ETV Bharat / international

ଇରାକ-ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପାଇଁ ଘୋଷଣା କରିପାରନ୍ତି ଟ୍ରମ୍ପ - ଆମେରିକା ସୈନ୍ୟ ପ୍ରତ୍ୟାହା

ଆଫଗାନିସ୍ତାନ ଓ ଇରାନରେ ଜିହାଦୀ ଗୋଷ୍ଠୀର ଅନେକ ସ୍ଲିପର ସେଲଗୁଡିକୁ ଶିକାର କରିଥିବା ଆମେରିକାର ସୈନ୍ୟଙ୍କ ପ୍ରତ୍ୟାହାର ପାଇଁ ଘୋଷଣା କରିପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...

ଇରାକ-ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପାଇଁ ଘୋଷଣା କରିପାରନ୍ତି ଟ୍ରମ୍ପ

author img

By

Published : Sep 9, 2020, 5:42 PM IST

ଓ୍ବାଶିଂଟନ: ଆଫଗାନିସ୍ତାନ ଓ ଇରାକରୁ ଆମେରିକା ସୈନ୍ୟଙ୍କ ପ୍ରତ୍ୟାହାର ନେଇ ଘୁବ ଶୀଘ୍ର ଘୋଷଣା କରିପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଫଗାନିସ୍ତାନ ଓ ଇରାନରେ ଜିହାଦୀ ଗୋଷ୍ଠୀର ଅନେକ ସ୍ଲିପର ସେଲଗୁଡିକୁ ଶିକାର କରିଛନ୍ତି ହଜାର ହଜାର ଆମେରିକାର ସୈନିକ । ତେବେ ବାରମ୍ବାର ବୋମା ବିସ୍ଫୋରଣ ଏବଂ ରକେଟ ମାଡ ଯୋଗୁଁ ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଢେମୀଙ୍କ ଉପରେ ବଢି ଚାଲିଛି ଚାପ । ତେବେ ଏନେଇ ଗତ ଅଗଷ୍ଟରେ ଆମେରିକା ଓ ଇରାକ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଇରାକରୁ ୟୁଏସ ଫୋର୍ସଙ୍କୁ ପ୍ରତ୍ୟାହାର କରିବା ନେଇ ପ୍ରତିଶୃତି ଦେଇଥିଲେ ଟ୍ରମ୍ପ ।

ଇରାନ ସମର୍ଥକ ଯୁଦ୍ଧ ଦ୍ବାରା ଆମେରିକାର ଟାର୍ଗେଟ ଉପରେ ଆକ୍ରମଣ ହୋଇଥିଲା । ଏନେଇ ଜିହାଦୀ ବିରୋଧୀ ପ୍ରୟାସର ଏକ ଅଂଶ ଭାବରେ ଦେଶରେ ନିୟୋଜିତ ପ୍ରାୟ 5,000 ହଜାର ଆମେରିକୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବାକୁ ଆହ୍ବାନ ଦେଇଥିଲେ ଇରାକ ସରକାର । ତେବେ 2011 ମସିହା ଶେଷରେ ଆମେରିକାର ସୈନ୍ୟ ଇରାକରୁ ଓହରି ଯାଇଥିଲେ ।

ସେହିପରି ଆଫଗାନିସ୍ତାନରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଫେବୃଆରୀରେ ସ୍ବାକ୍ଷରିତ ଦ୍ବିପାକ୍ଷିକ ଚୁକ୍ତି ଅନୁଯାୟୀ ଆମେରିକାର ବର୍ତ୍ତମାନ 8,600 ସୈନିକ ଏଠାରେ ଅଛନ୍ତି । ଅଗଷ୍ଟରେ ପେଣ୍ଟାଗନ କହିଛି ଯେ ଆଫଗାନିସ୍ତାନ ଶାନ୍ତି କଥାବାର୍ତ୍ତା ଚାଲିଥିବାରୁ 5000 ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ଲକ୍ଷ୍ୟ ରଖାଯାଇଛି ।

ଟ୍ରମ୍ପ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ଯେ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନସୁଦ୍ଧା ଆଫଗାନିସ୍ତାନରୁ ପାଖିପାଖି 4,000ରୁ 5000 ସୈନ୍ୟଙ୍କୁ ପ୍ରତ୍ୟାହାର କରିବାର ଲକ୍ଷ ରଖିଛି ଆମେରିକା । ଆମେରିକା-ତାଲିବାନ ଚୁକ୍ତି ଅନୁଯାୟୀ, ସମସ୍ତ ବିଦେଶୀ ସୈନ୍ୟମାନଙ୍କୁ 2021ସୁଦ୍ଧା ଦେଶ ଛାଡିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.