ହାଇଦ୍ରାବାଦ: କୌଣସି ଅନ୍ତର୍ନିହିତ ଚିକିତ୍ସା ଅବସ୍ଥା ନଥାଇ ଗୁରୁତର କୋରୋନା ଲକ୍ଷଣ ବିକଶିତ ହେବାର ରହସ୍ୟ ଉନ୍ମୋଚନ କରିବା ପାଇଁ ୱାଶିଂଟନ୍ ୟୁନିଭରସିଟି ଯୁବବର୍ଗମାନଙ୍କ ଡିଏନଏ ରିସର୍ଚ୍ଚର ଏକ ଜେନେଟିକ୍ ପରୀକ୍ଷାରେ ଅଂଶଗ୍ରହଣ କରିବ ।
ସେଣ୍ଟ ଲୁଇସର ୱାଶିଂଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ ଥିବା ମ୍ୟାକଡୋନିଏଲ୍ ଜେନୋମ୍ ଇନଷ୍ଟିଚ୍ୟୁଟ୍ ଏବଂ ବିଶ୍ବର 30ରୁ ଅଧିକ ଅନ୍ୟ ଜିନୋମ୍ ସିକ୍ୱେନ୍ସିଂ ହବ୍ ଜେନେଟିକ୍ ତ୍ରୁଟି ଖୋଜିବେ । ଯାହା କୋରୋନା ଭାଇରସର ବିଭିନ୍ନ ଗୁରୁତର ଅସୁସ୍ଥ ଲକ୍ଷଣ ଚିହ୍ନଟ କରିବ ।
ଆନ୍ତର୍ଜାତୀୟ ପ୍ରୋଜେକ୍ଟ କୋରୋନା ମାନବ ଜେନେଟିକ୍ ପ୍ରୟାସ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ (ଏନଆଇଏଚ) ଏବଂ ରକଫେଲର୍ ବିଶ୍ୱବିଦ୍ୟାଳୟର ଆଲର୍ଜି ଏବଂ ସଂକ୍ରାମକ ରୋଗ ଦ୍ୱାରା ମିଳିତ ଭାବରେ ପରିଚାଳିତ । ଆମ ପରୀକ୍ଷାର ପ୍ରଥମ ଲକ୍ଷ ଏସଏଆରଏସ-ସିଓଭି-2 ଇନଫେକସନ ଥିବା ରୋଗୀ କିପରି ପ୍ରତିକ୍ରିୟା କରୁଛନ୍ତି ସେ ବିଷୟରେ ଜାଣିବା ବୋଲି ର୍ୟୁମାଟୋଲୋଜିଷ୍ଟ ମେଗାନ ଏ. କପର କହିଛନ୍ତି ।
ର୍ୟୁମାଟୋଲୋଜିଷ୍ଟ କପର ପେଡିଆଟ୍ରିକ୍ସର ସହଯୋଗୀ ପ୍ରଫେସର ଅଟନ୍ତି । ଯିଏ ୱାଶିଂଟନ୍ ୟୁନିଭରସିଟିରେ ରିସର୍ଚ୍ଚର ନେତୃତ୍ୱ ନେଉଛନ୍ତି । ସେ ସେଣ୍ଟ୍ ଲୁଇସ୍ ଶିଶୁ ହସ୍ପିଟାଲର ପ୍ରାଥମିକ ଇମ୍ୟୁନୋଡେଫିସିଏନ୍ସି ପାଇଁ କ୍ଲିନିକାଲ୍ ଇମ୍ୟୁନୋଲୋଜି କାର୍ଯ୍ୟକ୍ରମ ଏବଂ ଜେଫ୍ରି ମଡେଲ୍ ଡାଇଗ୍ନୋଷ୍ଟିକ୍ ଏବଂ ରିସର୍ଚ୍ଚ ସେଣ୍ଟରର ମଧ୍ୟ ଯତ୍ନ ନେଉଛନ୍ତି।ରିସର୍ଚ୍ଚମାନେ ମଧ୍ୟ ଏପରି ଲୋକଙ୍କୁ ଅଧ୍ୟୟନ କରିବାକୁ ଯୋଜନା କରିଛନ୍ତି ଯେଉଁମାନେ ବାରମ୍ବାର ଏକ୍ସପୋଜର ସତ୍ତ୍ବେ କୋରୋନା ଭାଇରସର ସଂକ୍ରମିତ ହୋଇନାହାଁନ୍ତି।
ର୍ୟୁମାଟୋଲୋଜିଷ୍ଟ କପର କହିଛନ୍ତି, ଆମେଏସଏଆରଏସ-ସିଓଭି-2ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ପାଇଁ ଜେନେଟିକ୍ ସିକ୍ୱେନ୍ସିଂ ପରୀକ୍ଷା କରିବା ଏବଂ ଭବିଷ୍ୟତରେ ଅଧିକ ଯତ୍ନ ନେବା ଆବଶ୍ୟକ କି ନାହିଁ ସେ ବିଷୟରେ ଜାଣିବା ପାଇଁ ଏକ ପରୀକ୍ଷା କରିବୁ । ଏହାଦ୍ବାରା ଆମେ ଜାଣିବାକୁ ପାଇବୁ ଯେ ଏହି ଭାଇରସ ଦ୍ବାରା ରୋଗ ପ୍ରତିରୋଧକ ସିଷ୍ଟମ କିପରି କାମ କରେ । ରୋଗୀର ଜିନ୍ ଗୁରୁତ୍ୱପୂର୍ଣ୍ଣ ରୋଗ ପ୍ରତିରୋଧ ପଥକୁ ପ୍ରକାଶ କରିଥାଏ । ଯାହା ଶରୀରକୁ ମାରାତ୍ମକ ଜୀବାଣୁ ସହିତ ଲଢିବାକୁ ଆବଶ୍ୟକ କରେ ।
ଏହି ପ୍ରୋଜେକ୍ଟରୁ ପ୍ରାପ୍ତ ଜ୍ଞାନ ରିସର୍ଚ୍ଚରଙ୍କୁ ଥେରାପି ଚିହ୍ନଟ କରିବାରେ ସାହାଯ୍ୟ କରିପାରିବ । ଯାହା ଜେନେଟିକ୍ ସମ୍ବେଦନଶୀଳତା ଥିବା ରୋଗୀମାନଙ୍କୁ ସାହାର୍ଯ୍ୟ କରିବ । ଆମେ ବର୍ତ୍ତମାନ ସମଗ୍ର ବିଶ୍ୱକୁ କୋରୋନା ଯୁଦ୍ଧରେ ଲଢୁଥିବା ଦେଖୁଛୁ । ବିଶ୍ବବ୍ୟାପୀ ଜେନେଟିକ୍ ଫ୍ୟାକ୍ଟର ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ରିସର୍ଚ୍ଚ ଜାରି ରହିଛି ବୋଲି କପର କହିଛନ୍ତି ।