ETV Bharat / international

ତାଇୱାନ ପ୍ରତି ଚୀନର ଆକ୍ରୋଶମୂଳକ ପଦକ୍ଷେପ 'ସିରିୟସ୍ ମିଷ୍ଟେକ୍'

ୱାସିଂଟନ୍ ଓ ବେଜିଂ ମଧ୍ୟରେ ଦେଶର ସାର୍ବଭୌମତ୍ବକୁ ନେଇ ତିକ୍ତତା ଲାଗିରହିଥିବା ବେଳେ ତାଇୱାନର ସ୍ଥିତି ପରିବର୍ତ୍ତନ କରିବା ଠିକ୍ ନୁହେଁ। ତାଇୱାନ ପ୍ରତି ଚୀନର ଏହି ପଦକ୍ଷେପ ଏକ ବିରାଟ ବଡ ଭୁଲ ବା ''ସିରିୟସ୍ ମିଷ୍ଟେକ୍''। ଅଧିକ ପଢନ୍ତୁ...

ତାଇୱାନ ପ୍ରତି ଚୀନର ଆକ୍ରୋଶମୂଳକ ପଦକ୍ଷେପ 'ସିରିୟସ୍ ମିଷ୍ଟେକ୍'
ତାଇୱାନ ପ୍ରତି ଚୀନର ଆକ୍ରୋଶମୂଳକ ପଦକ୍ଷେପ 'ସିରିୟସ୍ ମିଷ୍ଟେକ୍'
author img

By

Published : Apr 12, 2021, 7:34 AM IST

ୱାସିଂଟନ୍: ଚୀନକୁ ଆମେରିକାର ବୈଦେଶିକ ସଚିବ ଆଣ୍ଚୋନି ବ୍ଲିଙ୍କେନଙ୍କ ଚେତାବନୀ। ୱାସିଂଟନ୍ ଓ ବେଜିଂ ମଧ୍ୟରେ ଦେଶର ସାର୍ବଭୌମତ୍ବକୁ ନେଇ ତିକ୍ତତା ଲାଗିରହିଥିବା ବେଳେ ତାଇୱାନର ସ୍ଥିତି ପରିବର୍ତ୍ତନ କରିବା ଠିକ୍ ନୁହେଁ। ତାଇୱାନ ପ୍ରତି ଚୀନର ଏହି ପଦକ୍ଷେପ ଏକ ବିରାଟ ବଡ ଭୁଲ ବା ''ସିରିୟସ୍ ମିଷ୍ଟେକ୍''।

"ବର୍ତ୍ତମାନକ ସ୍ଥିତି ଦେଖି ଆମେ ଚିନ୍ତିତ। ବେଜିଂରେ ସରକାର ତାଇୱାନ ପ୍ରତି ନେଉଥିବା ଆକ୍ରୋଶମୂଳକ କାର୍ଯ୍ୟ, ତିକ୍ତତା ବଢାଉଛି । ତେବେ ତାଇୱାନ ରିଲେସନସ ଆକ୍ଟ ଅଧୀନରେ ତାଇୱାନ ପାଇଁ ଆମର ଏକ ପ୍ରତିବଦ୍ଧତା ଅଛି, ଯାହା ଦ୍ୱିପାକ୍ଷିକ ପ୍ରତିବଦ୍ଧତା ବୋଲି ଆଣ୍ଟୋନି କହିଛନ୍ତି।

ଏପରିକି ତାଇୱାନର ନିଜକୁ ରକ୍ଷା କରିବାର କ୍ଷମତା ଅଛି ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଆମେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିଛୁ ବୋଲି ନିଶ୍ଚିତ କରିବାକୁ ଅନେକ ବର୍ଷ ଧରି ପ୍ରଚେଷ୍ଟା ଜାରି ରଖିଛୁ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଆଣ୍ଟୋନି। ତାଇୱାନର ପୂର୍ବରୁ ରହିଥିବା ସ୍ଥିତିକୁ ବଳପୂର୍ବକ ପରିବର୍ତ୍ତନ କରିବା ଚୀନର ମସ୍ତବଡ ଭୁଲ୍ ।

ଗତ ସପ୍ତାହରେ ଆମେରିକା ପକ୍ଷରୁ ଚୀନକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଯେଉଁଥିରେ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇ ତାଇୱାନର ପ୍ରତିପକ୍ଷଙ୍କ ସହ ଆମେରିକାର ବୈଦେଶିକ ବିଭାଗ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।ତାଇୱାନ ଉପରେ ବେଜିଂ ସମ୍ପୂର୍ଣ୍ଣ ସାର୍ବଭୌମତ୍ୱ ଦାବି କରିଛି। ଚୀନ୍ ମେନଲ୍ୟାଣ୍ଡର ଦକ୍ଷିଣ ପୂର୍ବ ଉପକୂଳରେ ଅବସ୍ଥିତ ପ୍ରାୟ 24 ନିୟୁତ ଲୋକଙ୍କର ଗଣତନ୍ତ୍ର, ସାତ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ପକ୍ଷ ପୃଥକ ଭାବରେ ଶାସନ କରିଆସୁଛନ୍ତି।

ଅନ୍ୟପକ୍ଷରେ ତାଇପେଇ ଆମେରିକା ସମେତ ଗଣତାନ୍ତ୍ରିକ ରାଷ୍ଟ୍ର ସହ ରଣନୀତିକ ସମ୍ପର୍କ ବଢାଇ ଚୀନ୍ ଆକ୍ରୋଶର ମୁକାବିଲା କରିଛି, ଯାହାକୁ ବେଜିଂ ବାରମ୍ବାର ବିରୋଧ କରିଆସୁଛି। ଚୀନ୍ ଧମକ ଦେଇଛି ଯେ "ତାଇୱାନର ସ୍ବାଧୀନତା" ଅର୍ଥ ଯୁଦ୍ଧ। ଗତ ସପ୍ତାହରେ ତାଇୱାନ ଆମେରିକା-ଚୀନ୍ ତିକ୍ତତା ଉଗ୍ର ରୂପ ନେଇଥିଲା। ଏହାପରେ ବେଜିଂ 48 ଘଣ୍ଟାର ମଧ୍ୟରେ ନିଜେ ଶାସନ କରୁଥିବା ଦ୍ୱୀପକୁ ନିଜ ବାୟୁସେନାର ପ୍ରତିରକ୍ଷା ଚିହ୍ନଟ ଜୋନରେ 24ରୁ ଅଧିକ ଯୁଦ୍ଧ ବିମାନ ପଠାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.