ETV Bharat / international

ଆମେରିକା ନିର୍ବାଚନ 2020: ଟ୍ରମ୍ପଙ୍କୁ ପଛରେ ପକାଇ 4 ରାଜ୍ୟରେ ଆଗୁଆ ବାଇଡେନ

author img

By

Published : Nov 7, 2020, 8:44 AM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗଣତି । ଭୋଟ ଗଣତି ପ୍ରକ୍ରିୟା ଶେଷ ହେବା ପୂର୍ବରୁ ବିଜୟ ମୁହାଁ ବାଇଡେନ । ଜର୍ଜିଆ, ପେନସିଲଭାନିଆ, ନେଭାଦା, ଆରିଜୋନାରେ ଆଗରେ ରହିଛନ୍ତି ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ । ଅଧିକ ପଢନ୍ତୁ...

ଆମେରିକା ନିର୍ବାଚନ 2020
ଆମେରିକା ନିର୍ବାଚନ 2020

ୱାଶିଂଟନ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ପରସ୍ପରକୁ କଡ୍ଡା ଟକ୍କର ଦେଉଛନ୍ତି । ଜର୍ଜିଆ, ପେନସିଲଭାନିଆ ପରେ ପୁଣି 2 ରାଜ୍ୟରେ ବାଇଡେନଙ୍କ ଲିଡ । ବିଜୟ ଠାରୁ ମାତ୍ର ପାଦେ ଦୂର ଥିବା ବାଇଡେନ ନେଭାଦା ଓ ଆରିଜୋନାରେ ବିଜୟ ହୋଇଛନ୍ତି ।

ସିଏନଏ ଅନୁସାରେ, ବାଇଡୋନ ବର୍ତ୍ତମାନ ଜର୍ଜିଆ, ପେନସିଲଭାନିଆ, ନେଭାଦା, ଆରିଜୋନାରେ ଆଗରେ ରହିଛନ୍ତି । ଉତ୍ତର କାରୋଲିନାରେ ପୂର୍ବତନ ଉପରାଷ୍ଟ୍ରପତିଙ୍କ ନେତୃତ୍ବରେ ଟ୍ରମ୍ପ ଲିଡ କରୁଛନ୍ତି ।

ପେନସିଲଭାନିଆରେ ବାଇଡେନଙ୍କୁ 13,641 ଭୋଟ ମିଳିଛି, ନେଭାଦାରେ 20, 137 , ଆରିଜୋନାରେ 39, 769 ଭୋଟରେ ଲିଡ କରୁଥିବାବେଳେ ଜର୍ଜିଆରେ 1616 ଭୋଟରେ ଆଗରେ ରହିଛନ୍ତି ।

ଅନ୍ୟପଟେ, ଟ୍ରମ୍ପ ଉତ୍ତର କାରୋଲିନାରେ 76 ହଜାର 737 ଭୋଟ ପାଇଛନ୍ତି । ଟ୍ରମ୍ପ 253 ଇଲେକ୍ଟୋରିଆଲ ଭୋଟରୁ 213 ଭୋଟ ପାଇଛନ୍ତି । ତେବେ ଭୋଟ ଗଣତି ଶେଷ ନ ହେବା ପର୍ଯ୍ୟନ୍ତ ରାଷ୍ଟ୍ରପତି ଆକଳନ କରିବା ସମ୍ଭବ ନୁହେଁ ।

ଆମେରିକାରେ ନଭେମ୍ବର 3ରେ ନିର୍ବାଚନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରିଣାମ ସ୍ପଷ୍ଟ ହୋଇପାରିନାହିଁ । ପ୍ରାୟ 10 କୋଟି ପୋଷ୍ଟାଲ ଇ-ବ୍ୟାଲଟର ଗଣତି ପ୍ରକ୍ରିୟାକୁ ନେଇ ବିଭିନ୍ନ ରାଜ୍ୟରେ ବିବାଦ ଲାଗି ରହିଛି । ଟ୍ରମ୍ପ ଓ ତାଙ୍କର ସମର୍ଥକ ଗଣତିକୁ ବିରୋଧ କରୁଛନ୍ତି । 10 ରୁ ଅଧିକ ରାଜ୍ୟରେ ଗଣତିକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ ସୁପ୍ରିମକୋର୍ଟରେ ଦ୍ବାରସ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.