ETV Bharat / international

'ଇରାନ ପୁଣି ଥରେ ଆକ୍ରମଣ କରିବାର ଭୁଲ ନକରୁ, ନଚେତ...'

author img

By

Published : Jan 5, 2020, 1:03 PM IST

ଆମେରିକାକୁ ଇରାନର କଡା ଜବାବ ପରେ ପୁଣିଥରେ ତାକୁ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜାଣନ୍ତୁ ସେ କ'ଣ କହିଛନ୍ତି..

donald-trump-threats-iran
ଫାଇଲ ଫଟୋ

ୱାଂଶିଟନ: ଆମେରିକାକୁ ଇରାନର କଡା ଜବାବ ପରେ ପୁଣିଥରେ ତାକୁ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ସେନା କମାଣ୍ଡର କାଶିମ ସୁଲେମାନଙ୍କୁ ଆମେରିକା ଡ୍ରୋନ ଆକ୍ରମଣରେ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ସେପଟେ ଇରାନ ଏହାର ପ୍ରତିଶୋଧରେ ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି। ଫଳରେ ଉଭୟ ଦେଶର ବିବାଦ ଚରମସୀମାରେ ପହଞ୍ଚିଛି । ଇତି ମଧ୍ୟରେ ଟ୍ରମ୍ପ ଆଜି ଦ୍ବିତୀୟ ଥର ପାଇଁ ଇରାନକୁ ଚେତାବନୀ ଦେଇଛନ୍ତି ।

donald-trump-threats-iran
ଫାଇଲ ଫଟୋ

ଟ୍ରମ୍ପ କହିଛନ୍ତି, ଇରାନ ପୁଣିଥରେ ଆକ୍ରମଣ କରିବାର ଭୁଲ ନକରୁ । ନଚେତ ଆମେରିକା ତା'ର କଡା ଜବାବ ଦେବ । ଯଦି ଇରାନ ଆକ୍ରମଣ କରେ ତାହେଲେ ତା ଉପରେ ଏତେବଡ ଆକ୍ରମଣ ହେବ ଯେ ତାହାକୁ ସେ ସହ୍ୟ କରିପାରିବ ନାହିଁ ।

donald-trump-threats-iran
ଫାଇଲ ଫଟୋ

ସେ ଆହୁରି କହିଛନ୍ତି ଯେ, ଆମେରିକାର ସେନା ଶକ୍ତି ଖୁବ ସୁଦୃଢ । ଦେଶ ସୈନ୍ୟ ଉପକରଣ ପାଇଁ 2 ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି । ଆମେ ବିଶ୍ବର ସର୍ବ ବୃହତ୍ତ ଏବଂ ସବୁଠୁ ଭଲ ମଧ୍ୟ । ଯଦି ଇରାନ ଆଉ ଗୋଟିଏ ମଧ୍ୟ ଆମେରିକୀୟ ବେସ କିମ୍ବା କୌଣସି ଆମେରିକୀୟ ଉପରେ ଆକ୍ରମଣ କରୁଛି, ତାହେଲେ ଆମେ ତା ଉପରେ ଭିନ୍ନ ଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାରେ ପଛଘୁଞ୍ଚା ଦେବନାହିଁ ।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.