ETV Bharat / international

ସାମ୍ବାଦିକଙ୍କୁ ମୁଥ ମାରିବାକୁ କହିଲେ ବ୍ରାଜିଲ ରାଷ୍ଟ୍ରପତି - Brazilian President To Journalist

ଏକ ଦୁର୍ନୀତି ସ୍କିମ ରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ଲିଙ୍କ ଥିବା ବିଷୟରେ ପଚରାଯିବା ପରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଜଣେ ସାମ୍ବାଦିକଙ୍କୁ ଧମକ ଦେଇଥିଲେ। ଅଧିକ ପଢନ୍ତୁ...

ସାମ୍ବାଦିକଙ୍କ ମୁଥ ମାରିବାକୁ କହିଲେ  ବ୍ରାଜିଲ ରାଷ୍ଟ୍ରପତି

author img

By

Published : Aug 24, 2020, 2:59 PM IST

ବ୍ରାସିଲିଆ: ସାମ୍ବାଦିକଙ୍କ ଉପରେ ରାଷ୍ଟ୍ରପତିଙ୍କ ଦାଦାଗିରି । ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ପିଟିବାକୁ ଧମକ ଦେଲେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ । ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଦୁର୍ନୀତି ଯୋଜନାରେ ସାମିଲ ଥିବା ନେଇ ପ୍ରଶ୍ନ ପଚାରା ଯିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ବୋଲସନାରୋ ସାମ୍ବାଦିକଙ୍କୁ ବେଶି ପ୍ରଶ୍ନ ପଚାରିଲେ ମୁଥା ମାରିବେ ବୋଲି କହିଥିଲେ ।

ବ୍ରାସିଲିଆର ମେଟ୍ରୋପଲିଟାନ କ୍ୟାଥେଡ୍ରାଲକୁ ତାଙ୍କର ନିୟମିତ ରବିବାର ପରିଦର୍ଶନ ଆସି ସାମ୍ବାଦିକଙ୍କୁ ସମ୍ବୋଧିତ କରୁଥିଲେ । ଏଠାରେ ଓ ଗ୍ଲୋବୋର ଜଣେ ସାମ୍ବାଦିକ ଦୁର୍ନୀତିରେ ରାଷ୍ଟ୍ରପତିଙ୍କ ପତ୍ନୀ ସାମିଲ ଥିବାନେଇ ପ୍ରଶ୍ନ କରିଥିଲେ । ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରେ ଅନ୍ୟ ସାମ୍ବାଦିକଙ୍କ ବିରୋଧକୁ ଅଣଦେଖା କରି ଅଧିକ ମନ୍ତବ୍ୟ ନ ଦେଇ ଚାଲିଗଲେ।

ଓ ଗ୍ଲୋବୋ ସାମ୍ବାଦିକ କ୍ରୁସୋ ମାଗାଜିନରେ ପ୍ରଥମ ମହିଳା ମିସେଲ ବୋଲସନାରୋଙ୍କ ଠାରୁ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଫ୍ୟାବ୍ରିସିଓ କ୍ୱିରୋଜ, ରାଷ୍ଟ୍ରପତିଙ୍କ ବନ୍ଧୁ ତଥା ଓ ପୂର୍ବତନ ପରାମର୍ଶଦାତାଙ୍କ ଠାରୁ ପୁଅ ଫ୍ଲାଭିଓ ବୋଲସନାରୋଙ୍କ ସହ ଯୋଡିତ ଏକ ରିପୋର୍ଟ ବିଷୟରେ ପଚାରିଥିଲେ।

ସରକାରୀ କର୍ମଚାରୀଙ୍କ ଠାରୁ ଟଙ୍କା ହଡପ ଘଟଣାରେ କ୍ୱିରୋଜ ଏବଂ ଫ୍ଲାଭିଓ ବୋଲସନାରୋଙ୍କୁ ଜେରା କରାଯାଉଛି । ସାନ ବୋଲସନାରୋ ରିଓ ଡି ଜେନେରିଓରେ ଆଞ୍ଚଳିକ ଆଇନଜୀବୀ ଥିବାବେଳେ ଏବଂ ଜାନୁୟାରୀ 2019 ରେ ଜାୟର ବୋଲସନାରୋ ରାଷ୍ଟ୍ରପତି ହେବା ପୂର୍ବରୁ ଏହି ଘୋଟଲା ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.