ETV Bharat / international

ଟ୍ରମ୍ପ କାହିଁକି 2020 ରାଷ୍ଟ୍ରପତି ନିର୍ବାଚନ ହାରିବେ ? - ୟୁଏସ ରାଷ୍ଟ୍ରପତି ନିର୍ବାଚନ

କୋଭିଡ-19 ପରିଚାଳନା ନେଇ ହେଉଥିବା ସମାଲୋଚନା ଏବଂ ସଠିକ୍ ଫଳାଫଳ ନମିଳିବା ଯୁକ୍ତି ଦର୍ଶାଇ ଡାକ ଯୋଗେ ଭୋଟଦାନକୁ ବିରୋଧ କରୁଥିବା ଡୋନାଲଡ ଟ୍ରମ୍ପ ଏବର୍ଷର ଆମେରିକା ରାଷ୍ଟ୍ରପତି ନିର୍ବାଚନା ଘୁଞ୍ଚାଇ ଦେବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଜଣେ ପ୍ରଖ୍ୟାତ ଆମେରିକା ଇତିହାସବିଦଙ୍କ କହିବା ଅନୁଯାୟୀ ଟ୍ରମ୍ପଙ୍କ ପାଇଁ ପରାଜୟ ନିଶ୍ଚିତ ଥିବାରୁ ସେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାହୁଁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟ୍ରମ୍ପ କାହିଁକି 2020 ରାଷ୍ଟ୍ରପତି ନିର୍ବାଚନ ହାରିବେ

author img

By

Published : Aug 10, 2020, 5:19 PM IST

ଅରୁଣିମ ଭୂୟାଁ

ନୂଆଦିଲ୍ଲୀ: କୋଭିଡ-19 ପରିଚାଳନା ନେଇ ହେଉଥିବା ସମାଲୋଚନା ଏବଂ ସଠିକ୍ ଫଳାଫଳ ନମିଳିବା ଯୁକ୍ତି ଦର୍ଶାଇ ଡାକ ଯୋଗେ ଭୋଟଦାନକୁ ବିରୋଧ କରୁଥିବା ଡୋନାଲଡ ଟ୍ରମ୍ପ ଏବର୍ଷର ଆମେରିକା ରାଷ୍ଟ୍ରପତି ନିର୍ବାଚନା ଘୁଞ୍ଚାଇ ଦେବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଜଣେ ପ୍ରଖ୍ୟାତ ଆମେରିକା ଇତିହାସବିଦଙ୍କ କହିବା ଅନୁଯାୟୀ ଟ୍ରମ୍ପଙ୍କ ପାଇଁ ପରାଜୟ ନିଶ୍ଚିତ ଥିବାରୁ ସେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାହୁଁଛନ୍ତି। ଏହି ଇତିହାସବିଦ୍ ଗତ ଚାରି ଦଶନ୍ଧିରୁ ଅଧିକ କାଳ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ସଠିକ୍ ଆକଳନ କରି ଆସୁଛନ୍ତି ।

ୱାଶିଂଟନ ଡିସିସ୍ଥିତ ଆମେରିକା ବିଶ୍ବବିଦ୍ୟାଳୟର ଆଲାନ ଲିଟମ୍ୟାନଙ୍କ ଆକଳନ ରିପୋର୍ଟ ଗତ ସପ୍ତାହର ନ୍ୟୁୟର୍କ ଟାଇମସରେ ପ୍ରକାଶ ପାଇଛି। ଏଥିରେ ସେ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ କିଜ୍(Keys) ମଡେଲ ଅନୁଯାୟୀ ସେ କରିଥିବା ଆକଳନରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାଜୟ ନିଶ୍ଚିତ।

“ଦି କିଜ୍ ଟୁ ଦ ହ୍ବାଇଟ ହାଉସ” ପୁସ୍ତକର ଲେଖକ ଲିଟମ୍ୟାନ ତାଙ୍କର କିଜ୍(Keys) ମଡେଲ ପାଇଁ 13ଟି ଐତିହାସିକ କାରଣ ବ୍ୟବହାର କରି ଆସୁଛନ୍ତି, ଯାହାକି 1980 ପରଠାରୁ ଅଧିକାଂଶ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ସଠିକ୍ ଆକଳନ କରି ଆସୁଛନ୍ତି। ଯାହାକି ଅନ୍ୟ ସଂସ୍ଥା ସବୁ କରୁଥିବା ପୂର୍ବାନୁମାନ ରିପୋର୍ଟଠାରୁ ଅଧିକ ସଠିକ୍ ରହୁଛି।

ଉଦାହରଣତଃ, ଫାଇନାନସିଆଲ ଟାଇମସ ନିକଟରେ ରିଆଲ କ୍ଲିୟର ପଲିଟିକ୍ସର ତଥ୍ୟକୁ ନେଇ କରିଥିବା ପୂର୍ବାନୁମାନ ରିପୋର୍ଟ ଅନୁଯାୟୀ ଡେମୋକ୍ରାଟ ପ୍ରାର୍ଥୀ ଜୋଏ ବିଦେନ ଇଲେକଟୋରାଲ କଲେଜର ମୋଟ 538ରୁ 308 ଭୋଟ ପାଇପାରନ୍ତି। ଏହି ରିପୋର୍ଟରେ ଟ୍ରମ୍ପକୁ କେବଳ ମାତ୍ର 113ଟି ଭୋଟ ମିଳିବ ବୋଲି କୁହାଯାଇଛି। ବିଜୟୀ ପ୍ରାର୍ଥୀଙ୍କୁ 538 ଭୋଟରୁ 270 ଜିତିବାକୁ ପଡ଼ିବ।

ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି, ତାଙ୍କ ପକ୍ଷରେ ବହୁ ସଂଖ୍ୟାରେ ନିରବ ସମର୍ଥକ ରହିଛନ୍ତି। କିନ୍ତୁ ଜନମତ ସଂଗ୍ରହରେ ସେମାନଙ୍କ ମତ ବିଚାରକୁ ନିଆଯାଇନାହିଁ। ହେଲେ ସେ ଯାହାହେଉ, ଲିଟମ୍ୟାନ ତାଙ୍କର କିଜ୍(Keys) ମଡେଲକୁ ଆଧାର କରି ଦୃଢତାର ସହ କହିଛନ୍ତି ଯେ, ଟ୍ରମ୍ପଙ୍କ ପରାଜୟ ସୁନିଶ୍ଚିତ।

ସୁତରାଂ ଏବେ ଜାଣିବା କ’ଣ ସେ କିଜ୍(Keys) ମଡେଲ ଏବଂ ଏହା କିପରି କାମ କରେ?

ଯେଉଁ 13ଟି ଐତିହାସିକ କାରଣ ଉପରେ ମଡେଲ ଆଧାରିତ ସେଗୁଡିକ ହେଲା: ମଧ୍ୟବର୍ତ୍ତିକାଳୀନ ଫାଇଦା, ପ୍ରତିଦ୍ବିନ୍ଦ୍ବିତା ନାହିଁ, କ୍ଷମତାସୀନ, ତୃତୀୟ ପକ୍ଷ ନାହାଁନ୍ତି, ଶକ୍ତିଶାଳୀ ସ୍ବଳ୍ପକାଳୀନ ଅର୍ଥନୀତି, ଶକ୍ତିଶାଳୀ ଦୀର୍ଘକାଳୀନ ଅର୍ଥନୀତି, ବଡ଼ ଧରଣର ନୀତି ପରିବର୍ତ୍ତନ, କୋଣସି ଦୁର୍ନୀତି ନାହିଁ, ବୈଦେଶିକ ଓ ପ୍ରତିରକ୍ଷା କ୍ଷେତ୍ରରେ ସଫଳତା, ବିଫଳତା, ସାମାଜିକ ଅସ୍ଥିରତା ନାହିଁ, କ୍ଷମତାରେ ଥିବା ସମୟରେ ଲୋକପ୍ରିୟତା ଏବଂ ଲୋକପ୍ରିୟତାବିହୀନ ପ୍ରତିଦ୍ବନ୍ଦ୍ବୀ।

ପ୍ରତ୍ୟେକ 13ଟି କିଜ୍ ଦୁଇଟି ଉତ୍ତର ଉପରେ ଆଧାରିତ: ହଁ କିମ୍ବା ନା। ଯଦି ଛଅଟି କିମ୍ବା ଅଧିକ କିଜ୍ ମିଥ୍ୟା ହୁଏ, ତେବେ ଆମେରିକା ରାଷ୍ଟ୍ରପତିଙ୍କ ପରାଜୟ ନିଶ୍ଚିତ। ଲିଟମ୍ୟାନଙ୍କ ଥିଓରୀରେ ଟ୍ରମ୍ପ ବନାମ ବିଦେନ ମୁକାବିଲାରେ ସାତଟି କିଜ୍ ର ଉତ୍ତର ମିଥ୍ୟା ହୋଇଥିବାରୁ ଡେମୋକ୍ରାଟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ରହିଛି। ଟ୍ରମ୍ପଙ୍କ କ୍ଷେତ୍ରରେ ଯେଉଁ 7ଟି କିଜ୍ ମିଥ୍ୟା କୁହାଯାଇଛି ସେଗୁଡିକ ହେଲା ମଧ୍ୟବର୍ତ୍ତିକାଳୀନ ଫାଇଦା, ଶକ୍ତିଶାଳୀ ସ୍ବଳ୍ପକାଳୀନ ଅର୍ଥନୀତି, ଶକ୍ତିଶାଳୀ ଦୀର୍ଘକାଳୀନ ଅର୍ଥନୀତି, ସାମାଜିକ ଅସ୍ଥିରତା ନାହିଁ, ଦୁର୍ନୀତି ନାହିଁ, ବୈଦେଶିକ ଓ ପ୍ରତିରକ୍ଷା କ୍ଷେତ୍ରରେ ସଫଳତା ଏବଂ ଲୋକପ୍ରିୟତାବିହୀନ ପ୍ରତିଦ୍ବନ୍ଦ୍ବୀ।

ସୁତରାଂ, କିପରି କହିବା ଲିଟମ୍ୟାନଙ୍କ ମଡେଲ ଜନମତ ସର୍ଭେଠାରୁ ଅଧିକ ବିଶ୍ବସନୀୟ?

ଭାରତ-ଆମେରିକା ପଲଟିକାଲ ଆକ୍ସନ କମିଟିର ପ୍ରତିଷ୍ଠାତା ସଦସ୍ୟ ରବିନ୍ଦ୍ର ସଚ୍ଚଦେବ କହନ୍ତି, ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଲିଟମ୍ୟାନ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ବଡ଼ କଥା ନୁହେଁ। ଇଟିଭି ଭାରତକୁ ସଚ୍ଚଦେବ କହିଛନ୍ତି,” ସେ (ଲିଟମ୍ୟାନ) ଯାହା କହନ୍ତି ତାଙ୍କ ମଡେଲ କ୍ଷମତାରେ ଥିବା ଦଳର ଶାସନ ବ୍ୟବସ୍ଥା ସମ୍ପର୍କିତ ସବୁ ତଥ୍ୟ ସଂଗ୍ରହ କରିଥାଏ”। ସଚ୍ଚଦେବ ନିଜେ ଆମେରିକା ବିଶ୍ବବିଦ୍ୟାଳୟର ଜଣେ ପ୍ରାକ୍ତନ ଛାତ୍ର ଏବଂ ଇତିହାସବିଦଙ୍କ ସହିତ ତାଙ୍କର ଏନେଇ ଆଲୋଚନା ବି ହୋଇଛି।

“ଯଦି କ୍ଷମତାରେ ଥିବା ଦଳ ଭଲ ପ୍ରଦର୍ଶନ କରେ ଏବଂ କିଛି କ୍ଷେତ୍ରରେ ଭଲ ସ୍କୋର କରେ ତେବେ ଦଳ ହ୍ବାଇଟ ହାଉସ ବଜାୟ ରଖିପାରେ । ଯଦି ଦଳ ଭଲ ପ୍ରଦର୍ଶନ ନ କରେ , ତେବେ ହ୍ବାଇଟ ହାଉସ ହରାଇବାକୁ ପଡ଼େ।“ ଲିଟମ୍ୟାନଙ୍କ ମଡେଲରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପୃଥକ୍ କଥା ଦେଖିବାକୁ ମିଳେ ବୋଲି ସଚ୍ଚଦେବ ଆହୁରି ବି କହିଛନ୍ତି। “ପ୍ରଥମ କଥା ହେଲା ସେ ନିଜେ ଜଣେ ଇତିହାସ ପ୍ରଫେସର, ତାହା ପୁଣି ଆମେରିକୀୟ ଇତିହାସ ଏବଂ ରାଷ୍ଟ୍ରପତି ନିର୍ବାଚନ ଇତିହାସ ଉପରେ ତାଙ୍କର ଦଖଲ ରହିଛି। ଇତିହାସ ପ୍ରଫେସର ହୋଇଥିବାରୁ ଆମେରିକା ଇତିହାସର ଧାରା ଏବଂ ଆମେରିକୀୟ ନିର୍ବାଚନ ସାଙ୍ଗକୁ ଦେଶର ରାଜନୀତିକୁ ସେ ବେଶ୍ ଭଲ ଭାବେ ବୁଝି ପାରିଛନ୍ତି”, ଏହା କହିଛନ୍ତି ସଚ୍ଚଦେବ।

“ଦ୍ବିତୀୟତଃ, ଅତୀତରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳର ଧାରାକୁ ନେଇ ସୂଚନା ଦେଇଥିଲେ, ସେସବୁର ଆକଳନକୁ ଦେଖିଲେ ଏବେ ସେ ଯାହା କରିଛନ୍ତି ସେଥିରେ ମୂଳ କାରଣଗୁଡିକୁ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚିତ ହୋଇ ଯେତେବେଳେ କ୍ଷମତାକୁ ଆସନ୍ତି ସେତେବେଳର ସ୍ଥିତି ଏବଂ ପରବର୍ତ୍ତୀ ସମୟର ସ୍ଥିତିକୁ ପରଖିବା ସହିତ ତଥ୍ୟଭିତ୍ତିକ ସମୀକ୍ଷା କରିବାରେ ଲିଟମ୍ୟାନ ବେଶ୍ ପାରଙ୍ଗମ ବୋଲି ମୁଁ ଭାବେ”।

ଲିଟମ୍ୟାନଙ୍କ ମଡେଲର 13ଟି କାରଣ ମଧ୍ୟରୁ କେବଳ ଗୋଟିଏ-ଦୃଢ ସ୍ବଳ୍ପକାଳୀନ ଅର୍ଥନୀତି ହିଁ ପ୍ରକୃତରେ ସ୍ବଳ୍ପକାଳୀନ। ଅନ୍ୟ ସବୁ କାରଣ ହେଉଛି ଦୀର୍ଘକାଳୀନ ବୋଲି ସଚ୍ଚଦେବ ଗୁରୁତ୍ବ ଆରୋପ କରିଛନ୍ତି। ସବୁଠାରୁ ମଜାକଥା, ଲିଟମ୍ୟାନ୍ ଚାରି ଦଶନ୍ଧି ପୂର୍ବେ ରୁଷିଆର ଜଣେ ଭୂକମ୍ପବିଜ୍ଞାନୀ ଭ୍ଲାଦିମୀର କେଲିସ-ବୋରୋକଙ୍କ ସମ୍ପର୍କରେ ଆସିବା ପରେ ତାଙ୍କର ଏହି ମଡେଲର ବିକାଶ କରିଥିଲେ।

ତେଣୁ ଭୂମିକମ୍ପ ଏବଂ ରାଜନୀତି ମଧ୍ୟରେ କ’ଣ ରହିଛି ସଂଯୋଗ?

ସଚ୍ଚଦେବ କହନ୍ତି, “ଭୂମିକମ୍ପ ଏବ ରାଜନୀତି ମଧ୍ୟରେ ସଂଯୋଗ ନେଇ ଲିଟମ୍ୟାନଙ୍କ ପରିକଳ୍ପନା ଅତ୍ୟନ୍ତ ସୁନ୍ଦର ଅଭିବ୍ୟକ୍ତି ଏବଂ ଯୁକ୍ତିଯୁକ୍ତ”। “ଲିଟମ୍ୟାନ ମଡେଲରେ କୁହାଯାଇଛି ଯେ, ଯଦି ଭୂମିକମ୍ପ ହୁଏ ଅର୍ଥାତ୍ ଯଦି ସମାଜରେ କିଛି ମାପଦଣ୍ଡ ଏକାଠି ହୁଏ ତେବେ ଏସବୁର ମିଳିତ ପ୍ରଭାବ ଯୋଗୁ ଭୂମିକମ୍ପର କାରଣ ସାଜିଥାଏ। ଠିକ୍ ସେହିପରି ଯଦି ତାଙ୍କ ମଡେଲର କିଛି ମାପଦଣ୍ଡ ଏକାଠି ହେବ ତେବେ ରାଜନୈତିକ ଭୂମିକମ୍ପ ହେବ ଏବଂ ହ୍ବାଇଟ ହାଉସର ପତନ ଘଟିବ”।

ଯେଉଁ ପାଠକମାନଙ୍କ ପାଇଁ ଏବେ ବି କିଛି ସନ୍ଦେହ ଥିବ, ସେମାନେ ଜାଣି ରଖିବା ଉଚିତ ଯେ ନିଜେ ଜଣେ ଡେମୋକ୍ରାଟ ହୋଇ ବି ଲିଟମ୍ୟାନ ସମସ୍ତ କଳ୍ପନାଜଳ୍ପନାର ବ୍ୟତିକ୍ରମ କରି 2016ରେ ଟ୍ରମ୍ପଙ୍କ ବିଜୟ ସମ୍ପର୍କରେ ଭବିଷ୍ୟବାଣୀ ଶୁଣାଇଥିଲେ। ଏଥିପାଇଁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରଫେସରଙ୍କ ଭବିଷ୍ୟସୂଚନାକୁ ଗୁରୁତର ସହ ନେବା ଆବଶ୍ୟକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.