ୱାଶିଂଟନ: ଦିନକୁ ଦିନ ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୮ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଅତିରକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୟୁକ୍ରେନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୨୦୦ ନିୟୁତ ଡଲାର ମଞ୍ଜୁର କରିଛନ୍ତି । ଏ ନେଇ ଗତକାଲି(ଶନିବାର) ହ୍ବାଇଟ ହାଉସ(White House) ପକ୍ଷରୁ ସୂଚନା ଦିଆଯାଇଛି।
-
Update: Today, President Biden authorized $200 million for additional arms and equipment to Ukraine. This unprecedented fourth drawdown in less than one year brings the total U.S. security assistance to Ukraine to over $1.2 billion since January 2021.
— The White House (@WhiteHouse) March 12, 2022 " class="align-text-top noRightClick twitterSection" data="
">Update: Today, President Biden authorized $200 million for additional arms and equipment to Ukraine. This unprecedented fourth drawdown in less than one year brings the total U.S. security assistance to Ukraine to over $1.2 billion since January 2021.
— The White House (@WhiteHouse) March 12, 2022Update: Today, President Biden authorized $200 million for additional arms and equipment to Ukraine. This unprecedented fourth drawdown in less than one year brings the total U.S. security assistance to Ukraine to over $1.2 billion since January 2021.
— The White House (@WhiteHouse) March 12, 2022
ହ୍ବାଇଟ୍ ହାଉସ ପକ୍ଷରୁ ଆଜି ଟ୍ବଟକରି ସୂଚନା ଦିଆଯାଇଛି ଯେ, ୟୁକ୍ରେନ ପାଇଁ ଅତିରକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ରାଷ୍ଟ୍ରପତି ବାଇଡେନ ୨୦୦ ନିୟୁତ ଡଲାର୍ ମଞ୍ଜୁର କରିଛନ୍ତି। ବର୍ଷକ ମଧ୍ୟରେ ଏହା ହେଉଛି ୟୁକ୍ରେନ ପାଇଁ ଚତୁର୍ଥ ଅର୍ଥ ମଞ୍ଜୁରୀ। ଜାନୁଆରୀ ୨୦୨୧ ଠାରୁ ଆମେରିକା ୟୁକ୍ରେନକୁ ୧.୨ ବିଲିୟନ ଡଲାର ନିରାପତ୍ତା ସହାୟତା ଯୋଗାଇ ସାରିଲାଣି।
ସୂଚନାଅନୁଯାୟୀ, ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଟ୍ବିଟକରି କରି କହିଛନ୍ତି ଯେ, ୟୁକ୍ରେନ୍ ପାଇଁ ଅତିରିକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୨୦୦ ନିୟୁତ ଡଲାର ଅର୍ଥରାଶି ନିମନ୍ତେ ମୁଁ ଔପଚାରିକ ଭାବେ ଅନୁମୋଦନ କରିଛି।
ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଏହି ୨୦୦ ନିୟୁତ ୟୁକ୍ରେନ୍କୁ ତୁରନ୍ତ ସାମରିକ ସହାୟତା ପ୍ରଦାନ କରାଯିବ। ଏହି ଅର୍ଥରେ ରୁଷର ଆକ୍ରମଣକୁ ପ୍ରତିରୋଧ କରୁଥିବା ୟୁକ୍ରେନ ସେନାର ପ୍ରତ୍ୟକ୍ଷ ପ୍ରତିରୋଧକାରୀଙ୍କ ସହାୟତା ନିମନ୍ତେ ‘ଆଣ୍ଟି-ଆର୍ମୋର୍’, ‘ଆଣ୍ଟି-ଏୟାର୍କ୍ରାଫ୍ଟ ସିଷ୍ଟମ୍’ ଏବଂ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର କ୍ରୟ କରାଯିବ।
ଏହା ମଧ୍ୟ ପଢନ୍ତୁ: ଋଷ-ବେଲାରୁଷକୁ ବିଳାସପୂର୍ଣ୍ଣ ସାମଗ୍ରୀ ରପ୍ତାନୀ କରିବନି ଆମେରିକା
ୟୁକ୍ରେନର ଗ୍ରୀନ କରିଡର ବାଟରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆଖିବୁଜା ଗୁଳିମାଡ କରିଛି ଋଷ ସେନା । ଫଳରେ ଜଣେ ଶିଶୁ ସମେତ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।