ETV Bharat / international

ୱାଶିଂଟନରେ ହିଂସା, 12 ଘଣ୍ଟା ପାଇଁ ଟ୍ରମ୍ପଙ୍କ ଟ୍ବିଟର ବନ୍ଦ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ୱାଶିଂଟନରେ ଦେଖାଦେଇଛି ହିଂସା । ଏପଟେ ହିଂସାକୁ ଉସୁକାଇବା ଅଭିଯୋଗରେ 12 ଘଣ୍ଟା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର । ଅଧିକ ପଢନ୍ତୁ...

author img

By

Published : Jan 7, 2021, 8:36 AM IST

ୱାଶିଂଟନରେ ହିଂସା
ୱାଶିଂଟନରେ ହିଂସା

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଥମୁନି ଉତ୍ତେଜନା । ୱାଶିଂଟନରେ ଦେଖାଦେଇଛି ହିଂସା । ସେପଟେ ହିଂସାକୁ ଉସୁକାଇବା ଅଭିଯୋଗରେ 12 ଘଣ୍ଟା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରିଛି ଟ୍ବିଟର । ବୁଧବାର ଟ୍ବିଟର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

  • We’ll continue to evaluate the situation in real time, including examining activity on the ground and statements made off Twitter. We will keep the public informed, including if further escalation in our enforcement approach is necessary.

    — Twitter Safety (@TwitterSafety) January 7, 2021 " class="align-text-top noRightClick twitterSection" data=" ">

ଏହାସହ ୱାଶିଂଟନ ସ୍ଥିତି ଉପରେ ଟ୍ରମ୍ପ କରିଥିବା 3ଟି ଟ୍ବିଟ୍‌କୁ ମଧ୍ୟ ହଟାଇଦେଇଛି ଟ୍ବିଟର । ଏପରି ଟ୍ବିଟ୍‌ ୱାଶିଂଟନରେ ପରିସ୍ଥିତି ବିଗାଡୁଥିବା ଦର୍ଶାଇ ଟ୍ବିଟର ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ହିଂସାତ୍ମକ ପରିସ୍ଥିତିକୁ ଦେଖି ଟ୍ରମ୍ପଙ୍କୁ 3ଟି ଟ୍ବିଟ୍‌କୁ ହଟାଇବାକୁ ନିଷ୍ପତ୍ତି ନେଲୁ ବୋଲି ଟ୍ବିଟର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

  • This means that the account of @realDonaldTrump will be locked for 12 hours following the removal of these Tweets. If the Tweets are not removed, the account will remain locked.

ଏହାସହ ଟ୍ବିଟର ଗାଇଡ ଲାଇନ ଅନୁସାରେ ଏପରି କରାଯାଇଥିବା ଟ୍ବିଟର ପକ୍ଷରୁ କୁହାଯାଇଛି । ଏହାସହ ଯଦି ଏହି ତିନୋଟି ଟ୍ବିଟକୁ ହଟାଇ ଦେଇନଥାନ୍ତୁ ତେବେ ଗାଇଡଲାଇନ ଅନୁସାରେ ଟ୍ରମ୍ପଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାନ୍ତା ବୋଲି ଅନ୍ୟ ଏକ ଟ୍ବିଟ୍‌ କରି ଟ୍ବିଟର ପକ୍ଷରୁ କୁହାଯାଇଛି ।

ସୂଚନାଥାଉକି, ନିର୍ବାଚନ ଫଳାଫଳ ଉପରେ ଆମେରିକା ସଂସଦର ବୈଠକ ପୂର୍ବରୁ ହ୍ବାଇଟ ହାଉସ ଏବଂ ଆମେରିକାର କ୍ୟାପିଟାଲ ବିଲ୍ଡିଂରେ ଟ୍ରମ୍ପ ସମର୍ଥକଙ୍କ ଜୋରଦାର୍‌ ହଙ୍ଗାମା କରିଛନ୍ତି। ନିର୍ବାଚନ ଫଳାଫଳକୁ ନେଇ ଟ୍ରମ୍ପ ସମର୍ଥକ ହ୍ବାଇଟ ହାଉସ ଓ କ୍ୟାପିଟାଲ ବିଲ୍ଡିଂ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଫଳରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଯାହାଦ୍ବାରା ସମଗ୍ର ୱାଶିଂଟନରେ କର୍ଫ୍ୟୁ ଲାଗୁ କରାଯାଇଛି । ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରାଯିବା ସହ ଏବେ ସୁଦ୍ଧା 13 ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଗୁଳି ଚାଳନାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଆଉ ଦିନ କେଇଟା ପରେ ଦାୟିତ୍ବ ନେବେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ । ଏହା ପୂର୍ବରୁ ବୁଧବାର ସନ୍ଧ୍ୟାରେ ୱାଶି୍ଂଟନ ଡିସିରେ ହିଂସାତ୍ମକ ପରିସ୍ଥିତି ଉପୁଜିଛି । ଡେମୋକ୍ରାଟ ନେତା ଜୋ ବିଡେନଙ୍କ ବିଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଟ୍ରମ୍ପଙ୍କ ସମର୍ଥକ । ନିର୍ବାଚନ ପରେ ଟ୍ରମ୍ପ ବାରମ୍ବାର ନିର୍ବାଚନରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଆସୁଛନ୍ତି ।

ସେପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ । ସେ କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଶପଥ ପୂରଣ କରିବାକୁ ଏବଂ ସମ୍ବିଧାନର ସୁରକ୍ଷା କରିବାକୁ ଆହ୍ବାନ କରୁଛି । ଏହି ଅବରୋଧକୁ ଶେଷ କରିବାକୁ ଦାବି କରୁଛି । କ୍ୟାପିଟାଲ ବିଲଡିଂ ସାମନାରେ ହୋଇଥିବା ଏହି ସଂଘର୍ଷ ଦେଶଦ୍ରୋହ ସହ ସମାନ ବୋଲି କହିଛନ୍ତି ବିଡେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.