ETV Bharat / international

'ଅବିଶ୍ୱସନୀୟ' ଚାଇନିଜ ଟେକ୍ନୋଲୋଜି: ଟ୍ରମ୍ପ

କୋରୋନକୁ ନେଇ ଆମେରିକା-ଚୀନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଚୀନର ଟେକ୍ନୋଲୋଜି ସୁରକ୍ଷା ପ୍ରତି ବିପଦ ଥିବା କହିଛନ୍ତି । ଏଥିସହ ସେ ହୁବାଇର କୌଣସି ଉପକରଣ ନ ବ୍ୟବହାର କରିବାକୁ ଅନ୍ୟ ଦେଶକୁ କହିଛନ୍ତି । ଅଧିକ ପଢନ୍ତୁ...

'ଅବିଶ୍ୱସନୀୟ' ଚାଇନିଜ ଟେକ୍ନୋଲୋଜି
'ଅବିଶ୍ୱସନୀୟ' ଚାଇନିଜ ଟେକ୍ନୋଲୋଜି
author img

By

Published : Jul 15, 2020, 10:45 AM IST

ୱାଶିଂଟନ: କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ସ୍ବାସ୍ଥ୍ୟବସ୍ଥା ଠାରୁ ଆର୍ଥିକ ବ୍ୟବସ୍ଥା ସବୁ କିଛି ଧ୍ବଂସ କରିଦେବାକୁ ବସିଛି ଏହି ଭାଇରସ । କୋରୋନାକୁ ନେଇ ଆମେରିକା ପ୍ରଶାସନ ଚୀନକୁ ସର୍ବଦା ଦାୟୀ କରି ଏହା ଚୀନରୁ ଉତ୍ପତ୍ତି ନେଇଛି ବୋଲି ଦାବି କରିଆସୁଛି । ଏପରି ସ୍ଥିତି ଆମେରିକା ଚୀନର ‘ଅବିଶ୍ବସନୀୟ’ ଟେକ୍ନୋଲୋଜିର ସାମ୍ନା କରିଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ହୁବାଇ ଉପକରଣ ଉପରେ ସୁରକ୍ଷା ବିପଦ ଦର୍ଶାଇ ଏହାକୁ ବ୍ୟବହାର ନ କରିବାକୁ ସେ କହିଛନ୍ତି ।

ଚାଇନାର ଟେଲିକମ କମ୍ପାନୀ ହୁବାଇ ଏବଂ ଜେଟିଇ କର୍ପକୁ ଜାତୀୟ ସୁରକ୍ଷା ବିପଦ ଦର୍ଶାଇ ଆମେରିକା ଚାଇନିଜ କମ୍ୟୁନିଷ୍ଟ ପାର୍ଟି ଓ ଚୀନର ସାମରିକ ଉପକରଣ ସହିତ ସମସ୍ତ ଚୁକ୍ତିକୁ ଆମେରିକା ବାତିଲ କରିଛି । ବ୍ରିଟେନ କମ୍ପାନୀଗୁଡିକ ବର୍ଷ ଶେଷ ସୁଦ୍ଧା 5G ନେଟୱାର୍କ ପାଇଁ ହୁବାଇ ଉତ୍ପାଦିତ ଉପକରଣ କିଣିବାକୁ ବାରଣ କରିବାକୁ ବ୍ରିଟେନ ନିଷ୍ପତ୍ତି ନେଇଛି।

ଏହାକୁ ନେଇ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ବ୍ରିଟେନର ଏହି ପଦକ୍ଷେପ ସ୍ବାଗତ ଜଣାଇଛନ୍ତି । ବ୍ରିଟେନ ଚେକ୍ ରିପବ୍ଲିକ୍, ଡେନମାର୍କ, ଇଷ୍ଟୋନିଆ, ଲାଟଭିଆ, ପୋଲାଣ୍ଡ, ରୋମାନିଆ ଏବଂ ସ୍ୱିଡେନ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଯୋଗ ଦେଇ ହୁବାଇକୁ ଭବିଷ୍ୟତରେ 5G ନେଟୱାର୍କରୁ ନିଷିଦ୍ଧ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.