଜ୍‌, ୟୁଟ୍ୟୁବ୍‌ର ନୂଆ ଫିଚର, ମୋବାଇଲ ଓ ଡେସ୍କଟପ ପାଇଁ ୟୁଟ୍ୟୁବ୍‌ର ନୂଆ ଫିଚର, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଡେସ୍କଟପ୍‌ ଓ ମୋବାଇଲରେ ରୋଲ ଆଉଟ ହେଲା ୟୁଟ୍ୟୁବ୍‌ର ଭିଡିଓ ଚାପଟର
author img

By

Published : May 30, 2020, 6:34 AM IST

ସାନ ଫ୍ରାନ୍ସିସ୍କୋ: ଡେସ୍କଟପ୍‌, ମୋବାଇଲ ଓ ଟାବଲେଟରେ ନିଜ ୟୁଜର୍ସଙ୍କ ସାହାଯ୍ୟ କରିବା ପାଇଁ ୟୁଟ୍ୟୁବ୍‌ ଆଣିଛି ନୂଆ ଭିଡିଓ ଚାପଟର । ଏହା ଦ୍ବାରା ୟୁଜର୍ସମାନେ ନିଜ ପସନ୍ଦର ଭିଡିଓ ଫିଡ ପାଇପାରିବେ ଓ ନିଜ ପସନ୍ଦର ଭିଡିଓରେ ଅଧିକେ ସମୟ ବିତାଇ ପାରିବେ । ଏହା କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଅଧିକ ଶାଳୀନତାର ସହ ନିଜ ଭିଡିଓ ପରିବେଷଣ କରିବାର ସୁଯୋଗ ମଧ୍ୟ ଦେବ । ଅନ୍ୟ ଶବ୍ଦରେ କହିଲେ ଏହା ସ୍ବତନ୍ତ୍ର ଭାବେ ଲଙ୍ଗ-ଫର୍ମ ଭିଡିଓ ପାଇଁ ଅଧିକ ଉପଯୋଗୀ ।

ଚାପଟର ଦ୍ବାରା ଏପରି ଭିଡିଓଗୁଡିକୁ ବହି ଆକାରରେ ସଜାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ୟୁଜର୍ସ ଚାହିଁଲେ ନିଜ ଇଚ୍ଛା ମୁତାବକ କିଛି ଅନାବଶ୍ୟକୀୟ ଅଂଶକୁ ସ୍କିପ କରିପାରିବେ । ତେବେ ଏହି ରୋଲ ଆଉଟ ନେଇ ୟୁଟ୍ୟୁବ୍‌ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇ କହିଥିଲା କି ଅଫିସିଆଲି ଭିଡିଓ ଚାପଟର ରୋଲ ଆଉଟ ହେବା ଆରମ୍ଭ ହୋଇଛି । ଏହି ଚାପଟର ଆସିବା ପରେ ୟୁଜର୍ସ ୟୁଟ୍ୟୁବ୍‌ରେ ଅଧିକ ସମୟ ଆକ୍ଟିଭ ରହିବା ନେଇ କମ୍ପାନୀ ଆଶା ରଖିଛି ।

ପୂର୍ବରୁ ଏହା ୟୁଟ୍ୟୁବ୍‌ ଦ୍ବାରା ଏପ୍ରିଲ ମାସରେ ସଫ୍ଟ ଲଞ୍ଚ ହୋଇଥିଲା । ତେବେ ଡେସ୍କଟପରେ ୟୁଜର୍ସ ନିଜେ ଦେଖୁଥିବା ଭିଡିଓର ଚାପଟର ଅଛି କି ନାହିଁ ଜାଣିବା ପାଇଁ ଭିଡିଓର ପ୍ରୋଗ୍ରେସନ ଦର୍ଶାଉଥିବା ବାର୍‌ରେ କର୍ସର ଆଣିବା ମାତ୍ରେ ଦେଖିପାରିବେ । ଏହି ବାରରେ ବ୍ରେକ ଦ୍ବାରା ଗୋଟିଏ ଚାପଟରର ଶେଷ ଦର୍ଶାଇ ଦିଆଯିବ । ଏହି ବ୍ରେକ ସମୟରେ ଚାପଟରର ନାମ ଓ ଅନ୍ୟ ତଥ୍ୟ ୟୁଜର୍ସମାନେ ପାଇପାରିବେ । ସମାନ ଭାବେ ମୋବାଇଲରେ ମଧ୍ୟ ୟୁଜର୍ସ ଚାପଟର ସମ୍ପର୍କରେ ଜାଣିପାରିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.