ETV Bharat / international

ଟ୍ରମ୍ପଙ୍କୁ ଝଟକା, ନୂଆ 'ଓବାମା କେୟାର' ବିଧେୟକ ଜାରି କଲେ ବାଚସ୍ପତି

author img

By

Published : Jun 25, 2020, 6:59 PM IST

ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ଓବାମା କେୟାରର ବିସ୍ତାର ପାଇଁ ଏକ ନୂଆ ଯୋଜନା ଜାରି କରିଛନ୍ତି । ଟ୍ରମ୍ପ ପ୍ରଶାସନ ଏହାକୁ ରଦ୍ଦ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହେବା ପାଇଁ ନିଷ୍ପତ୍ତି ନେଇଥିଲା ।

ବାଚସ୍ପତି
ବାଚସ୍ପତି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ଓବାମା କେୟାରର ବିସ୍ତାର ପାଇଁ ନୂଆ 'ଓବାମା କେୟାର' ବିଧେୟକ ଜାରି କରିଛନ୍ତି । ତେବେ ଟ୍ରମ୍ପ ପ୍ରଶାସନ ଏହାକୁ ରଦ୍ଦ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହେବା ପାଇଁ ନିଷ୍ପତ୍ତି ନେଇଥିଲା । ଏହା ସତ୍ବେ ପେଲୋସିଙ୍କ ଏଭଳି ନିଷ୍ପତ୍ତି ଟ୍ରମ୍ପଙ୍କୁ ଶକ୍ତ ଝଟକା ଦେଇଛି ।

ତେବେ ପେଲୋସି ଏହି ଯୋଜନା ଉପରେ ଚର୍ଚ୍ଚା କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସୋମବାର ଏହି ବିଲ୍‌ ସଂସଦରେ ଉପସ୍ଥାପନା କରିବାକୁ ଚାହୁଁଛନ୍ତି ପେଲୋସି । ଅନ୍ୟପକ୍ଷରେ ଗୁରୁବାର ଟ୍ରମ୍ପ ପ୍ରଶାସନ ଏଫୋର୍ଡେବଲ କେୟାର ଆକ୍ଟକୁ ଅସମ୍ବିଧାନିକ ଘୋଷଣା କରିବା ପାଇଁ ଉଚ୍ଚତମ ନ୍ୟାୟାଳୟରେ ଦସ୍ତାବିଜ ଦାଖଲ କରିବାର ସମ୍ଭାବନା ରହିଛି ।

ଏନେଇ ପେଲୋସି କହିଛନ୍ତି, ଏହି ସ୍ବାସ୍ଥ୍ୟ ବିମା ବିସ୍ତାର ପାଇଁ ପ୍ରାୟ 2 କୋଟି ଲୋକଙ୍କୁ ରୋକିବାର ପ୍ରୟାସ ଭୁଲ ଥିଲା । ଏବେ ଏହା ମୁର୍ଖତାର ଉଦାହରଣ ହେବ । କୋରୋନା ଭାଇରସ ସଂକ୍ରମଣର ମାମଲା ଟେକସାସ, ଫ୍ଲୋରିଡା ଏବଂ କାଲିଫର୍ଣ୍ଣିଆ ଭଳି ପ୍ରମୁଖ ରାଜ୍ୟରେ ବଢିବାରେ ଲାଗିଛି । ଲକ୍ଷ ଲକ୍ଷ କର୍ମଚାରୀ ଯିଏ ସଟଡାଉନ ଯୋଗୁଁ ଜୀବିକା ହରାଇଛନ୍ତି ସେମାନେ ଏହି ସ୍ବାସ୍ଥ୍ୟ ବୀମା ଉପରେ ଭରଷା କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.