ETV Bharat / international

ବର୍ଣ୍ଣ ବୈଶମ୍ୟତା ଦୂର କରୁଛି ଟ୍ବିଟର, ହଟାଇଲା ‘ମାଷ୍ଟର’ ଓ ‘ସ୍ଲେଭ’ ଶବ୍ଦ - ଟ୍ବିଟରରେ ଶବ୍ଦ ବ୍ୟାନ

ସୋସିଆଲ ମିଡିଆ ପ୍ଲାଟଫର୍ମରେ ବର୍ଣ୍ଣ ବୈଶମ୍ୟତା ଦୂର କରିବା ପାଇଁ ଆଗେଇ ଆସିଛି ଟ୍ବିଟର । ଏନେଇ ଟ୍ବିଟର ନିଜ ପ୍ଲାଟଫର୍ମରୁ ‘ମାଷ୍ଟର’, ‘ସ୍ଲେଭ’ ଓ ‘ବ୍ଲାକଲିଷ୍ଟ’ ଆଦି ଶବ୍ଦକୁ କମ୍ପାନୀ ବ୍ୟାନ କରିଛି । ଏଣିକି ଏହି ପ୍ଲାଟଫର୍ମରେ ଏହି ଶବ୍ଦଗୁଡିକର ବ୍ୟବହାର ହୋଇନପାରିବା ନେଇ କମ୍ପାନୀ ଶୁକ୍ରବାର ସ୍ପଷ୍ଟ କରିଛି ।

twitter latest news, racism on twitter, words banned on twitter, new rules on twitter, ଟ୍ବିଟର ଲାଟେଷ୍ଟ ନ୍ୟୁଜ୍‌, ଟ୍ବିଟରରେ ବର୍ଣ୍ଣ ବୈଶମ୍ୟତା, ଟ୍ବିଟରରେ ଶବ୍ଦ ବ୍ୟାନ, ଟ୍ବିଟରରେ ନୂଆ ନିୟମ
ବର୍ଣ୍ଣ ବୈଶମ୍ୟତା ଦୂର କରୁଛି ଟ୍ବିଟର, ହଟାଇଲା ‘ମାଷ୍ଟର’ ଓ ‘ସ୍ଲେଭ’ ଶବ୍ଦ
author img

By

Published : Jul 4, 2020, 7:05 AM IST

ସାନ ଫ୍ରାନ୍ସିସ୍କୋ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ବର୍ଣ୍ଣ ବୈଶମ୍ୟତା ଦୂର କରିବା ପାଇଁ ଆଗେଇ ଆସିଛି ଟ୍ବିଟର । ଏନେଇ ଟ୍ବିଟର ନିଜ ପ୍ଲାଟଫର୍ମରୁ ‘ମାଷ୍ଟର’, ‘ସ୍ଲେଭ’ ଓ ‘ବ୍ଲାକଲିଷ୍ଟ’ ଆଦି ଶବ୍ଦକୁ କମ୍ପାନୀ ବ୍ୟାନ କରିଛି । ଏଣିକି ଏହି ପ୍ଲାଟଫର୍ମରେ ଏହି ଶବ୍ଦଗୁଡିକର ବ୍ୟବହାର ହୋଇନପାରିବା ନେଇ କମ୍ପାନୀ ଶୁକ୍ରବାର ସ୍ପଷ୍ଟ କରିଛି । ଆମେରିକାରେ ଶ୍ବେତକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଏହି ବିବାଦ ତେଜିଥିବାରୁ ଟ୍ବିଟର ଏହି ଚରମ ପଦକ୍ଷେପ ନେଇଥିବା ପ୍ରକାଶ କରିଛି ।

ଏହି ବିଷୟ ନେଇ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁର ଢେର ପୂର୍ବରୁ ଯୋଜନା ରହିଥିବା କମ୍ପାନୀ ପ୍ରକାଶ କରିଛି । ଏନେଇ ଦୀର୍ଘ ଦଶନ୍ଧି ପୂର୍ବରୁ କୋଡିଂ ପାଇଁ ‘ମାଷ୍ଟର’, ‘ସ୍ଲେଭ’ ଓ ‘ବ୍ଲାକଲିଷ୍ଟ’ ଶବ୍ଦର ବ୍ୟବହାର ହେଉଥିବା ବେଳେ ଏହାକୁ ରୋକିବା ପାଇଁ କମ୍ପାନୀ ପ୍ରୟାସ ଆରମ୍ଭ କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ଲାଟଫର୍ମରେ କାହାର ମନୋଭାବକୁ ଆଘାତ ନପହଞ୍ଚିବା ପରି ଭାବନାର ପରିପ୍ରକାଶ ଓ ଏକ ବନ୍ଧୁତ୍ବପୂର୍ଣ୍ଣ ପରିବେଶର ସୃଷ୍ଟି । କିଛି ଦିନ ତଳେ ସାମାନ୍ୟ ଗୋଟିଏ ଗୋଟିଏ ଶବ୍ଦ ମଧ୍ୟ ମନୋଭାବକୁ ଆଘାତ କରିପାରୁଥିବାରୁ ‘#WordsMatter’ ନାମକ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ଏଥିପାଇଁ ଟ୍ବିଟର ‘ହ୍ବାଇଟଲିଷ୍ଟ’ ବଦଳରେ ‘ଆଲାଓଲିଷ୍ଟ’ ଓ ‘ବ୍ଲାକଲିଷ୍ଟ’ ବଦଳେ ‘ଡିନାଏଲିଷ୍ଟ’ର ବ୍ୟବହାର ଆରମ୍ଭ କରିବା ନେଇ ସୂଚନା ଦେଇଛି । ସେହିପରି ‘ମାଷ୍ଟର ବା ସ୍ଲେଭ’ ବଦଳରେ ‘ଲିଡର ବା ଫଲୋଅର’ ଶବ୍ଦରେ ବ୍ୟବହାର ହେବା ନେଇ ମଧ୍ୟ ଜଣା ପଡିଛି । ଏପରି ପ୍ରଚେଷ୍ଟାରେ ଟ୍ବିଟର ପ୍ରଥମ ନୁହେଁ । ଏହାପୂର୍ବରୁ ଆହୁରି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହି ଚେଷ୍ଟା ଆରମ୍ଭ ହୋଇସାରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.