ETV Bharat / international

4ଟି ସ୍ଥାନରେ ସାଙ୍ଘାତିକ କୋରୋନା, ହସ୍ପିଟାଲରେ ଆକ୍ରାନ୍ତଙ୍କ ଅସମ୍ଭାଳ ଭିଡ

author img

By

Published : Jul 7, 2020, 5:43 PM IST

ପୂର୍ବରୁ ଆମେରିକାର ନ୍ୟୁୟର୍କ ସହର କୋରୋନାର ହଟସ୍ପଟ ଭାବେ ପରିଚିତ ଥିଲା । ବର୍ତ୍ତମାନ ଦେଶରେ 4ଟି ନୂଆ କୋରୋନା ହଟସ୍ପଟ ରହିଛି । ଅଧିକ ପଢନ୍ତୁ...

4ଟି ଜାଗାରେ ସାଙ୍ଘାତିକ କୋରୋନା, ହସ୍ପିଟାଲରେ ଆକ୍ରାନ୍ତଙ୍କ ଅସମ୍ଭାଳ ଭିଡ

ୱାଶିଂଟନ: ଆର୍ଥିକ ସ୍ଥିତି ସୁଧାରିବା ପାଇଁ କୋରୋନା ମହାମାରୀ ଭିତରେ ଖୋଲିଛି ଆମେରିକା । ବିଭିନ୍ନ ସେକ୍ଟର ପୁଣିଥରେ ଖୋଲିବା ସହ କଟକଣା ମଧ୍ୟରେ ଲୋକଙ୍କ ଭିଡ ବଢିବାରେ ଲାଗିଛି । ତେବେ ଏପରି ସ୍ଥିତି ଦେଶରେ ପୁଣିଥରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ବଢାଇବାର ଆଶଙ୍କା ସୃଷ୍ଟି କରିଛି । ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି । ବର୍ତ୍ତମାନ ଆମେରିକାରେ ହସ୍ପିଟାଲମାନଙ୍କରେ କ୍ଷମତାଠାରୁ ଅଧିକ କୋରୋନା ଆକ୍ରାନ୍ତ ଭର୍ତ୍ତି ହେବାର ସମ୍ଭାବନା ରହିଛି ବୋଲି ଏମାନେ କହିଛନ୍ତି ।

ଖବର ଅନୁସାରେ ପୂର୍ବରୁ ଆମେରିକାର ନ୍ୟୁୟର୍କ ସହର କୋରୋନାର ହଟସ୍ପଟ ଭାବେ ପରିଚିତ ଥିଲା । ଏଠାରେ ଅଧିକ କ୍ଷତି ଘଟିବା ସହ ସର୍ବାଧିକ ଆକ୍ରାନ୍ତ ବାହାରିଥିଲେ । ତେବେ ବର୍ତ୍ତମାନ ଦେଶରେ 4ଟି ନୂଆ କୋରୋନା ହଟସ୍ପଟ ରହିଛି । ନ୍ୟୁୟର୍କରେ ଯେପରି ଅବସ୍ଥା ଦେଖାଦେଇଥିଲା ବର୍ତ୍ତମାନ ଏହି 4ଟି ଜାଗାରେ ସେପରି ପରିସ୍ଥିତି ସୃଷ୍ଟି ହୋଇଛି । ଏମାନେ ହେଲେ ଲସ ଏଞ୍ଜେଲେସ, ଟେକ୍ସାସ, ଫ୍ଲୋରିଡା ଏବଂ ଏରିଜୋନା । ଫ୍ଲୋରିଡା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସହର ପାଲଟିଛି ବୋଲି ପୂର୍ବତନ ଫୁଡ୍ ଓ ଡ୍ରଗ୍ସ ଆଡମିନିଷ୍ଟ୍ରେସନ କମିଶନର ସ୍କଟ୍ ଗୋଟ୍ଟଲିଏବ କହିଛନ୍ତି ।

ଶେଷ ଡାଟା ଅନୁସାରେ ଫ୍ଲୋରିଡା, କାର୍ଲିଫର୍ଣ୍ଣିଆ ଏବଂ ନ୍ୟୁୟର୍କରେ କୋରୋନା ମାମଲା 2 ଲକ୍ଷ ପାର କରିଛି । ଟେକ୍ସାସରେ ଆକ୍ରାନ୍ତଙ୍କ ସଂଖ୍ୟା ପୁରୁଣା ରେକର୍ଡ ଭାଙ୍ଗିଛି । ପରିସ୍ଥିତି ଏପରି ଯେ କିଛି ଦିନ ମଧ୍ୟରେ ସମସ୍ତ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷମତାଠାରୁ ଅଧିକ ହେବାର ଆଶଙ୍କା ରହିଛି ବୋଲି ମେୟର ସୂଚନା ଦେଇଛନ୍ତି । ଅଧିକ ସମସ୍ୟା ଆଇସିୟୁ ବିଭାଗରେ ଦେଖାଦେଇଛି । ଆଗାମୀ 10 ଦିନ ଭିତରେ ସମସ୍ତ ବେଡ୍ ଭର୍ତ୍ତି ହେବା ସହ ଆକ୍ରାନ୍ତଙ୍କୁ ରଖିବାରେ ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି । ଏପରି ସ୍ଥିତିରେ ସମାଧାନର କେବଳ ଗୋଟିଏ ଉପାୟ ରହିଛି ତାହା ହେଉଛି ଘରେ ରହିବାର ନିର୍ଦ୍ଦେଶ । ଶେଷ କିଛି ସପ୍ତାହରେ ଦେଶ ରେକର୍ଡ ଉପରେ ରେକର୍ଡ କରିଚାଲିଛି । କୋରୋନା ବିରୋଧରେ ଲଢେଇରେ ଆମେ ପଛେଇଯାଇଛୁ । ମହାମାରୀ ଆମକୁ ଟପି ଆଗେଇ ଚାଲିଛି । ଏଥିପାଇଁ ଘରେ ରହିବା ଏକମାତ୍ର ଉପାୟ ବୋଲି ମିଆମି ମେୟର କହିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଭିନ୍ନ ଷ୍ଟେଟର ଗର୍ଭର୍ଣ୍ଣର ବର୍ତ୍ତମାନ ସବୁ ସେକ୍ଟର ଖୋଲିବା ଉପରେ ଗୁରୁତ୍ବ ଦେଉଥିବାବେଳେ ମେୟରମାନେ ବିରୋଧ କରୁଛନ୍ତି । ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ତଥା ବେଶୀ କୋରୋନା ଆକ୍ରାନ୍ତ ଥିବା ସହରର ମେୟରମାନେ ଅନ୍ତତଃ ଆଉ କିଛି ସପ୍ତାହ ଲକଡାଉନ ଜାରି ରଖିବାକୁ ଅନୁରୋଧ କରିଛନ୍ତି । ମିଆମି ମେୟର କହିଛନ୍ତି ଯେ ଥରେ ସହର ଖୋଲିଗଲେ ଲୋକମାନେ ଏପରି ବ୍ୟବହାର କରିବେ ଯେପରି ପୂର୍ବରୁ କୋରୋନା ନାମରେ କିଛି ନଥିଲା । ଏହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଏହାଦ୍ବାରା କୋଭିଡ 19 ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । ହସ୍ପିଟାଲମାନଙ୍କରେ ଅବସ୍ଥା ଦେଖିଲେ ନୂଆ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଇବା ଦ୍ବାରା ଚିକିତ୍ସାରେ ବାଧା ସୃଷ୍ଟି ହୋଇପାରେ । ଏଥିପାଇଁ ଘରେ ରହିବା ସବୁଠାରୁ ଉତ୍ତମ ଉପାୟ ବୋଲି ସେ କହିଛନ୍ତି । ପ୍ରକାଥ ଥାଉ କି ଏପର୍ଯ୍ୟନ୍ତ ଆମେରିକାରେ 30 ଲକ୍ଷ ପାଖାପାଖି ଆକ୍ରାନ୍ତ ଏବଂ ଲକ୍ଷାଧିକ ମୃତ୍ୟୁ ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.