ETV Bharat / international

କୋରୋନା ସମ୍ପର୍କିତ ଭୁଲ ତଥ୍ୟ ହଟାଇବ ଟ୍ବିଟର

କୋରୋନା ଭାଇରସକୁ ନେଇ ଟ୍ବିଟର ସାଇଟରେ ପ୍ରକାଶିତ ଭୁଲ ତଥ୍ୟକୁ ହଟାଇବ ଟ୍ବିଟର । ଅଧିକ ପଢନ୍ତୁ...

author img

By

Published : Dec 17, 2020, 10:25 AM IST

Updated : Dec 17, 2020, 11:20 AM IST

କୋରୋନାକୁ ନେଇ ପ୍ରକାଶିତ ଭୁଲ ତଥ୍ୟକୁ ହଟାଇବ ଟ୍ବିଟର

ୱାଶିଂଟନ: କୋଭିଡ-19କୁ ନେଇଏଣିକି ଟ୍ବିଟରରେ ଆଉ ରହିବନି ଭୁଲ ତଥ୍ୟ । କୋରୋନା ଟିକାକରଣକୁ ନେଇ ଟ୍ବିଟର ସାଇଟରେ ପ୍ରସାରିତ ହେଉଥିବା ଭୁଲ ତଥ୍ୟକୁ ହଟାଇବାକୁ ଏକ ବିବୃତ୍ତିରେ ପ୍ରକାଶ କରିଛି ଟ୍ବିଟର ।

କିଛି ଦିନ ହେବ ଟ୍ବିଟର ସାଇଟରେ କୋଭିଡ-19କୁ ନେଇ ଅନେକ ମିଥ୍ୟା ତଥ୍ୟ ପ୍ରକାଶିତ ହେଉଥିଲା । ଯେପରି କି କୋରୋନା ଭାଇରସ ପ୍ରକୃତ ନୁହେଁ, ଏହାର ଟିକାକରଣ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ସହ କ୍ଷତି ପହଞ୍ଚାଇବ ଭଳି ଭୁଲ ତଥ୍ୟ ପ୍ରକାଶ ହେଉଥିଲା । ଯାହା ଟ୍ବିଟର ସାଇଟ ଉପରେ ଏକ ଖରାପ ପ୍ରଭାବ ପକାଇବା ସହ ଲୋକଙ୍କ ବିଶ୍ବାସ ହରାଇବା ଆରମ୍ଭ କରିଥିଲା ।

ଏହି ପରିପ୍ରେକ୍ଷୀରେ ଆସନ୍ତା ସପ୍ତାହରେ ଏକ ନୂତନ ନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରିବ ବୋଲି ଟ୍ବିଟର ବୁଧବାର ଏକ ବ୍ଲଗ୍ ପୋଷ୍ଟ କରି ସୂଚନା ଦେଇଛି । ଯଦି ଲୋକମାନେ ନିୟମ ଉଲ୍ଲଙ୍ଘନ କରି କିଛି ଭୁଲ ତଥ୍ୟ ପ୍ରକାଶ କରିବେ ତାହାକୁ ଟ୍ବିଟର ହଟାଇବାକୁ ବାଧ୍ୟ ହେବ ବୋଲି କହିଛି । ଆସନ୍ତା ବର୍ଷ ଆରମ୍ଭରୁ ଅସ୍ପଷ୍ଟ ଗୁଜବ, ବିବାଦୀୟ ଦାବି, ଏବଂ ଟିକା ବିଷୟରେ ବାହ୍ୟ ସୂଚନାକୁ ଟ୍ବିଟର ସାଇଟରୁ ହଟାଯିବ ବୋଲି ପ୍ରକାଶ ହୋଇଛି ।

କୋରୋନା ସାରା ଦେଶରେ ତାର କାୟା ବିସ୍ତାର କରିଥିବା ବେଳେ କୋରୋନା ଟିକାକରଣ ବିରୋଧୀ ଅନେକ ଲୋକ ସୋସିଆଲ ମିଡିଆରେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି । ତେବେ କୋରୋନାକୁ ନେଇ ସମସ୍ତ ଭୁଲ ତଥ୍ୟକୁ ହଟାଇବ ଟ୍ବିଟର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 17, 2020, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.