ୱାଂଶିଟନ: କୋରୋନା ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱରେ ସୀମିତ ଭେଣ୍ଟିଲେଟର ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଏହା ମଧ୍ୟରେ ଆମେରିକୀୟ ବିଶ୍ୱବିଦ୍ୟାଳୟର ଏକ ଟିମ୍ ଭେଣ୍ଟିଲେଟର ସ୍ପ୍ଲିଟର ତିଆରି କରୁଛନ୍ତି । ଯାହା ଦ୍ବାରା ଡାକ୍ତରମାନେ ଦୁଇ ରୋଗୀଙ୍କ ପାଇଁ ଗୋଟିଏ ଭେଣ୍ଟିଲେଟର ବ୍ୟବହାର କରିବେ।
ଉତ୍ତର ଟେକ୍ସାସ୍ ୟୁନିଭରସିଟି ଅଫ୍ ଇଞ୍ଜିନିୟରିଂ କଲେଜର ଏକ ଟିମ୍ ଭେଣ୍ଟିଲେଟର ସ୍ପ୍ଲିଟର ତିଆରି କରିବା ପାଇଁ ଥ୍ରୀଡି ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ବାୟୋକମ୍ପାଟିବିଲିଟି ସାମଗ୍ରୀ ବ୍ୟବହାର କରି ଯାହା ଡାକ୍ତରୀ ବ୍ୟବହାର ପାଇଁ ଷ୍ଟେରିଲାଇଜ୍ଡ ହୋଇପାରିବ ଏହି ଟିମ୍ କଲେଜର ଡିଜିଟାଲ୍ ଉତ୍ପାଦନ ଲ୍ୟାବରେ 20ଟି ସ୍ପ୍ଲିଟର ପ୍ରିଣ୍ଟ କରିଛି। ସ୍ପ୍ଲିଟରଗୁଡ଼ିକରେ ଫ୍ଲୋ ଲିମିଟର ବ୍ୟବହାର କରାଯାଇଛି । ଯାହା ମେଡିକାଲ ପ୍ରୋଭାଇଡରଙ୍କୁ ପ୍ରତ୍ୟେକ ରୋଗୀଙ୍କ ପାଇଁ ଏୟାର ସଞ୍ଚାଳନକୁ ପରିଚାଳନା କରିବାକୁ ଅନୁମତି ଦେଇଥାଏ ବୋଲି ଏକ ସରକାରୀ ପ୍ରକାଶନରେ କୁହାଯାଇଛି।
ସ୍ପ୍ଲିଟର ମଡେଲ ମେଡିକାଲର ଭେଣ୍ଟିଲେଟରରେ ପରୀକ୍ଷା ହେବା ଏହି ଟିମ୍ ଏକ ମୋଡିଫିକେସନ ଜିଡାଇନ କରି ଏହାକୁ ମାତ୍ର ଦୁଇ ଦିନ ମଧ୍ୟରେ ଉତ୍ପାଦନ କରିବାକୁ ପ୍ରସ୍ତୁତ କରିଥିଲେ । ଏହା ବେଶ୍ ପ୍ରଶଂସନୀୟ ଥିବା ଅନୁସନ୍ଧାନ ପାଇଁ କଲେଜ ଅଫ୍ ଇଞ୍ଜିନିୟରିଂ ଆସୋସିଏଟ୍ ଡିନ୍ ଆଣ୍ଡ୍ରେ ଭୋଏଭୋଡିନ ପ୍ରକାଶ କରିଛନ୍ତି।
ଏହାପୂର୍ବରୁ ମେ ମାସରେ ଜଣେ ଭାରତୀୟଙ୍କ ସହ ରିସର୍ଚ୍ଚର ମାନେ ରୋଗୀମାନଙ୍କ ମଧ୍ୟରେ ଭେଣ୍ଟିଲେଟର ବାଣ୍ଟିବା ପାଇଁ ଏକ ନୂତନ ଉପାୟ ବାହାର କରିଥିଲେ । ସେମାନଙ୍କୁ ବିଶ୍ବାସ ଯେ କୋରୋନା ରୋଗୀଙ୍କ ତୀବ୍ର ଶ୍ୱାସକ୍ରିୟାରେ ଚିକିତ୍ସା କରିବା ପାଇଁ ଏହା ଶେଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ।
ବହୁ ବ୍ରାଞ୍ଚରେ ସ୍ପ୍ଲିଟିଙ୍ଗ୍ ଏୟାର ଟ୍ୟୁବ୍ ଲଗାଯିବା ଦ୍ବାରା ଦୁଇରୁ ଅଧିକ କୋରୋନା ରୋଗୀ ଗୋଟିଏ ମେସିନ ଦ୍ବାରା ସଂଯୁକ୍ତ ହୋଇପାରିବେ ବୋଲି ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ର ଶ୍ରୀୟା ଶ୍ରୀନିବାସନ କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ