ETV Bharat / international

ଟ୍ରମ୍ପଙ୍କ ଟ୍ବିଟ: ‘ଚାଇନା ଭାଇରସ’ ଉପରେ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ

କୋରୋନା ଭାଇରସକୁ ନେଇ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ ମଧ୍ୟରେ କ୍ରମାଗତ ଭାବେ ତିକ୍ତତା ବୃଦ୍ଧି ପାଉଛି । ଏବେ ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ବିଟ ଚର୍ଚ୍ଚାରେ । ଟ୍ବିଟ କରି ବୁଧବାର ଚାଇନା ଭାଇରସକୁ ନେଇ ଗୁରୁତ୍ବପୂର୍ଣ୍ଣ ପ୍ରେସ କନଫରେନ୍ସ କରିବା କଥା କହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 18, 2020, 7:41 PM IST

ନୂଆଦିଲ୍ଲୀ: ସାରା ବିଶ୍ବକୁ ଆତଙ୍କିତ କରି ରଖିଥିବା କୋରୋନା ଭାଇରସକୁ ନେଇ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ ପରସ୍ପର ମଧ୍ୟରେ ଉତ୍ତେଜନାଯୁକ୍ତ ବୟାନ ବାଜି ଜାରି ରିଖିଛନ୍ତି । ଦୁଇ ଦେଶ ମଧ୍ୟରେ କ୍ରମାଗତ ଭାବେ ତିକ୍ତତା ବୃଦ୍ଧି ପାଉଛି । ଏବେ ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ବିଟ ଚର୍ଚ୍ଚାରେ । ଟ୍ବିଟ କରି ବୁଧବାର ଚାଇନା ଭାଇରସକୁ ନେଇ ଗୁରୁତ୍ବପୂର୍ଣ୍ଣ ପ୍ରେସ କନଫରେନ୍ସ କରିବା କଥା କହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@realDonaldTrump
ଫଟୋ ସୌଜନ୍ୟ: ଟ୍ବିଟର@realDonaldTrump

ମହାମାରୀ କୋରୋନାକୁ ନେଇ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏପର୍ଯ୍ୟନ୍ତ ସଂକ୍ରମଣକୁ ରୋକିବା ପାଇଁ କୌଣସି ବିକଳ୍ପ ପାଇନାହିଁ | ଏଥି ସହିତ କରୋନା ଜୀବାଣୁ ଯୋଗୁଁ ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟ୍ବିଟ କରି କରୋନା ଭାଇରସକୁ ଚାଇନାର ଭାଇରସ ବୋଲି କହିଛନ୍ତି।

ଡୋନାଲ୍ଡ ଟ୍ରମ୍ପ ଏହି ଟୁଇଟରେ ଲେଖିଛନ୍ତି ଯେ, ଚାଇନା ଭାଇରସ୍ ସମ୍ବନ୍ଧୀୟ FDA ରୁ ବହୁତ ଗୁରୁତ୍ବପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରିବାକୁ ଏକ ସାମ୍ବାଦିକ ସମ୍ମିଳନୀ କରୁଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ଗତ ସପ୍ତାହରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କରୋନା ଭାଇରସକୁ ଆମେରିକାର ଷଡଯନ୍ତ୍ର ବୋଲି କହିଥିଲା । ପରେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ନୂଆ ବିବାଦ ସୂତ୍ରପାତ ହୋଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଚୀନର ଉହାନରୁ କାୟା ବିସ୍ତାର କରି କୋରୋନା ଭାଇରସ୍‌ ଏବେ ୧୬୨ ରାଷ୍ଟ୍ରକୁ ବ୍ୟାପିଛି । ୧,୮୬, ୭୦୭ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୭,୪୭୧ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.