ୱାଶିଂଟନ:ରୁଷ ଓ ଚାଇନା ମିଳିତ ଭାବେ କୋରୋନା ସମ୍ପର୍କୀତ ମିଥ୍ୟା ଖବର ପ୍ରଚାର କରୁଛନ୍ତି । ଯାହାର ମାଧ୍ୟମ ପାଲଟିଛି ସୋସିଆଲ ପ୍ଲାଟ ଫର୍ମ ଟ୍ବିଟର । ଏଥିରେ ହଜାର ହଜାର ଫେକ୍ ଆକାଉଣ୍ଟ କରି ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲା ଆମେରିକା । ଯାହାକୁ ଏବେ ଖଣ୍ଡନ କରିଛି ଟ୍ବିଟର ।
ଶୁକ୍ରବାର ଆମେରିକା ସରକାର ଅଭିଯୋଗ ଆଣିଥିଲେ, ଚୀନ ଓ ରୁଷିଆ ମିଳିତ ଭାବେ ସୋସିଆଲ ପ୍ଲାଟ ଫର୍ମରେ କୋରୋନା ସମ୍ପର୍କୀତ ମିଥ୍ୟା ଖବର ପ୍ରସାର କରୁଛନ୍ତି । ଜିଇସି ମୁଖ୍ୟ ଲିଆ ଗାବ୍ରିଏଲ୍ କହିଛନ୍ତି ଯେ, ଆମେରିକାର ଏକ ଅଜ୍ଞାତ ଟ୍ୱିଟର ଆକାଉଣ୍ଟକୁ ଖୋଜି ବାହାର କରିଛି । ଯାହା ଚାଇନାର ଉଦ୍ଦେଶ୍ୟ ଓ ବିଚ୍ଛନ୍ନତାବାଦୀକୁ ପ୍ରଚାର କରୁଛି ।
ସେପଟେ, ଟ୍ୱିଟର ଏହି ପରି ଆକାଉଣ୍ଟଗୁଡିକର ଯାଞ୍ଚ କରିଛି । ଏହା ଜାଣିବାକୁ ପାଇଛି ଯେ, ଏଥିରୁ ଅନେକ ସରକାରୀ ସଂସ୍ଥା, ଏନଜିଓ ଏବଂ ସାମ୍ବାଦିକଙ୍କର ଟ୍ବିଟର ହ୍ୟାଣ୍ଡେଲ ରହିଛି । ଟ୍ବିଟର ଆହୁରି ବି କହିଛି, ଏବେ ବି ଯାଞ୍ଚ ଜାରି ରହିଛି, ଜିଏସି ଙ୍କ ଅନୁସନ୍ଧାନର ମଧ୍ୟ ସମୀକ୍ଷା କରିବ । ତେବେ ଜିଇସି ଟ୍ୱିଟରକୁ ସମସ୍ତ ଡାଟା ସେଟର ଏକ ଛୋଟ ନମୁନା ଯୋଗାଇ ଦେଇଛି ଯେଉଁଥିରେ ପ୍ରାୟ 250,000 ଆକାଉଣ୍ଟ ରହିଛି।