ETV Bharat / international

ଲିବିୟାରେ ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପ, ଦୋହରିଲା ୱାଶିଂଟନର ବିରୋଧାଭାସ - ଲିବିୟାରେ ସଂଘର୍ଷମୟ ସ୍ଥିତି

ଯୁଦ୍ଧ ପ୍ରବଣ ଲିବିୟାରେ ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପାଇଁ ୱାଶିଂଟନର ବିରୋଧାଭାସକୁ ପୁଣି ଦୋହରାଇଛନ୍ତି ଲିବିୟାସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ରିଚାର୍ଡ ନରଲ୍ୟାଣ୍ଡ । ଶୁକ୍ରବାର ଏକ ଟେଲିଫୋନିକ ବାର୍ତ୍ତାଳାପ ସମୟରେ ଏପରି ମନ୍ତବ୍ୟ ଦେଇଛନ୍ତି ରିଚାର୍ଡ ।

libya latest news, washington's opposition to libya, us ambassador to libya, war torn libya, foreign country's interference in libya, ଲିବିୟା ଲାଟେଷ୍ଟ ନ୍ୟୁଜ୍‌, ଲିବିୟାରେ ୱାଶିଂଟନର ବିରୋଧାଭାସ, ଲିବିୟାରେ ଆମେରିକୀୟ ରାଷ୍ଟ୍ରଦୂତ, ଲିବିୟାରେ ସଂଘର୍ଷମୟ ସ୍ଥିତି, ଲିବିୟାରେ ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପ
ଲିବିୟାରେ ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପ, ଦୋହରିଲା ୱାଶିଂଟନର ବିରୋଧାଭାସ
author img

By

Published : Jul 24, 2020, 8:20 PM IST

ୱାଶିଂଟନ: ଯୁଦ୍ଧ ପ୍ରବଣ ଲିବିୟାରେ ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପାଇଁ ୱାଶିଂଟନର ବିରୋଧାଭାସକୁ ପୁଣି ଦୋହରାଇଛନ୍ତି ଲିବିୟାସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ରିଚାର୍ଡ ନରଲ୍ୟାଣ୍ଡ । ଶୁକ୍ରବାର ଏକ ଟେଲିଫୋନିକ ବାର୍ତ୍ତାଳାପ ସମୟରେ ଏପରି ମନ୍ତବ୍ୟ ଦେଇଛନ୍ତି ରିଚାର୍ଡ । ଫୋନ ଯୋଗେ ସେ ଲିବିୟାର ପୂର୍ବାଞ୍ଚଳ ଲୋକସଭା ବାଚସ୍ପତି ଅଗୁଇଲା ସଲେହଙ୍କ ସହ ବାର୍ତ୍ତାଳାପ ସମୟରେ ୱାଶିଂଟନର ଏହି ବିରୋଧାଭାସରୁ ଦୋହରାଇଥିଲେ ।

ସେ କହିଥିଲେ କି ଲିବିୟାରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଏଥିରେ କୌଣସି ବିଦେଶୀ ରାଷ୍ଟ୍ର ହସ୍ତକ୍ଷେପ ନକରି ଉଚିତ୍‌ । ବରଂ‌ ଶାନ୍ତିପୂର୍ଣ୍ଣ ଭାବେ ଲିବିୟାକୁ ଜାତିସଂଘ ନିୟମର ଓ ନିର୍ଦ୍ଦେଶ ମାନିବାକୁ ଦିଆଯିବା ଦରକାର । ସେ ଲିବିୟାର ସାର୍ବଭୌମତ୍ବ ଓ ଏକତାର ପ୍ରତୀକ କୁହାଯାଉଥିବା ଜାତୀୟ ତୈଳ କର୍ପୋରେସନ(ଏନଓସି)ର ପୁନଃକାର୍ଯ୍ୟକାରିତାକୁ ସମର୍ଥନ କରୁଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି । ସେପଟେ ଲିବିୟାରେ ଜାରି ରହିଥିବା ସଂଘର୍ଷମୟ ପରିସ୍ଥିତିର ବିରାମ ଲଗାଇବାକୁ ହେଲେ ପ୍ରଥମେ ସିର୍ତ୍ତେ ଓ ଜୁଫ୍ରାଠାରେ ପରିସ୍ଥିତିରେ ସ୍ଥିରତା ଆସିବା ଦରକାର ବୋଲି ରିଚାର୍ଡ ମତ ଦେଇଛନ୍ତି ।

ଜାତିସଂଘ ସମର୍ଥିତ ଲିବିୟା ସରକାରଙ୍କ ରାଜ୍ୟ ସରକାର ଅଧିକୃତ ଏନଓସି ବା ଜାତୀୟ ତୈଳ କର୍ପୋରେସନ ନିକଟରେ ଏକ ଘଟଣାର ଘୋଷମା କରିଥିଲା । ଯେଉଁଥିରେ ସେ ସ୍ପଷ୍ଟ କରିଥିଲା କି ତୈଳ ବ୍ୟବସାୟ ଉପରେ ନୂତନ ପ୍ରତିବନ୍ଧକ ଯୋଗୁଁ ଦେଶରେ ତୈଳ ରପ୍ତାନୀ ଉପରେ ଜବରଦସ୍ତ ରୋକ ଲଗାଯାଇଥିଲା । ଦେଶର ପୂର୍ବାଞ୍ଚଳରେ ଥିବା ସେନା ବାହିନୀ ଏହି ନୂତନ ପ୍ରତିବନ୍ଧକ ଲଗାଇଥିଲା । ଏଥିସହ ତୈଳ ଆବଣ୍ଟନ ଯୋଗୁଁ ମିଳୁଥିବା ରାଜସ୍ବର ହିସାବ ମଧ୍ୟ ମଗାଯାଇଥିବା ଏନଓସି ସ୍ପଷ୍ଟ କରିଥିଲା ।

ସେପଟେ ଏନଓସିର ସୂଚନା ମୁତାବକ ଦୀର୍ଘ ସମୟ ବା ମାସ ମାଲ ଧରି ଜାରି ରହିଥିବା ଏହି ପ୍ରତିବନ୍ଧକ ଯୋଗୁଁ ଦେଶକୁ ପ୍ରାୟ 7.2 ବିଲିୟନ ଡଲାରର କ୍ଷତି ସହିବାକୁ ପଡିଥିଲା । ଯାହା 2011 ମସିହାରେ ପୂର୍ବତନ ନେତା ମୁଆମାର ଗଦ୍ଦାଫୀଙ୍କ ମୃତ୍ୟୁ ପରେ ରାଜନୈତିକ ବିଭାଜୀକରଣର ଶିକାର ହୋଇଥିବା ଏହି ଉତ୍ତର ଆଫ୍ରିକାନ ଦେଶରେ ପୁଣି ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.