ETV Bharat / international

ବିଡେନଙ୍କୁ ଲଜ୍ଜିତ କରିଛି ଟ୍ରମ୍ପଙ୍କ ହାର ଅସ୍ବୀକାର - trumps refusal to concede defeat

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହାକୁ ସ୍ବୀକାର କରୁନାହାଁନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହାକୁ ନେଇ ବିଡେନ ଅତ୍ୟନ୍ତ ବିରକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ହାର ସ୍ବୀକାର ନ କରିବା ବିଡେନ ଲଜ୍ଜିତ କରିଛି

author img

By

Published : Nov 11, 2020, 12:58 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନ ସ୍ପଷ୍ଟ ବହୁମତ ପାଇଛନ୍ତି । ଆଜି ପର୍ଯ୍ୟନ୍ତ ଡୋନାଲ୍ଡ ଟ୍ରମ୍ପ ନିଜର ହାର ସ୍ବୀକାର କରୁନାହାଁନ୍ତି । ଟ୍ରମ୍ପଙ୍କ ଏପରି ଆଚରଣରେ ବିରକ୍ତି ପ୍ରକାଶ କରିଛନ୍ତି ବିଡେନ । ଯାହାକୁ ଅତି ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ବିଡେନ ।

ବିଡେନ କହିଛନ୍ତି, ଟ୍ରମ୍ପ ପରାଜୟ ସ୍ବୀକାର ବା ନ କରନ୍ତୁ, କ୍ଷମତା ହସ୍ତାନ୍ତର କରିବାରେ କୌଣସି ପ୍ରଭାବ ପକାଇବ ନାହିଁ । ଏନେଇ ସେ ବିଶ୍ବ ନେତାଙ୍କ ସହ ଆଲୋଚନା କରିସାରିଲେଣି ।

ଡେଲାୱେୟର ୱିଲମିଙ୍ଗଟନରେ ବିଡେନ କହିଥିଲେ, ଟ୍ରମ୍ପଙ୍କ ଏପରି ବ୍ୟବହାର ତାଙ୍କୁ ଅତ୍ୟନ୍ତ ଲଜ୍ଜିତ କରିଛି । ଏଥିପାଇଁ ରାଷ୍ଟ୍ରପତି ଉତ୍ତରାଧିକାରୀ ପକ୍ଷରୁ କୌଣସି ସାହାଯ୍ୟ ମିଳିବ ନାହିଁ । ବିଶ୍ବ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା ପରେ ସେ ନିଶ୍ଚିତ ଯେ, ଆମେରିକା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ ପୁଣି ଥରେ ଶକ୍ତିଶାଳୀ ହେବ ।

ସାମ୍ବାଦିକମାନଙ୍କ ଟ୍ରମ୍ପ ଉପରେ ରଖାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବିଡେନ 20 ଜାନୁଆରୀରେ ସବୁ ଠିକ୍ ହେବ ବୋଲି ଆଶା କରିଛନ୍ତି । ଆମେରିକାର ପ୍ରମୁଖ 'ମିଡିଆ ନେଟୱାର୍କ' ବିଡେନଙ୍କୁ ନଭେମ୍ବର 3 ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନର ବିଜେତା ଘୋଷଣା କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.