ETV Bharat / international

ଟ୍ରମ୍ପଙ୍କ ବିରୋଧରେ ଦ୍ବିତୀୟ ମହାଅଭିଯୋଗର ଶୁଣାଣି ଆରମ୍ଭ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦ୍ବିତୀୟ ମହାଅଭିଯୋଗ ପ୍ରସ୍ତାବର ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଟ୍ରମ୍ପଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ । ଅଧିକ ପଢନ୍ତୁ...

author img

By

Published : Feb 10, 2021, 7:46 AM IST

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ବିତୀୟ ମହାଅଭିଯୋଗର ଶୁଣାଣି ଆରମ୍ଭ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦ୍ବିତୀୟ ମହାଅଭିଯୋଗ ପ୍ରସ୍ତାବର ଶୁଣାଣି ଆରମ୍ଭ ହୋଇଛି । ଏହି ମହାଅଭିଯୋଗ ଶୁଣାଣିରେ ଟ୍ରମ୍ପଙ୍କୁ ଆଶ୍ବସ୍ତି ମିଳିନାହିଁ । ହ୍ବାଇଟ ହାଉସ ଛାଡିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ଶୁଣାଣି ଅସାମ୍ବିଧାନିକ । ଫଳରେ ଟ୍ରମ୍ପଙ୍କ ଓକିଲ ପକ୍ଷରୁ ଆବେଦନକୁ ସିନେଟ ଖାରଜ କରିଦେଇଛି ।

ପ୍ରଥମ ଥର ଆମେରିକାର କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ଆସିଛି । ଏହା ସହ ଦୁଇଟି ମହାଯୋଗର ସାମ୍ନା କରିଥିବା ପ୍ରଥମ ରାଷ୍ଟ୍ରପତି ହେଉଛନ୍ତି ଟ୍ରମ୍ପ । ମଙ୍ଗଳବାର ଶୁଣାଣି ବେଳେ ସାମ୍ବିଧାନିକ ମତଦାନ କରାଯାଇଥିଲା । ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକ 50-50 ଭାଗ କରାଯାଇଥିଲା । ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ହେଲେ 67 ଖଣ୍ଡ ଭୋଟର ଆବଶ୍ୟକ ରହିଛି ।

ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିବା ପାଇଁ 6 ଜାନୁଆରୀକୁ ସେ ଆମେରିକାର କ୍ୟାପିଟୋଲ (ସଂସଦ ଗୃହ)ରେ ଦଙ୍ଗା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏହା ଡେମୋକ୍ରାଟିକ ପାର୍ଟିର ସଦସ୍ୟମାନେ ଦାବି କରିଛନ୍ତି ଯେ, ସେମାନେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ସିନେଟକୁ କିଛି ନୂତନ ବିନାଶକାରୀମାନେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ସିନେଟକୁ ପ୍ରମାଣ ଦେବେ । ଯେଉଁଥିରୁ ସ୍ପଷ୍ଟ ହେବ ଯେ, କ୍ୟାପିଟୋଲ ହିଂସାରେ ଟ୍ରମ୍ପ ଜଡିତ ଥିଲେ ।

ଏହା ସହ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟମାନେ ଦାବି କରିଛନ୍ତି ଯେ ସେମାନେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ସିନେଟକୁ କିଛି ନୂତନ 'ବିନାଶକାରୀ ପ୍ରମାଣ' ଦେବେ । ଯାହା ପ୍ରମାଣ କରିବ ଯେ ପୂର୍ବତନ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଜାନୁଆରୀ 6ରେ କ୍ୟାପିଟାଲ ବିଲଡିଂରେ ହିଂସା ସୃଷ୍ଟି ହୋଇଥିଲା।

ସିନେଟ କାର୍ଯ୍ୟକତ୍ତାଙ୍କ ଉପସ୍ଥିତିରେ ମହାଅଭିଯୋଗର ଶୁଣାଣି କରିଥିଲେ । ସେପଟେ ସିନେଟର୍ସ ନିରପେକ୍ଷ ପକ୍ଷେ ଶୁଣାଣି ହୋଇଥିଲା । ଶୁଣାଣିର ପ୍ରଥମେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ଅଭିଯୋଗ ସାମ୍ବିଧାନିକ କି ନୁହେଁ ବିତର୍କ କରାଯାଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.