ETV Bharat / international

24 ଘଣ୍ଟାରେ ଆମେରିକାରେ 1225 ମୃତ, ମୋଟ 17 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ - AFP news agency

ଆମେରିକାରେ ଶୁକ୍ରବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷ 93 ​​ହଜାରକୁ ବୃଦ୍ଧି । 29 ପ୍ରତିଶତ ଲୋକ ସୁସ୍ଥ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

24 ଘଣ୍ଟାରେ 1225 ମୃତ, ମୋଟ 17 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ

author img

By

Published : May 30, 2020, 8:28 AM IST

ୱାଶିଂଟନ: ଆମେରିକାରେ ପ୍ରଳୟ ରଚୁଛି କୋରୋନା ଭାଇରସ । ପ୍ରତିଦିନ ଅହେତୁକ ଭାବେ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 25 ହଜାର 69ଟି ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, 1,225 ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ଜନହପକିନ୍ସ ବିଶ୍ବବିଦ୍ୟାଳୟ । ଗୋଟିଏ ଦିନ ପୂର୍ବରୁ, ଆମେରିକାରେ 22 ହଜାର 658 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ​ଏବଂ 1,223 ଜଣଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଅନୁଯାୟୀ, ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ସକାଳ ସୁଦ୍ଧା 17 ଲକ୍ଷ 93 ​​ହଜାରକୁ ବୃଦ୍ଧି ପାଇଛି । ଏଥିସହ 1 ଲକ୍ଷ 4 ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଏଥିରେ 5 ଲକ୍ଷ 19 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଥିବା ଜଣାପଡିଛି । କୋରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । 29 ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି ।

ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ 3 ଲକ୍ଷ 77 ହଜାର 714ଟି ମାମଲା ରହିଛି । ସହରରେ ବର୍ତ୍ତମାନ ସୁଦ୍ଧା 29 ହଜାର 751 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ନ୍ୟୁ ଜର୍ସିରେ 1 ଲକ୍ଷ 60 ହଜାର 391 ଜଣ ସଂକ୍ରମିତଙ୍କ ମଧ୍ୟରୁ, 11 ହଜାର 536 ଜଣଙ୍କର ପ୍ରାଣହାନୀ ଘଟିଛି ।

ସେପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଠାରୁ ମ୍ପର୍କ ଛିନ୍ନ କରିଛନ୍ତି । ଡବ୍ଲୁଏଚଓ ଚୀନ ଦ୍ୱାରା ନିୟନ୍ତ୍ରିତ ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି । ରିଫାର୍ମକୁ ନେଇ ଡବ୍ଲୁଏଚଓ ଦ୍ୱାରା କରାଯାଇଥିବା ସୁପାରିଶଗୁଡିକ ସେଗୁଡିକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରିଲା ନାହିଁ ।

ଟ୍ରମ୍ପ କହିଛନ୍ତି ଯେ, 'ଚୀନ ବର୍ଷକୁ 40 ମିଲିୟନ ଡଲାର ଦେବା ସତ୍ତ୍ୱେ ଡବ୍ଲୁଏଚଓକୁ ନିୟନ୍ତ୍ରଣରେ ରଖିଛି, କିନ୍ତୁ ଆମେରିକା ଡବ୍ଲୁଏଚଓ କୁ ବର୍ଷକୁ ପ୍ରାୟ 450 ମିଲିୟନ ଡଲାର ଦେଇଥାଏ। ରିଫାର୍ମ ସଂପର୍କରେ ଡବ୍ଲୁଏଚଓ ଦ୍ୱାରା ଦିଆଯାଇଥିବା ସୁପାରିଶଗୁଡିକ କାର୍ଯ୍ୟକାରୀ ହୋଇନାହିଁ, ତେଣୁ ଆମେରିକା ଡବ୍ଲୁଏଚଓ ସହିତ ସମ୍ପର୍କ ଭାଙ୍ଗୁଛି '

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.