ETV Bharat / international

ଆମେରିକାକୁ କନ୍ଦାଉଛି କୋରୋନା, 24 ଘଣ୍ଟାରେ ଗଲା 2073 ଜୀବନ

ଗତ 24 ଘଣ୍ଟାରେ ଆମେରିକାରେ 2073 ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

corona
ଆମେରିକାକୁ କନ୍ଦାଉଛି କୋରୋନା
author img

By

Published : May 7, 2020, 10:01 AM IST

ୱାଶିଂଟନ: ସମଗ୍ର ବିଶ୍ବରେ କୋରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଛି ଏହି ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଚୀନରେ ଥମି ଅନ୍ୟ ଦେଶରେ ନିଜର କାୟା ବିସ୍ତାର କରିଛି । ଏହି କ୍ରମରେ ଗତ 24 ଘଣ୍ଟାରେ ଆମେରିକାରେ 2073 ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 72 ହଜାର ପାର କରିଛି । ତେବେ ବର୍ତ୍ତମାନ ଆମେରିକାରେ 12 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ସେହିପରି ଗତ ବୁଧବାର ମଧ୍ୟ କୋରୋନା କାରଣରୁ ଆମେରିକାରେ2333 ଲୋକଙ୍କ ମୃତ୍ୟୁ ଘଟିଥିଲା ।

ସେହିପରି ୟୁରୋପର ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ଭଳି ଦେଶ ମଧ୍ୟ କୋରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ଦେଶ ମାନଙ୍କରେ କୋରୋନା କାରଣରୁ ପ୍ରତ୍ୟେକ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରକାଶ ଥାଉକି, ସମଗ୍ର ବିଶ୍ବର 120 ଦେଶରେ କୋରୋନା ନିଜ କାୟା ବିସ୍ତାର କରିଛି । କୋରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବର 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.