ETV Bharat / international

ଆମେରିକା ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ, 24 ଘଣ୍ଟାରେ 638 ମୃତ

ଆମେରିକାରେ ଧିରେ ଧିରେ ସାମାଜିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଉଥିବାବେଳେ, ନ୍ୟୁୟର୍କ ସିଟିରେ କିନ୍ତୁ ପୂର୍ବପରି ନିୟମ କଡାକଡି ରହିବ । ଅଧିକ ପଢନ୍ତୁ...

author img

By

Published : May 25, 2020, 10:46 AM IST

ଆମେରିକା ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ, 24 ଘଣ୍ଟାରେ 638 ମୃତ
ଆମେରିକା ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ, 24 ଘଣ୍ଟାରେ 638 ମୃତ

ଓ୍ବାଶିଂଟନ: ଆମେରିକା ବିଶ୍ୱରେ କୋରୋନା ଭାଇରସର କେନ୍ଦ୍ର ପାଲଟିଛି । ଏଠାରେ ମହାମାରୀ କ୍ରମାଗତ ଭାବରେ ଭୟଙ୍କର ରୂପ ନେଉଛି । ରବିବାର ଆମେରିକାରେ 19 ହଜାର 608ଟି ନୂଆ ମାମଲା ରିପୋର୍ଟ ହୋଇଥିଲା ଏବଂ 638 ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଯାହା ଅନେକ ଦିନ ପରେ ଏତେ ସଂଖ୍ୟାରେ ହ୍ରାସ ଘଟିଛି । ଏହାର ଗୋଟିଏ ଦିନ ପୂର୍ବରୁ ଶନିବାର ଆମେରିକାରେ 21 ହଜାର 929 ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଏଥିରେ 1,036 ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନାନୂସାରେ ସମଗ୍ର ବିଶ୍ୱରେ ପ୍ରାୟ ଏକ ତୃତୀୟାଂଶ କୋରୋନା ସଂକ୍ରମିତ ଆମେରିକାରେ ଅଛନ୍ତି ।

ୱାର୍ଲ୍ଡମିଟର ଅନୁଯାୟୀ, ସୋମବାର ସକାଳ ସୁଦ୍ଧା 1.6 ମିଲିୟନ ଲୋକ ଏହାଦ୍ବାରା ପ୍ରଭାବିତ ହୋଇଥିବାବେଳେ, 97 ହଜାର 686 ଲୋକଙ୍କର ମୃତ୍ୟୁ ଘଟିଛି । ତେବେ 4 ଲକ୍ଷ 51 ହଜାର ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। କୋରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । 27 ପ୍ରତିଶତ ଲୋକ ଏଥିରେ ସୁସ୍ଥ ହୋଇଛନ୍ତି ।

ଆମେରିକାର ନ୍ୟୁୟର୍କ ସିଟିରେ ସର୍ବାଧିକ 3 ଲକ୍ଷ 71 ହଜାର 193 ମାମଲା ରହିଛି। କେବଳ ନ୍ୟୁୟର୍କରେ 29 ହଜାର 231 ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ନ୍ୟୁଜର୍ସିରେ 1 ଲକ୍ଷ 55 ହଜାର 384 କୋରୋନା ସଂକ୍ରମିତଙ୍କ ମଧ୍ୟରୁ 11 ହଜାର 139 ଜଣଙ୍କର ମୃତ୍ୟୁ ହୋଇଛି ।

ଆମେରିକାର ନ୍ୟୁୟର୍କରେ ଅଣ-ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବର୍ତ୍ତମାନ 10ରୁ ଅଧିକ ଲୋକ ଏକାଠି ହୋଇପାରିବେ । କୋରୋନା ମହାମାରୀକୁ ରୋକିବା ପାଇଁ 2 ମାସ ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଥିଲା ଯେ, ଏହିପରି ସମସ୍ତ ସାମାଜିକ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ। ତେବେ ଲୋକଙ୍କୁ ସାମାଜିକ ଦୂରତା ପ୍ରୋଟୋକଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ କରୁଥିବା ସଫେଇ ଏବଂ ଡିସଇନଫେକେସନ ଅନୁସରଣ କରିବାକୁ ପଡିବ ।

ଏହି ସପ୍ତାହ ପୂର୍ବରୁ, ସ୍ମୃତି ସମାରୋହ ପାଇଁ ମେମୋରିଆଲ ଡେ ୱିକେଣ୍ଡରେ ରାଜ୍ୟପାଳ ଏଭଳି ଛୋଟ ଧରଣର ସମାବେଶକୁ ଅନୁମତି ଦେଇଥିଲେ । ସେହିଭଳି ଗୁରୁବାର ଠାରୁ ଧାର୍ମିକ ସମାରୋହକୁ ଅନୁମତି ଦିଆଯାଇଛି । ଲଙ୍ଗ ଦ୍ୱୀପ ଏବଂ ମିଡ-ହଡସନ ଆସନ୍ତା ସପ୍ତାହରେ ଖୋଲାହୋଇପାରେ । ତେବେ ନ୍ୟୁୟର୍କ ସିଟି ରାଜ୍ୟର ଏକମାତ୍ର ଅଞ୍ଚଳ, ଯେଉଁଠାରେ କିଛି ସମୟ ପାଇଁ ପ୍ରତିବନ୍ଧକ ବଳବତ୍ତର ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.