ETV Bharat / international

WHO ସହ ସମ୍ପର୍କ ଭାଙ୍ଗିଲା ଆମେରିକା, ଚୀନର ଅଧିନରେ ଥିବା ଟ୍ରମ୍ପଙ୍କ ଅଭିଯୋଗ - terminating relationship with WHO

କୋରୋନା ମହାମାରୀ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ନିଜକୁ ପ୍ରତ୍ୟାହାର କରିବାକୁ ଘୋଷଣା ନେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ WHO ସଂପୂର୍ଣ୍ଣ ଭାବେ ଚୀନ୍ ଅଧୀନରେ ଅଛି।

US president donald trump
WHO ସହ ସମ୍ପର୍କ ଭାଙ୍ଗିଲା ଆମେରିକା
author img

By

Published : May 30, 2020, 8:34 AM IST

ୱାସିଂଟନ: କୋରୋନା ମହାମାରୀ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ନିଜକୁ ପ୍ରତ୍ୟାହାର କରିବାକୁ ଘୋଷଣା ନେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ WHO ସଂପୂର୍ଣ୍ଣ ଭାବେ ଚୀନ୍ ଅଧୀନରେ ଅଛି। WHO ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିବାରେ ବିଫଳ ହେଲା ଓ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହିତ ଏହାର ସମ୍ପର୍କକୁ ବନ୍ଦ କରିବ ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଚୀନ WHO କୁ ବର୍ଷକୁ 40 ମିଲିୟନ ଡଲାର ଦେବାରେ ନିୟନ୍ତ୍ରଣରେ ଥିବାବେଳେ ଆମେରିକା WHO କୁ ବର୍ଷକୁ ପ୍ରାୟ 450 ମିଲିୟନ ଡଲାର ପ୍ରଦାନ କରୁଛି। ପରିବର୍ତ୍ତନ ବିଷୟରେ WHO ଦ୍ବାରା ଦିଆଯାଇଥିବା ସୁପାରିଶ କାର୍ଯ୍ୟକାରୀ ହୋଇନାହିଁ, ତେଣୁ ଆମେରିକା WHO ସହିତ ସମ୍ପର୍କ ଭାଙ୍ଗୁଛି ।

ଅତୀତରେ ଆମେରିକା WHO କୁ ସହାୟତା ପାଣ୍ଠିକୁ ବନ୍ଦ କରିଦେଇଥିଲା। ଏଥିସହ ରାଷ୍ଟ୍ରପତି ଟ୍ରମ୍ପ WHO ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଯେଉଁଥିରେ ସେ 30 ଦିନ ମଧ୍ୟରେ ସଂଗଠନରେ ବଡ ପରିବର୍ତ୍ତନ ଆଣିବାକୁ କହିଥିଲେ । ନଚେତ୍ ଆମେରିକା ଏହାର ପାଣ୍ଠିକୁ ସବୁଦିନ ପାଇଁ ବନ୍ଦ କରିବ ଓ ସଂଗଠନଠାରୁ ଅଲଗା ହେବାକୁ ଚିନ୍ତା କରିପାରେ ।

କୋରୋନା ମହାମାରୀ ସମଗ୍ର 188 ଟି ଦେଶରେ ବ୍ୟାପିଛି। ଏପର୍ଯ୍ୟନ୍ତ 58,78,701 ଏହି ମହାମାରୀ ଦ୍ବାରା ସଂକ୍ରମିତ ହୋଇଛନ୍ତି ଯେଉଁଥିରେ 3,62,769 ଜଣଙ୍କର ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ କ୍ଷତି ଆମେରିକାକୁ ହେଇଛି । ଏଠାରେ 1,735,971 ମାମଲାରେ 1,02,323 ଜଣଙ୍କର ମୃତ୍ୟୁ ହୋଇଛି। ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ସତ୍ତ୍ବେ ଆମେରିକାରେ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେବାର ନାଁ ନେଉନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.