ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମହାଭିଯୋଗ ପ୍ରକ୍ରିୟା ସମାପ୍ତ କରିବାକୁ ହ୍ବାଇଟ ହାଉସର ଅପିଲ୍ । ଏହି ମହାଭିଯୋଗ ପ୍ରକ୍ରିୟାକୁ ସମାପ୍ତ କରିବାକୁ ୟୁଏସ ହାଉସ୍ ଜୁଡିସିଆରି କମିଟିର ଅଧ୍ୟକ୍ଷ ଜୋରୋଲ୍ଡ ନଡଲରକୁ ଚିଠି ଲେଖିଲା ହ୍ବାଇଟ ହାଉସ । ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମହାଭିଯୋଗ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ନିରାଧାର । ତେଣୁ ଏହି ପ୍ରକ୍ରିୟାକୁ ସମାପ୍ତ କରିବା ଉଚିତ ବୋଲି ହ୍ବାଇଟ ହାଉସର ଓକିଲ ପେଟ ସିପୋଲୋନ କହିଛନ୍ତି ।
ଶୁକ୍ରବାର ପେଟ ସିପୋଲୋନଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, 'କୌଣସି ଆଧାରହୀନ ଶୁଣାଣିରେ ସମୟ ନଷ୍ଟ ନକରି ଏହି ତଦନ୍ତ ପ୍ରକ୍ରିୟାକୁ ସମାପ୍ତ କରିଦେବା ଉଚିତ । ମହାଭିଯୋଗ ପ୍ରକ୍ରିୟାକୁ ଆଗକୁ ବଢାଇବା ହାଇସ୍ ଡେମୋକ୍ରେଟିକ ଦ୍ବାରା କ୍ଷମତାର ଦୂରୁପଯୋଗ ହେବ ଏବଂ ଏହା ଆମେରିକା ଇତିହାସ ପାଇଁ ଖରାପ ଉଦାହରଣ ସୃଷ୍ଟି କରିବ । '
ସୂଚନାଯୋଗ୍ୟ ଯେ, ହାଉସ ଇଣ୍ଟେଲିଜେନ୍ସି କମିଟି ଏବଂ ବାଚସ୍ପତି ନେନ୍ସି ପେଲୋସିଙ୍କ ଦ୍ବାରା ପ୍ରଦାନ କରାଯିବାକୁ ଥିବା ମହାଭିଯୋଗର ପ୍ରମାଣର ଆକଳନ ହାଉସ୍ ଜୁଡିସିଆରି କମିଟି କରିବ ।