ETV Bharat / international

ବିଶ୍ବକୁ ବିପଦ: ବଢୁଛି ତାପମାତ୍ରା, ତରଳୁଛି ଗ୍ଲେସିୟର

author img

By

Published : Sep 27, 2019, 11:37 AM IST

ଜଳବାୟୁରେ ପରିବର୍ତ୍ତନ ହେବା କାରଣରୁ ହିମାଳୟର ଥିବା ଗ୍ଲେସିୟର ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ଦ୍ରୁତ ବେଗରେ ତରଳିବାରେ ଲାଗିଛି । ଯାହା ଫଳରେ ଏଠାରୁ ବାହାରି ଥିବା ନଦୀ ଏବଂ ଏହା ସଂଲଗ୍ନ ସମୁଦ୍ରର ଜଳସ୍ତର ବଢୁଥିବା ନେଇ ଜାତିସଙ୍ଘର ଜଳବାୟୁ ସଂସ୍ଥା ପକ୍ଷରୁ କୁହାଯାଇଛି।

ବିଶ୍ବକୁ ବିପଦ: ବଢୁଛି ତାପମାତ୍ରା, ତରଳୁଛି ଗ୍ଲାସିୟର

ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ପାଇଁ ସାଜିଛି ଆତଙ୍କ । ପରିସ୍ଥିତି ଏପରି ହୋଇଛି ଯେ ବିଶ୍ବର ଅନେକ ସହର ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସଦ୍ୟ ମିଳିତ ଜାତିସଙ୍ଘରେ ଚାଲିଥିବା ଅଧିବେଶନରେ ଏହି ସମସ୍ୟାକୁ ନେଇ ଆଲୋଚନା ହୋଇଛି ।

ଏହାର ପ୍ରଭାବ ସ୍ବରୂପ ସମୁଦ୍ର ପତ୍ତନ 2.5 ଗୁଣା ତୀବ୍ରତାର ସହ ଆଗକୁ ବଢିବାରେ ଲାଗିଛି । ବିଂଶ ଶତାବ୍ଦୀରେ ଯେଉଁ ବେଗରେ ଏହା ବଢୁଥିଲା ଏବେ ଏହା ଏକବିଂଶ ଶତାବ୍ଦୀରେ ପ୍ରାୟ ଅଢେଇ ଗୁଣା 2.5 ଗୁଣା ଅଧିକ ବେଗରେ ବଢୁଛି । ଏପରିକି 2100 ମସିହା ବେଳକୁ ଏହା ଆହୁରି ବେଗ ଆହୁରି 4 ଗୁଣା ବୃଦ୍ଧି ପାଇବ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହା କାରଣ ହେଉଛି ପୃଥିବୀ ପୃଷ୍ଠରେ ଥିବା ବଡ ବଡ ବରଫ ଖଣ୍ଡ ଅର୍ଥାତ ଗ୍ଲେସିୟର ତରଳିବା ବୋଲି ଜଳବାୟୁ ବିଶେଷଜ୍ଞ କହିଛନ୍ତି ।

ଏନେଇ ସମଗ୍ର ବିଶ୍ବକୁ ଜାତିସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଇଛି । ତାପମାତ୍ରାରେ ଅହେତୁକ ମାତ୍ରାରେ ବୃଦ୍ଧି ଯୋଗୁଁ ଗ୍ଲେସିୟର ତରଳିବାରେ ଲାଗିଛି । ଫଳରେ ସମୁଦ୍ର ପତ୍ତନ କ୍ରମାଗତ ଭାବେ ବଢିଚାଲିଛି। ପ୍ୟାରିସ ଜଳବାୟୁ ଚୁକ୍ତି ଅନୁସାରେ ଯଦି ଗ୍ଲୋବାଲ ୱାର୍ମିଂ 2 ଡିଗ୍ରୀ ସେଲସିୟସ ତଳେ ରହିବ ତେବେ ଏହି ତାପମାତ୍ରା ବୃଦ୍ଧିକୁ ନିୟନ୍ତ୍ରିତ କରା ଯାଇପାରିବ । ବର୍ତ୍ତମାନ ବିଶ୍ବର ସାମ୍ପ୍ରତିକ ପରିସ୍ଥିତି ଦେଖିଲେ ଏହା ଅସମ୍ଭବ ମନେ ହେଉଛି । ଯାହା ସମଗ୍ର ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିଛି ।

ଏହା ପୂର୍ବରୁ ମଧ୍ୟ ଜାତିସଙ୍ଘର ଜଳବାୟୁ ସଂସ୍ଥା ଏନେଇ ସତର୍କବାଣୀ ଜାରି କରିଥିଲା । ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି । ଏହାଦ୍ୱାରା ପ୍ରାୟ ୪୫ଟି ଉପକୂଳବର୍ତ୍ତୀ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସହର ମଧ୍ୟରେ ଭାରତର ମୁମ୍ବାଇ, ସୁରଟ, କୋଲକାତା ଓ ଚେନ୍ନାଇ ରହିଛି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ।

ଏହାସହ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମାଳୟର ଗ୍ଲାସିୟର ତରଳିବା ଯୋଗୁଁ ଏଥିରୁ ବାହାରିଥିବା ନଦୀର ଜଳସ୍ତର ବଢିବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ସମଗ୍ର ଉତ୍ତର ଭାରତରେ ଜଳ ପ୍ଲାବନ ଦେଖାଦେବ ବୋଲି ଜାତିସଙ୍ଘର ପକ୍ଷରୁ କୁହାଯାଇଛି । ସମୁଦ୍ର ପତ୍ତନ ଲଗାତାର ଭାବେ ବଢିବା ଫଳରେ ଏପରି ପରିସ୍ଥିତି ଦେଖାଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.