ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଲଗାତାର ଦ୍ବିତୀୟ ଦିନ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ରକେଟ ଦ୍ବାରା କରାଯାଇଥିବା ଏହି ଆକ୍ରମଣ ମଧ୍ୟ ଇରାନକୁ ଟାର୍ଗେଟ କରି କରାଯାଇଛି । ଇରାନ ସମର୍ଥକ ସଂଗଠନ ହଶଦ ଅଲ ଶାବିକୁ ଟାର୍ଗେଟ କରି ଏହି ଏୟାର ଷ୍ଟ୍ରାଇକ କରିଛି ଆମେରିକା । ସ୍ଥାନୀୟ ସମୟ ଅନୁଯାୟୀ ଏହି ଆକ୍ରମଣ ଶୁକ୍ରବାର ରାତି 1 ଘଣ୍ଟା 12 ମିନିଟ ସମୟରେ ହୋଇଥିବାବେଳେ ଏଥିରେ ଏବେ ସୁଦ୍ଧା 6ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରମଣରେ ଅନ୍ୟ 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ରକେଟ ଦ୍ବାରା କରାଯାଇଥିବା ଏହି ଆକ୍ରମଣ ବାଗଦାଦର ତାଜୀ ଅଞ୍ଚଳରେ କରାଯାଇଛି । ତିନିରୁ ୨ଟି ବାହନରେ ଆକାଶରୁ ରକେଟ ଆକ୍ରମଣ କରାଯାଇଥିଲା । ଫଳରେ ଗାଡି ସହ ଗାଡିରେ ଥିବା ୬ ଜଣ ଜୀଅନ୍ତା ଜଳି ଯାଇଛନ୍ତି । ଆକ୍ରମଣରେ ପପୁଲାର ମୋବାଲାଇଜ ଫୋର୍ସର ଜଣେ ବଡ଼ ନେତାଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣା ପଡିଛି । କିନ୍ତୁ ଏବେ ସୁଦ୍ଧା ତାହା ସ୍ପଷ୍ଟ କରାଯାଇନାହିଁ ।
ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ଇରାକର ରାଜଧାନୀ ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା । ରକେଟ ଦ୍ବାରା କରାଯାଇଥିବା ଏହି ଆକ୍ରମଣରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡର ଟପ୍ କମାଣ୍ଡର ଜେନେରାଲ କାସିମ ସୁଲେମାନୀ ସମେତ 8 ଜଣଙ୍କର ମୃତ୍ୟୁ ଘଟିଥିଲା ।