ETV Bharat / international

କୋରୋନା ମାଡରେ ବେହାଲ ଆମେରିକା, ମାମଲା 33 ଲକ୍ଷ ପାର

author img

By

Published : Jul 13, 2020, 8:23 AM IST

ଆମେରିକାରେ ଅସମ୍ଭାଳ କୋରୋନା ସ୍ଥିତି। ଆରମ୍ଭ ହେବା ଦିନଠୁ ଥମୁନି ଭାଇରସ ବିସ୍ତାର। ଗତ 24 ଘଣ୍ଟାରେ ଦେଶରେ ପ୍ରାୟ 59,747 ଆକ୍ରାନ୍ତ ବାହାରିଛନ୍ତି। ଏହାସହ 442 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

5 ଦିନରେ ଆମେରିକାରେ କୋରୋନା ସଂକ୍ରମଣ 60 ହଜାର କ୍ଲବରେ, ମାମଲା 33 ଲକ୍ଷ

ୱାସିଂଟନ୍: ଆମେରିକାରେ ଅସମ୍ଭାଳ କୋରୋନା ସ୍ଥିତି। ଆରମ୍ଭ ହେବା ଦିନରୁ ଥମୁନି ଭାଇରସ ବିସ୍ତାର। ଗତ 24 ଘଣ୍ଟାରେ ଦେଶରେ ପ୍ରାୟ 59,747 ଆକ୍ରାନ୍ତ ବାହାରିଛନ୍ତି। ଏନେଇ ଜନହପକିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଶକ୍ତିଶାଳୀ ଦେଶରେ କୋରୋନା ମାମଲା ପାଖାପାଖି 33 ଲକ୍ଷରେ ପହଁଞ୍ଚିଛି।

ଅନ୍ୟପଟେ ବାଲ୍ଟିମୋର ବିଶ୍ବବିଦ୍ୟାଳୟ ଅନୁଯାୟୀ, ଦେଶରେ କୋଭିଡ୍ 19 ମାମଲା ବର୍ତ୍ତମାନ 33,01,820 ରେ ପହଞ୍ଚିଛି ବୋଲି ନିଶ୍ଚିତ କରିଛି। କ୍ରମାଗତ ପାଞ୍ଚ ଦିନ ହେବ ଦେଶରେ ଦୈନିକ ପ୍ରାୟ 60,000 ନୂଆ ମାମଲା ରେକର୍ଡ କରିଛି।

ସଂକ୍ରମଣ ବ୍ୟତୀତ, ଗତ 24 ଘଣ୍ଟା ମଧ୍ୟରେ କୋଭିଡ୍ 19 ଯୋଗୁଁ ପ୍ରାୟ 442 ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ଦେଶରେ ସର୍ବମୋଟ ମୃତ୍ୟୁସଂଖ୍ୟା 1,35,171 ରେ ପହଞ୍ଚିଲାଣି।

ଜନ୍ ହପକିନ୍ସ ତଥ୍ୟ ଅନୁଯାୟୀ, ସମଗ୍ର ବିଶ୍ୱରେ କୋରୋନାଭାଇରସ୍ ଦ୍ୱାରା ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ଦେଶ ଅଟେ। ଏହା ପରେ ବ୍ରାଜିଲ ରହିଛି। ଦେଶରେ ପ୍ରାୟ 18 ଲକ୍ଷରୁ ଅଧିକ ମାମଲା ଏବଂ 72,000 ରୁ ଅଧିକ ଲୋକଙ୍କ ଭାଇରସ ଜନିତ ମୃତ୍ୟୁ ଘଟିଛି।

ପାଖାପାଖି 8.5 ଲକ୍ଷ କୋଭିଡ୍ ଏବଂ 22,674 ମୃତ୍ୟୁହାର ସହିତ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି। ଋଷ ଏବଂ ପେରୁ ପ୍ରଭାବିତ ଦେଶ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.