ETV Bharat / international

କୋଟିଏ 4 ଲକ୍ଷରେ ପହଁଞ୍ଚିଲା ବିଶ୍ବରେ କୋଭିଡ୍ ସଂକ୍ରମଣ, 5 ଲକ୍ଷ 7 ହଜାର ମୃତ୍ୟୁ

author img

By

Published : Jun 30, 2020, 10:34 AM IST

ସମଗ୍ର ବିଶ୍ବରେ 1 କୋଟି 4 ଲକ୍ଷ 2 ହଜାର 637 ଜଣ କୋରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ 5 ଲକ୍ଷ 7 ହଜାର 518 ଜଣଙ୍କ ମୃତ୍ୟୁ ହୋଇଛି। ତେବେ 56 ଲକ୍ଷରୁ ଅଧିକ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ବିଶ୍ୱର 70 ପ୍ରତିଶତ କରୋନା ମାମଲା କେବଳ 12 ଟି ଦେଶରୁ ଆସିଛି।

କୋଟିଏ 4 ଲକ୍ଷରେ ପହଁଞ୍ଚିଲା ବିଶ୍ବରେ କୋଭିଡ୍ ସଂକ୍ରମଣ, 5 ଲକ୍ଷ 7 ହଜାର ମୃତ୍ୟୁ
କୋଟିଏ 4 ଲକ୍ଷରେ ପହଁଞ୍ଚିଲା ବିଶ୍ବରେ କୋଭିଡ୍ ସଂକ୍ରମଣ, 5 ଲକ୍ଷ 7 ହଜାର ମୃତ୍ୟୁ

ନୂଆଦିଲ୍ଲୀ: ଭୟାନକ କୋରୋନା ଭାଇରସର ଉତ୍ପତ୍ତି ସ୍ଥଳୀ ଚୀନର ଉହାନ ସହର। ଏହି ସ୍ଥାନରୁ ପ୍ରଥମେ ଭାଇରସ ବିସ୍ତାର ଲାଭ କରି ଏବେ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି। ତେବେ କୋରୋନା ପାଇଁ ସମଗ୍ର ବିଶ୍ବରେ 1 କୋଟି 4 ଲକ୍ଷ 2 ହଜାର 637 ଜଣ ସଂକ୍ରମିତ ହୋଇଥିବା ବେଳେ 5 ଲକ୍ଷ 7 ହଜାର 518 ଜଣଙ୍କ ମୃତ୍ୟୁ ହୋଇଛି।

ତେବେ 56 ଲକ୍ଷରୁ ଅଧିକ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ବିଶ୍ୱର 70 ପ୍ରତିଶତ କରୋନା ମାମଲା କେବଳ 12 ଟି ଦେଶରୁ ଆସିଛି। ଏହି ଦେଶଗୁଡିକରେ କୋରୋନା ପୀଡିତଙ୍କ ସଂଖ୍ୟା 72 ଲକ୍ଷରୁ ଅଧିକ ।

କୋରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ଶୀର୍ଷରେ ରହିଛି। ଏପର୍ଯ୍ୟନ୍ତ 26.80 ଲକ୍ଷ ଲୋକ ସଂକ୍ରମଣର ଶିକାର ହୋଇଥିବାବେଳେ ଏକ ଲକ୍ଷ 28,000 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଏଥି ସହିତ ବ୍ରାଜିଲରେ ମଧ୍ୟ କୋରୋନା ସଂକ୍ରମଣରେ ବ୍ରେକ୍ ଲାଗୁନି। ଆମେରିକା ଅପେକ୍ଷା ଏଠାରେ ଅଧିକ ମାମଲା ଏବଂ ମୃତ୍ୟୁ ପଞ୍ଜିକୃତ ହୋଇଛି। ବ୍ରାଜିଲରେ ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 259 ହଜାର ନୂଆ ମାମଲା ସାମ୍ନାକୁ ଆସି ଥିବା ବେଳେ 727 ଜଣଙ୍କର ମୃତ୍ୟୁ ହୋଇଛି।

ବ୍ରାଜିଲରେ ଏବେ 13 ଲକ୍ଷ 70 ହଜାର 488 ସଂକ୍ରମିତ ଓ 58 ହଜାର 385 ମୃତକ ରେକର୍ଡ କରିଛି। ରଷିଆ ୬ ଲକ୍ଷ ୪୧ ହଜାର ୧୫୬ ଜଣ ସଂକ୍ରମିତ, ୯ ହଜାର ୧୬୬ ଜଣ ମୃତ। ବ୍ରିଟେନରେ ମଧ୍ୟ ୩ ଲକ୍ଷ ୧୧ ହଜାର ୯୬୫ ସଂକ୍ରମିତ, ୪୩ ହଜାର ୫୭୫ ଜଣ ମୃତକ ରହିଛନ୍ତି। ଏହାପରେ ପରେ ସ୍ପେନ, ପେରୁ ,ଚିଲି, ଇଟାଲୀ,ଇରାନ ଓ ପାକିସ୍ତାନ ସଂକ୍ରମିତ ତାଲିକାର 10 ସ୍ଥାନ ମଧ୍ୟରେ ରହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.