ETV Bharat / international

ତୃତୀୟ ବିଶ୍ବଯୁଦ୍ଧ ଆଡକୁ ଆମେରିକା ଅଗ୍ରସର, କଣ କହିଲେ ଟ୍ରମ୍ପ... - ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଜବାବ ରଖିଲେ ଟ୍ରମ୍ପ

ଇରାନ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ତୃତୀୟ ବିଶ୍ବ ଯୁଦ୍ଧର ଆଶଙ୍କା ପ୍ରକାଶ ପାଇଛି । ଜାଣନ୍ତୁ ଏନେଇ କ'ଣ କହିଛନ୍ତି ଟ୍ରମ୍ପ..

us-president-donald-trump
ଫାଇଲ ଫଟୋ
author img

By

Published : Jan 4, 2020, 9:22 AM IST

ୱାଶିଂଟନ: ଗତକାଲି ଇରାନର ଦ୍ବିତୀୟ ଶକ୍ତିଶାଳୀ ନେତା ଜେନେରାଲ କାଶିମ ସୁଲେମାନୀଙ୍କୁ ଏୟାର ଷ୍ଟ୍ରାଇକରେ ନିହତ କରିବା ପରେ ଆଜି ଇରାନରେ ପୁଣି ଏକ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ଯାହାଫଳରେ ପଶ୍ଚିମ ଏସିଆରେ ଉତ୍ତେଜନା ଦେଖାଦେଇଛି । ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ପରେ ବିଶ୍ବର ୧୩ତମ ସର୍ବବୃହତ ସୈନ୍ୟ ଶକ୍ତି ଇରାନ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ତୃତୀୟ ବିଶ୍ବ ଯୁଦ୍ଧର ଆଶଙ୍କା ପ୍ରକାଶ କରିଛନ୍ତି କିଛି ବିଶେଷଜ୍ଞ । ଅନ୍ୟ ପକ୍ଷରେ ଏହି ଯୁଦ୍ଧ ଆଶଙ୍କାକୁ ଖାରଜ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି, ଆମେରିକା ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ଇରାନ ସହ ଯୁଦ୍ଧ ଆରମ୍ଭ କରିବାକୁ ନୁହେଁ ବରଂ ଯୁଦ୍ଧ ଶେଷ କରିବାକୁ । କିନ୍ତୁ ଏହାର ଜବାବରେ ଯଦି ଇସଲାମିକ ଦେଶ କୌଣସି କାର୍ଯ୍ୟାନୁଷ୍ଠାନ ନିଏ, ତା’ହେଲେ ଆମେରିକା ଏଥିରୁ ବଞ୍ଚିବା ପାଇଁ ପ୍ରସ୍ତୁତ ଅଛି ବୋଲି ଟ୍ରମ୍ପ କହିଛନ୍ତି ।

ଫ୍ଲୋରିଡ଼ାରେ ଛୁଟି ବିତାଉଥିବା ଟ୍ରମ୍ପ ଡ୍ରୋନ ଆକ୍ରମଣ ପରେ ପ୍ରଥମ ଥର ଗଣମାଧ୍ୟମକୁ କହିଛନ୍ତି, ସୁଲେମାନୀ ବିଶ୍ବର ଏକ ନମ୍ବର ଆତଙ୍କବାଦୀ ଥିଲେ । ସେ ଆମେରିକା ରାଜଦୂତ ଓ ସେନା ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚୁଥିଲେ । ଏହି କାରଣରୁ ମୋ ନିର୍ଦ୍ଦେଶରେ ତାଙ୍କୁ ଟାର୍ଗେଟ କରାଯାଇଥିଲା । ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଯୁଦ୍ଧ ଶେଷ କରିବାକୁ କରାଯାଇଥିଲା । ଇରାନର ଲୋକଙ୍କ ପ୍ରତି ମୋର ସମ୍ମାନ ରହିଛି । ଆମେ ଇରାନ ଶାସନରେ ପରିବର୍ତ୍ତନ କରିବାକୁ ଚାହୁଁନାହୁଁ । କିନ୍ତୁ ଇରାନ ସରକାର ଛଦ୍ମ ରୂପ ଧାରଣ କରି ନିଜ ପଡ଼ୋଶୀଙ୍କୁ ଅସ୍ଥିର କରୁଛନ୍ତି, ଯାହାକୁ ବନ୍ଦ କରାଯିବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି ।

Intro:Body:

jkjkjk

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.