ETV Bharat / international

କ୍ରମାଗତ ଦ୍ୱିତୀୟ ଦିନ ଆମେରିକାରେ ମୃତ୍ୟୁସଂଖ୍ୟାରେ ହ୍ରାସ, 24 ଘଣ୍ଟାରେ 532 ମୃତ - କ୍ରମାଗତ 2 ଦିନ ଧରି ଆମେରିକାରେ ମୃତ୍ୟୁ ସଂଖ୍ୟାରେ ହ୍ରାସ

ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷରେ ପହଞ୍ଚିବାକୁ ଯାଉଥିବାବେଳେ, ମୃତ୍ୟୁ ସଂଖ୍ୟା ଲକ୍ଷେ ପାଖାପାଖି ପହଞ୍ଚିଛି । ଏପରି ସମୟରେ ଟ୍ରମ୍ପଙ୍କ ଟ୍ବିଟ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

କ୍ରମାଗତ 2 ଦିନ ଧରି ଆମେରିକାରେ ମୃତ୍ୟୁ ସଂଖ୍ୟାରେ ହ୍ରାସ, 24 ଘଣ୍ଟାରେ 532 ମୃତ

author img

By

Published : May 26, 2020, 9:42 AM IST

ଓ୍ବାଶିଂଟନ: ଆମେରିକାରେ କୋରୋନା ମହାମାରୀ ତାର ପ୍ରକୋପ ବୃଦ୍ଧି କରିଚାଲିଥିବାବେଳେ, ଗତ ଦିନ ହେବ ଦେଶରେ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ହେଉଥିବା ଦେଖିବାକୁ ମିଳିଛି । ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ସୂଚନାନୂସାରେ, ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ କୋରୋନା କାରଣରୁ 532 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 19 ହଜାର 790ଟି ନୂଆ ମାମଲା ରିପୋର୍ଟ ହୋଇଛି । ଗୋଟିଏ ଦିନ ପୂର୍ବରୁ, ଆମେରିକାରେ 19 ହଜାର 608ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ, 617 ଜଣଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ 17 ଲକ୍ଷ ନିକଟତର ହେବାକୁ ଯାଉଛି । ଏଥିସହ 98 ହଜାର 218 ଜଣଙ୍କର ମୃତ୍ୟୁ ଘଟିଛି । ତେବେ 4 ଲକ୍ଷ 62 ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 27 ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି ।

ସେହିପରି ଆମେରିକାର ଅନ୍ୟ ସହର ଗୁଡିକ ମଧ୍ୟରୁ ମହାମାରୀ କୋରୋନାରେ ନ୍ୟୁୟର୍କ ଓ ନ୍ୟୁଜର୍ସି ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏହାପରେ ମୈସାଚୁସେଟ୍ସ, ଇଲିନୋଇସ ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଛି ।

ଏହି ପରିପ୍ରେକ୍ଷିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟ୍ବିଟ ମାଧ୍ୟମରେ କହିଛନ୍ତି ଯେ, ଦେଶରେ କୋରୋନା ସଂକ୍ରମଣ ମାମଲା ଓ ମୃତ୍ୟୁ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଛି । ତେବେ ଟ୍ରମ୍ପଙ୍କ ଟ୍ୱିଟ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିବାକୁ ଯାଉଛି। ଏହି ଟ୍ବିଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.