ୱାଶିଂଟନ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 152ତମ ଜନ୍ମ ବାର୍ଷିକୀ ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମିଳିତ ଜାତିସଂଘର ସାଧାରଣ ସଂପାଦକ ଆଣ୍ଟୋନିଓ ଗୁଟେରସ୍ । ବିଶ୍ବର ଶାନ୍ତି ପ୍ରତିଷ୍ଠା ପାଇଁ ଗାନ୍ଧିଜୀଙ୍କ ବାର୍ତ୍ତା ପ୍ରତି ବିଶ୍ବବାସୀ ଧ୍ୟାନ ଦେବା ଉଚିତ ଏବଂ ବିଶ୍ବାସ ଓ ସହନଶୀଳତାର ଏକ ନୂତନ ଯୁଗ ଆରମ୍ଭ କରିବା ଉଚିତ ବୋଲି ଆଣ୍ଟୋନିଓ କହିଛନ୍ତି ।
ଘୃଣା, ବିଭାଜନ ଏବଂ ବିବାଦର ଦିନ ଅତିବାହିତ ହୋଇଛି । ଏବେ ସମୟ ଆସିଛି ସମସ୍ତେ ଶାନ୍ତି, ବିଶ୍ବାସ ଓ ସହନଶୀଳତାର ନୂତନ ଯୁଗରେ ପାଦ ଦେବା । ଆନ୍ତର୍ଜାତିକ ଅହିଂସା ଦିବସ ବା ଗାନ୍ଧିଜୀଙ୍କ ଜୟନ୍ତୀରେ ସମସ୍ତେ ଶାନ୍ତିର ଯୁଗ ଆରମ୍ଭ କରିବା ଉଚିତ । ଆଗାମୀ ଭବିଷ୍ୟତ ପାଇଁ ଶାନ୍ତିର ବାର୍ତ୍ତା ସହିତ ଏକ ମୂଳଦୁଆ ଗଢିବା ପାଇଁ ସେ କହିଛନ୍ତି । ସେ ବିଶ୍ବବାସୀଙ୍କୁ ଏହି ପରାମର୍ଶ ଦେଇ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ମହାତ୍ମା ଗାନ୍ଧୀ ବା ମୋହନ ଦାସ କରମଚାନ୍ଦ ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ଏହାପରେ ଭାରତର ସ୍ବାଧୀନତା ସଂଗ୍ରାମରେ ସେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଅହିଂସା ବାଟରେ ଚାଲି ଶେଷରେ ୧୯୪୭ ମସିହାରେ ଦେଶ ସ୍ବାଧୀନ ହୋଇଥିଲା । ଆଜାଦିର ନୂଆ କିରଣ ଦେଖିଥିଲେ ଦେଶବାସୀ । ସାରା ବିଶ୍ବରେ ଗାନ୍ଧିଜୀଙ୍କ ଜୟନ୍ତୀକୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ ।
@ANI