ETV Bharat / international

କୋରୋନା କଟକଣାକୁ ବେଖାତିର, ବିନା ମାସ୍କରେ ରେସ୍ତୋରାଁରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି - କୋରୋନା କଟକଣାକୁ ବେଖାତିର

ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସ ପୁଣି ଥରେ ମାସ୍କ ବିନା ସର୍ବସାଧାରଣରେ ଦେଖାଦେଇଛନ୍ତି | ତାଙ୍କ ସହ ଫ୍ଲୋରିଡା ଗଭର୍ଣ୍ଣର ରନ୍ ଡିସାଣ୍ଟିସ୍ ମଧ୍ୟ ଥିଲେ। ଉଭୟ ଫ୍ଲୋରିଡାର ଏକ ରେଷ୍ଟ୍ରୁରାଣ୍ଟରେ ପହଞ୍ଚି ସେଠାରେ କିଛି ସମୟ ବିତାଇଲେ |

us vice president pence
us vice president pence
author img

By

Published : May 21, 2020, 8:21 PM IST

ୱାଶିଂଟନ: ସାରା ବିଶ୍ବରେ କୋରୋନାର ସର୍ବଧିକ ପ୍ରଭାବିତ ଦେଶ ଆମେରିକା । ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଲାଗାତାର ଭାବେ ବଢିବାରେ ଲାଗୁଛି । ଦେଶରେ କୋରୋନା ସଙ୍କଟ ଭିତରେ କୋରୋନା କଟକଣା ଉଲ୍ଲଂଘନ କରୁଛନ୍ତି ଖୋଦ୍ ଉପରାଷ୍ଟ୍ରପତି । ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସ ପୁଣି ଥରେ ମାସ୍କ ବିନା ସର୍ବସାଧାରଣରେ ଦେଖାଦେଇଛନ୍ତି | ତାଙ୍କ ସହ ଫ୍ଲୋରିଡା ଗଭର୍ଣ୍ଣର ରନ୍ ଡିସାଣ୍ଟିସ୍ ମଧ୍ୟ ଥିଲେ। ଉଭୟ ଫ୍ଲୋରିଡାର ଏକ ରେଷ୍ଟ୍ରୁରାଣ୍ଟରେ ପହଞ୍ଚି ସେଠାରେ କିଛି ସମୟ ବିତାଇଲେ |

ସୂଚନା ଅନୁସାରେ ଉପରାଷ୍ଟ୍ରପତି ତଥା ରାଜ୍ୟପାଳ ରେଷ୍ଟ୍ରୁରାଣ୍ଟରେ ପହଞ୍ଚି ପୁନଃ ଖୋଲିବାକୁ ସରକାରଙ୍କ ଉଦ୍ୟମ କୁ ଦେଶବାସୀଙ୍କୁ ଦେଖାଇଥିଲେ । ଅର୍ଥନୀତିକୁ ତ୍ବରାନ୍ବିତ କରିବା ପାଇଁ ଆମେରିକା କଠୋର କଟକଣାକୁ କୋହଳ ଦେବା ଆରମ୍ଭ କରିଛି । ରେଷ୍ଟ୍ରୁରାଣ୍ଟକୁ ସୀମିତ ସଂଖ୍ୟକ ଗ୍ରାହକଙ୍କ ସହିତ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି।

ଉପରାଷ୍ଟ୍ରପତି ପେନ୍ସ ଯଦିଓ ରେଷ୍ଟୁରାଣ୍ଟରେ ଉପସ୍ଥିତ ଥିବା ଲୋକଙ୍କ ସହ ହାତ ମିଳାଇ ନଥିଲେ, କିନ୍ତୁ ସେ ସାମାଜିକ ଦୂରତାକୁ ଅନୁସରଣ କରିନଥିଲେ । ସେ ଛଅ ​​ଫୁଟରୁ କମ୍ ଦୂରରେ ଠିଆ ହୋଇ ଲୋକଙ୍କ ସହ କଥାବାର୍ତ୍ତା ଜାରି ରଖିଥିଲେ | ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ରେଷ୍ଟୁରାଣ୍ଟରେ କିଛି ସମୟ ଅତିବାହିତ କରିଥିଲେ । ଏହି ସମୟରେ ଅନ୍ୟ କେତେକ ଗ୍ରାହକ ମଧ୍ୟ ସେମାନଙ୍କ ନିକଟରେ ବସିଥିଲେ । ସୂଚନାଯୋଗ୍ୟ ଯେ ସେମାନଙ୍କ ମଧ୍ୟରୁ କେତେକ ମାସ୍କ ମଧ୍ୟ ପିନ୍ଧି ନଥିଲେ ।

ଏହାପୂର୍ବରୁ ଉପରାଷ୍ଟ୍ରପତି ମାଇକ ପେନ୍ସ ମଧ୍ୟ ମିନେସୋଟାସ୍ଥିତ ମାୟୋ କ୍ଲିନିକ ପରିଦର୍ଶନ ସମୟରେ ମାସ୍କ ପିନ୍ଧି ନଥିଲେ। ଯେଉଁଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.