ହାଇଦ୍ରବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ପ୍ରଥମ ଥର ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟ୍ବିଟର । ଏହାସହ ଟ୍ବିଟର ଟ୍ରମ୍ପଙ୍କ ଟ୍ବିଟ ଉପରେ ଚେତାବନୀ ସଙ୍କେତ ଦେଇ ଅଧିକ ସୂଚନା ପାଇଁ ଏକ ଲିଙ୍କ୍ ପ୍ରଦାନ କରିଛି । ରାଷ୍ଟ୍ରପତି ଟ୍ରମ୍ପ ମଙ୍ଗଳବାର 'ମେଲ-ଇନ୍ ଭୋଟ୍'କୁ ନେଇ ପୋଷ୍ଟ କରିଥିବା ଦୁଇଟି ଟ୍ବିଟରେ ମିଥ୍ୟା ବିବୃତ୍ତି ରହିଥିବା ବେଳେ ଏହାକୁ ସମ୍ଭାବ୍ୟ ବିଭ୍ରାନ୍ତକାରୀ ବୋଲି କହିଛି ଟ୍ବିଟର।
24 ଘଣ୍ଟା ମଧ୍ୟରେ ଟ୍ରମ୍ପଙ୍କ ଦୁଇଟି ଟ୍ବିଟ ନିର୍ବାଚନୀ ବର୍ଷରେ ୱାଶିଂଟନ୍ ଏବଂ ସିଲିକନ୍ ଭ୍ୟାଲି ମଧ୍ୟରେ ରାଜନୈତୀକ ଉଷ୍ମତାକୁ ଆହୁରି ବଢାଇଦେଇଛି । ଟ୍ରମ୍ପ ନିଜ ଟ୍ବିଟରେ ଲେଖିଥିଲେ ଯେ 'ମେଲ-ଇନ୍ ବାଲାଟ୍ କୌଣସି ଜାଲିଆତିଠାରୁ କମ୍ ନହେଁ' ଏବଂ ଏହାଦ୍ବାରା ଭୋଟ ଚୋରି ହେବାର ସମ୍ଭାବନା ରହିଛି ।
ଆମେରିକାର କାର୍ଲିଫର୍ଣ୍ଣିଆରେ କରୋନା ଭାଇରସର ବିସ୍ତାର ହେତୁ ମେଲ-ଇନ୍ ଭୋଟ୍ କରିବାକୁ ଡେମୋକ୍ରାଟିକ ଶାସିତ କାଲିଫର୍ନିଆ ପ୍ରୟାସ କରୁଛି । ରବିବାର ମେଲ-ଇନ୍ ଭୋଟ୍ ପଦକ୍ଷେପ ନେଇ କାଲିଫର୍ନିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁଜମ୍ ରିପବ୍ଲିକାନ୍ ନ୍ୟାସନାଲ କମିଟି ପକ୍ଷରୁ ଏକ ମକଦ୍ଦମା ଦାୟର କରିଛନ୍ତି।
ଟ୍ବିଟର ମୁଖପାତ୍ରଙ୍କ କହିବା ଅନୁଯାୟୀ, ଟ୍ବିଟରେ ଭୋଟ୍ ପ୍ରକ୍ରିୟା ବିଷୟରେ ସମ୍ଭାବ୍ୟ ବିଭ୍ରାନ୍ତିକର ସୂଚନା ରହିଛି ଏବଂ ମେଲ-ଇନ୍ ବାଲାଟ୍ ଉପରେ ଅତିରିକ୍ତ ପ୍ରସଙ୍ଗ ପ୍ରଦାନ କରିବାକୁ କୁହାଯାଇଛି । ମହାମାରୀ ସମ୍ବନ୍ଧୀୟ ସମ୍ଭାବ୍ୟ କ୍ଷତିକାରକ ଏବଂ ବିଭ୍ରାନ୍ତିକର ବିଷୟବସ୍ତୁର ପ୍ରସାରକୁ ସୀମିତ କରିବା ପାଇଁ କିଛି ଦିନ ପୂର୍ବରୁ କମ୍ପାନୀ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ନୂତନ ନୀତି ଅନୁଯାୟୀ ବୋଲି ଟ୍ବିଟର ମୁଖପାତ୍ର କହିଛନ୍ତି ।
ଅନ୍ୟପକ୍ଷେ ଟ୍ବିଟରର ଚେତାବନୀକୁ ଜବାବ ଦେଇ ଟ୍ରମ୍ପ ଲେଖିଛନ୍ତି ଯେ କମ୍ପାନୀ ବର୍ତ୍ତମାନ 2020 ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରୁଛି । ଉଲ୍ଲେଖଯୋଗ୍ୟ ଯେ କରୋନା ଭାଇରସ ମହାମାରୀ ସମୟରେ ମେଲ୍ ଇନ୍ ଭୋଟ୍ ଲାଗୁ କରିବାକୁ ଉଦ୍ୟମ କରି ଗତ କିଛି ଦିନ ତଳେ କାଲିଫର୍ନିଆ ପରି ଡେମୋକ୍ରାଟିକ୍ ଶାଶିତ ରାଜ୍ୟ ଉପରେ ରାଷ୍ଟ୍ରପତି ଟ୍ରମ୍ପ ଟାର୍ଗେଟ କରିଚାଲିଛନ୍ତି ।