ଅଟାଓ୍ବା: ଏୟାର କାନାଡାର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। କୌଣସି କାରଣରୁ ବିମାନର ବାମ ପଟ ମୁଖ୍ୟ ଗିୟର ଚକରେ ନିଆଁ ଲାଗିଯାଇଥିଲା। ଏହା ପରେ ଉକ୍ତ ଚକଟି ବିମାନ ଠାରୁ ଅଲଗା ହୋଇଯାଇଥିଲା। ଜଣେ ବିମାନ ଯାତ୍ରୀଙ୍କ ଯୋଗୁଁ ଏହି ବିପଦ ଟଳିଯାଇଛି।
ମଣ୍ଟ୍ରିଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏୟାର କାନାଡାର ଏକ ବିମାନ ଉଡାଣ ଭରିଥିଲା। ଏହାର କିଛି ସେକେଣ୍ଡ ମଧ୍ୟରେ ବିମାନର ମୁଖ୍ୟ ଚକାରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଜଣେ ଯାତ୍ରୀ ତାଙ୍କ ମୋବାଇଲକୁ ବାହାର ଦେଖାଇ ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ସେ ଦେଖିବାକୁ ପାଇଲେ ଯେ, ସେ ୟାତ୍ରା କରୁଥିବାର ବିମାନ ଚକରୁ ନିଆଁ ବାହାରୁଛି। ସେ ତୁରନ୍ତ ଏହି ଖବର ଯାଇ ପାଇଲଟଙ୍କୁ ଦେଇଥିଲେ।
ଏହି ବିମାନରେ ମୋଟ 49 ଜଣ ଯାତ୍ରୀ ଥିଲେ। ଏନେଇ ବିମାନରେ ଥିବା ଯାତ୍ରୀ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ । ପ୍ରାୟ ଦୁଇ ଘଣ୍ଟା ଉପରେ ବିମାନ ଉଡାଇବା ପରେ କଣ୍ଟ୍ରୋଲ ରୁମରୁ ନିର୍ଦ୍ଦେଶ ମିଳିବା ପରେ ପାଇଲଟ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଏହାପରେ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ପାଇଁ ଅନ୍ୟ ଏକ ବିମାନର ବନ୍ଦୋବସ୍ତ କରାଯାଇଥିଲା।