ETV Bharat / international

ଆମେରିକା ସଂସଦ ଭବନ ପରିସରରେ ଅଗ୍ନିକାଣ୍ଡ, ସଟଡାଉନ ହେଲା କ୍ୟାପିଟୋଲ ବିଲ୍ଡିଂ

କ୍ୟାପିଟୋଲ ବିଲ୍ଡିଂରେ ସାମାନ୍ୟ ଅଗ୍ନିକାଣ୍ଡ ପରେ ସଂସଦ ଭବନ କ୍ୟାପିଟୋଲ ବିଲ୍ଡିଂ ପରିସରକୁ ବନ୍ଦ କରିବାକୁ ପଡିଛି । ଅଧିକ ପଢନ୍ତୁ...

author img

By

Published : Jan 18, 2021, 10:56 PM IST

ଆମେରିକା ସଂସଦ ଭବନ ପରିସରରେ ଅଗ୍ନିକାଣ୍ଡ, ସଟଡାଉନ ହେଲା କ୍ୟାପିଟୋଲ ବିଲ୍ଡିଂ
ଆମେରିକା ସଂସଦ ଭବନ ପରିସରରେ ଅଗ୍ନିକାଣ୍ଡ, ସଟଡାଉନ ହେଲା କ୍ୟାପିଟୋଲ ବିଲ୍ଡିଂ

ୱାଶିଂଟନ ଡିସି: ଆମେରିକାର ସଂସଦ ଭବନ କ୍ୟାପିଟୋଲ ବିଲ୍ଡିଂ ପରିସରକୁ ବନ୍ଦ କରିବାକୁ ପଡିଛି । କ୍ୟାପିଟୋଲ ବିଲ୍ଡିଂରେ ସାମାନ୍ୟ ଅଗ୍ନିକାଣ୍ଡ ପରେ ଆମେରିକା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁଯାୟୀ ବର୍ତ୍ତମାନ କ୍ୟାପିଟୋଲ କମ୍ପ୍ଲେକ୍ସ ଭିତରେ ସମସ୍ତ କୋଠରୀର ଝରକା ଓ କବାଟ ବନ୍ଦ ରଖିବାକୁ କୁହାଯାଇଛି । ସେପଟେ ୟୁସେ ସିକ୍ରେଟ ସର୍ଭିସ ପକ୍ଷରୁ ସୂଚନା ଦିଆଯାଇଛି ଯେ କ୍ୟାପିଟୋଲ ହିଲ ଅଞ୍ଚଳରେ ଅଗ୍ନିକାଣ୍ଡ ନେଇ ଛୋଟ ଘଟଣା ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇସାରିଛି । ତେବେ ସତର୍କତାମୂଳକ ପଦକ୍ଷେପ ଆଧାରରେ କ୍ୟାପିଟୋଲ ବିଲ୍ଡି୍ଂକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି ।

ଅନ୍ୟପକ୍ଷେ ଏହି ଘଟଣାରେ ଜନସାଧାରଣଙ୍କ ପ୍ରତି କୌଣସି ବିପଦ ନଥିବା କୁହାଯାଇଛି । ଆଉ ଦୁଇ ଦିନ ପରେ ବିଡେନ ରାଷ୍ଟ୍ରପତି ପଦର ଶପଥ ନେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ହିଂସା ପରେ ୱାଶିଂଟନ ଡିସିର ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.