ETV Bharat / international

କୋରୋନା ଚୀନର ଏକ ଖରାପ ଉପହାର: ଟ୍ରମ୍ପ - ଚୀନ ବିରୋଧରେ ଟ୍ରମ୍ପଙ୍କ ଟ୍ବିଟ୍

କୋଭିଡ 19 ପାଇଁ ଚୀନକୁ ବାରମ୍ବାର ଦୋଷୀ କହୁଥିବା ଟ୍ରମ୍ପ ପୁଣି ସମାନ କଥା ଦୋହରାଇଛନ୍ତି । ଏକ ଟ୍ବିଟ୍ କରି ସେ ଚୀନ ପକ୍ଷରୁ ବିଶ୍ବକୁ ଏହା ଏକ ଖରାପ ଉପହାର ବୋଲି କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଚୀନର ଏକ ଖରାପ ଉପହାର: ଟ୍ରମ୍ପ
କୋରୋନା ଚୀନର ଏକ ଖରାପ ଉପହାର: ଟ୍ରମ୍ପ
author img

By

Published : May 28, 2020, 10:24 PM IST

ୱାଶିଂଟନ: କୋରୋନା ଭୂତାଣୁ ଚୀନର ଏକ ଖରାପ ଗିଫ୍ଟ । ସାରା ବିଶ୍ବକୁ ଡ୍ରାଗନ ଦେଶ ଏକ ଖରାପ ଉପହାର ଦେଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି । ଟ୍ବିଟ୍ କରି ପୁଣିଥରେ ସେ ଚୀନକୁ ଟାର୍ଗେଟ କରିଛନ୍ତି ।

କୋଭିଡ 19 ପାଇଁ ଚୀନକୁ ବାରମ୍ବାର ଦୋଷୀ କହୁଥିବା ଟ୍ରମ୍ପ ପୁଣି ସମାନ କଥା ଦୋହରାଇଛନ୍ତି । ଏକ ଟ୍ବିଟ୍ କରି ସେ ଚୀନ ପକ୍ଷରୁ ବିଶ୍ବକୁ ଏହା ଏକ ଖରାପ ଉପହାର ବୋଲି କହିଛନ୍ତି । ଏହାସହ ସେ ଆମେରିକାରେ ଏହି ଭୂତାଣୁ ଦ୍ବାରା ମୃତ୍ୟୁ ଲୋକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ବୁଧବାର ଆମେରିକାର କୋରୋନାଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ପାର କରିଛି । ଏନେଇ ଟ୍ରମ୍ପ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଆମ ପାଇଁ ଏକ ଦୁଃଖିତ ତଥା ଖରାପ ମାଇଲଷ୍ଟୋନ । ସମସ୍ତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଓ ଭଗବାନ ସେମାନଙ୍କ ସାଥିରେ ରହନ୍ତୁ ବୋଲି ପ୍ରାର୍ଥନା । ଏହାସହ ଟ୍ବିଟ୍ ଦ୍ବାରା ଟ୍ରମ୍ପ ଆମେରିକାର ଖରାପ ପରିସ୍ଥିତି ଉପରେ ମଧ୍ୟ ମନ୍ତବ୍ୟ ରଖିଛନ୍ତି ।

ତେବେ ଘଟଣା ଉପରେ ଚୁପ୍ ରହିବା ସହ ଦେଶରେ କୋରୋନାର ଭୟଙ୍କର ସ୍ଥିତି ପାଇଁ ତାଙ୍କୁ ଦାୟୀ କରି ଟ୍ରମ୍ପଙ୍କ ବିରୋଧରେ ସମାଲୋଚନା ବଢିଚାଲିଛି । ତେବେ ଏହାକୁ ବିରୋଧ କରି ଟ୍ରମ୍ପ ସୋସିଆଲ ମିଡିଆ ବନ୍ଦ କରିବେ ବୋଲି ଧମକ ଦେଇଥିଲେ । ଯାହା ବିରୋଧରେ ଟ୍ବିଟର ମଧ୍ୟ ସ୍ବର ଉଠାଇବା ସହ ଟ୍ରମ୍ପଙ୍କୁ ତାଗିଦ୍ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.