ଓ୍ବାଶିଂଟନ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ମୃତ୍ୟୁର ତାଣ୍ଡବ ରଚି ଚାଲିଛି କୋରୋନା । ଏହି ମହାମାରୀ କୋରୋନାରୁ ବର୍ତ୍ତି ପାରିନି ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା । ଫଳରେ ଆମେରିକାର ଅର୍ଥନୀତି ଉପରେ ଏହାର ବଡ ପ୍ରଭାବ ପଡିଛି । ତେବେ ଭାଇରସ ସହ ଲଢିବା ପାଇଁ ଆମେରିକା ସିନେଟ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ 2 ଟ୍ରିଲିୟନ ଡଲାର ପ୍ୟାକେଜ ଉପରେ ଏକ ଚୁକ୍ତି ମଞ୍ଜୁର ହୋଇଛି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।
କୋରୋନା ଭାଇରସ ସଂକଟ ମଧ୍ୟରେ ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ଆମେରିକାର ସିନେଟ ନେତା ଏବଂ ଟ୍ରମ୍ପ ପ୍ରଶାସନ ବୁଧବାର 2 ଟ୍ରିଲିୟନ ଡଲାରର ଏକ ଉଦ୍ଧାର ପ୍ୟାକେଜ ଉପରେ ଚୁକ୍ତି କରିଛନ୍ତି । ଚୁକ୍ତି ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦସ୍ତଖତ ପୂର୍ବରୁ ଏହି ଆଇନ ଉଭୟ ସିନେଟ ଓ ସଂସଦରେ ପାରିତ ହେବା ସହ ଏକ ଆଇନ ପ୍ରଣୟନ କରିବା ଆବଶ୍ୟକ ରହିଛି । କଂଗ୍ରେସର ଉଭୟ ଗୃହର ସହମତିରେ ଏହି ଚୁକ୍ତିକୁ ଶୀଘ୍ର ପାରିତ କରିବା ପାଇଁ ଯୋଜନା ଚାଲିଛି ।
@ANI