ୱାଂଶିଟନ: ବିଶ୍ବର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ କୋରୋନା ଭୟ । ଏହି ଡରରେ କୋରୋନା ପରୀକ୍ଷା କରିଛନ୍ତି ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । 2 ସଂକ୍ରମିତଙ୍କ ସଂସ୍ପର୍ଶ ଆସିବା ପରେ ସେ କୋରୋନା ପରୀକ୍ଷା କରିଛନ୍ତି । ଟ୍ରମ୍ପଙ୍କ ରିପୋର୍ଟ ନେଗେଟିଭ ରହିଥିବାରୁ ବର୍ତ୍ତମାନ ସେ କୋରୋନା ମୁକ୍ତ ।
ଗତ ଶନିବାର ଏକ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଯାଇ ଟ୍ରମ୍ପ କହିଥିଲେ, ସେ 2 ସଂକ୍ରମିତଙ୍କ ସଂସ୍ପର୍ଶ ଆସିଥିଲେ । ଫଳରେ ଗତ ଶୁକ୍ରବାର ତାଙ୍କର କୋରୋନା ପରୀକ୍ଷା କରାଯାଇଛି । ତେବେ ଖୋଦ୍ ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ହିଁ କୋରୋନା ଟେଷ୍ଟ କରିବାକୁ କହିଥିଲେ ।
ଏକ ପ୍ରେସ୍ ସେକ୍ରେଟାରୀରେ ଟ୍ରମ୍ପ ଓ ବ୍ରାଜିଲର ରାଷ୍ଟ୍ରପତିଙ୍କ ସହ ଭେଟ ହେବା ପରେ କୋରୋନା ଟେଷ୍ଟ କରାଯିବା ନେଇ ପ୍ରଶ୍ନ ଉଠୁଥିଲା । କାରଣ ପ୍ରେସ ସେକ୍ରଟାରୀରେ କୋରୋନା ପଜେଟିଭ ମିଳିଥିଲା । ସେପଟେ, ହ୍ବାଇଟ ହାଉସର ସଚିବଙ୍କ କହିଥିଲେ, ଟ୍ରମ୍ପଙ୍କୁ କୌଣସି ଟେଷ୍ଟର ଆବଶ୍ୟକତା ନାହିଁ ।
ସୂଚନାଯୋଗ୍ୟ, ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 40ରେ ପହଞ୍ଚିଛି । 13ଶହରୁ ଅଧିକ ସଂକ୍ରମିତ । ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଟ୍ରମ୍ପ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ସହ ଏହାର ମୁକାବିଲା ପାଇଁ 50 ମିଲିୟନ ଡଲାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।