ETV Bharat / international

ଏମିତି ଏକ ନାଇଟ କ୍ଲବ, ଯେଉଁଠି ସଂସ୍କୃତ ଗୀତରେ ନାଚନ୍ତି ଲୋକ

ସଂସ୍କୃତ ବିଶ୍ବର ସର୍ବ ପୁରାତନ ଭାଷା ଭାବେ ଗ୍ରହଣ କରାଯାଏ । ତେବେ ବର୍ତ୍ତମାନ ସମୟରେ ହାତ ଗଣତି କିଛି ସ୍ଥାନକୁ ଛାଡ଼ିଦେଲେ ସଂସ୍କୃତ ବ୍ୟବହାର ଆଉ ସେତେଟା ଦେଖାଯାଉ ନାହିଁ । ହେଲେ ଏମିତି ଏକ ନାଇଟ କ୍ଲବ ଯେଉଁଠି ହିନ୍ଦୀ ଇଂରାଜୀ ବଦଳରେ ବାଜୁଛି ସଂସ୍କୃତ ଗୀତ । ସେବି କ୍ଲବ କିନ୍ତୁ ଭାରତରେ ନୁହେଁ ଅଛି ଆର୍ଜେଣ୍ଟିନାରେ । ଆସନ୍ତୁ ଜାଣିବା ସେହି ନାଇଟ କ୍ଲବ ବିଷୟରେ କିଛି ଅଜଣା କଥା । ଅଧିକ ପଢ଼ନ୍ତୁ...

Unique night club in argentina, people dance on sanskrit songs, ଅଜବ ନାଇଟ କ୍ଲବ, ସଂସ୍କୃତ ଗୀତରେ ନାଚନ୍ତି ଲୋକ, ବ୍ୟୁନସ-ଆୟର୍ସ ନାଇଟ କ୍ଲବ, night club in argentina, unknown facts, ଅଜଣା କଥା
ଏମିତି ଏକ ନାଇଟ କ୍ଲବ, ଯେଉଁଠି ସଂସ୍କୃତ ଗୀତରେ ନାଚନ୍ତି ଲୋକ
author img

By

Published : Sep 12, 2020, 8:59 AM IST

ଆପଣ ସାଧାରଣତଃ ଯେତେବେଳେ ନାଇଟ କ୍ଲବକୁ ଯାଆନ୍ତି ଦେଖିଥିବେ ସେଠାରେ ହିନ୍ଦୀ, ପଞ୍ଜାବୀ, ଇଂରାଜୀ କିମ୍ବା ସେମିତି କିଛି ଭାଷାର ଗୀତ ବାଜିଥାଏ । ଆଉ ସେହି ଗୀତର ତାଳେ ତାଳେ ଝୁମି ଯାଆନ୍ତି ନାଇଟ କ୍ଲବକୁ ଆସିଥିବା ଲୋକମାନେ । ତେବେ ଆପଣ କେବେ ଏମିତି ନାଇଟ କ୍ଲବ ଦେଖିଛନ୍ତି କି, ଯେଉଁଠି ସଂସ୍କୃତ ଗୀତ ବାଜେ ଆଉ ଲୋକ ମାନେ ସେହି ଗୀତରେ ନାଚନ୍ତି ମଧ୍ୟ । ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ, କିନ୍ତୁ ଦୁନିଆରେ ଏମିତି ଏକ ଦେଶ ଅଛି ଯେଉଁଠିକାର ନାଇଟ କ୍ଲବରେ ଲୋକେ ହିନ୍ଦୀ କିମ୍ବା ଇଂରାଜୀ ନୁହଁ ବରଂ ସଂକୃତ ଗୀତ ଝୁମୁଥିବାର ନଜର ଆସନ୍ତି । ତେବେ ଜାଣନ୍ତୁ କେଉଁଠି ରହିଛି ଏହି ନାଇଟ କ୍ଲବ, ଆଉ କଣ ଏହାର ବିଶେଷତ୍ତ୍ବ...

ଏହି ଦେଶର ନାଁ ହେଉଛି ଆର୍ଜେଣ୍ଟିନା । ଏଠାକାର ରାଜଧାନୀ ବ୍ୟୁନସ-ଆୟର୍ସରେ ଗ୍ରୋଭ ନାମକ ଏକ ନାଇଟ କ୍ଲବ ରହିଛି । ଆଉ ଏହି ନାଇଟ କ୍ଲବରେ ଗଣେଶ ଶରଣମ,ଗୋବିନ୍ଦ-ଗୋବିନ୍ଦ, ଜୟ ଜୟ ରାଧା ରମଣ ହରି ବୋଲ ଓ ଜୟ କୃଷ୍ଣ ହରେ ପରି ଗୀତ ବାଜିଥାଏ ।

ଆର୍ଜେଣ୍ଟିନା ସ୍ଥିତ ଏହି ନାଇଟ କ୍ଲବର ରହିଛି ଅନେକ ଖାସ କଥା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ନାଇଟ କ୍ଲବ କୌଣସି ଛୋଟ ମୋଟ ନାଇଟ କ୍ଲବ ନୁହେଁ ବରଂ ଏଠାରେ ଏକା ସାଙ୍ଗରେ 800 ଲୋକ ଗୀତରେ ନାଚୁଥିବାର ନଜର ଆସନ୍ତି ।

ବିଶ୍ବନାଥନ ନାମକ ଜଣେ ଭାରତୀୟ 2012 ମସିହାରେ ଆର୍ଜେଣ୍ଟିନା ଯାଇଥିଲେ । ସେଠାରୁ ଫେରିବା ପରେ ସେ ସେହି ନାଇଟ କ୍ଲବ ବିଷୟରେ ନିଜର ଅନୁଭୂତି ସେୟାର କରି କହିଥିଲେ ଯେ, ସେହି ନାଇଟ କ୍ଲବରେ ନା ଲୋକେ ମଦ ମିଳେ ନା ଲୋକେ ମଦ୍ୟପାନ କରି ଆସନ୍ତି, ଧୁମ୍ରପାନ ମଧ୍ୟ କେହି କରନ୍ତି ନାହିଁ ।

ଡ୍ରଗ୍ସ ପାଇଁ ମଧ୍ୟ ଏହି ନାଇଟ କ୍ଲବରେ କୌଣସି ସ୍ଥାନ ନାହିଁ । ଏପରିକି ଏଠାରେ ଆମିଷ ଖାଦ୍ୟ ମଧ୍ୟ ମିଳ ନାହିଁ । ଏଠାରେ କେବଳ ମୃଦୁ ପାନୀୟ, ଫଳ ରସ ଓ ନିରାମିଷ ଖାଦ୍ୟ ହିଁ ମିଳିଥାଏ । ଏହି ନାଇଟ କ୍ଲବରେ ଗୀତ ଗାଉଥିବା ରୋଡ୍ରିଗୋର କୁହନ୍ତି ଯେ, ଏଠାରେ ମନ୍ତ୍ର, ଯୋଗ, ଧ୍ୟାନ, ସଂଗୀତ ଓ ନୃତ୍ୟ ମାଧ୍ୟମରେ ଶରୀର ସହ ଆତ୍ମାର ସମ୍ବନ୍ଧ ସ୍ଥାପିତ କରାଯାଏ ।

ତେବେ ଆପଣ ଯଦି କେବେ ଆର୍ଜେଣ୍ଟିନା ଯାଆନ୍ତି ଏହି ଖାସ୍‌ ନାଇଟ କ୍ଲବକୁ ଯିବେ ନିଶ୍ଚୟ । ଭାରତ ଠାରୁ ଅନେକ ଦୂରରେ ଥିବା ଏହି ଦେଶର ନାଇଟ କ୍ଲବରେ ଭାରତୀୟ ସଂସ୍କୃତିର ଛିଟା ଦେଖିବାକୁ ମିଳେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.