ୱାଶିଂଟନ: ମହାମାରି କୋରୋନା ସଂକ୍ରମଣ ମଧ୍ୟରେ ଟୁଲସାରେ ଶନିବାର ପ୍ରଥମ ନିର୍ବାଚନ ପ୍ରଚାର ରାଲି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଏହି ରାଲିରେ ଟ୍ରମ୍ପଙ୍କ ପ୍ରସଂଶକ ଏବଂ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଯାହାପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି ।
କୋରୋନା ଭାଇରସର ସଂକ୍ରମଣ ଏବଂ ପୋଲିସ ଦ୍ବାରା ଶ୍ୟାମଳ ଲୋକଙ୍କ ହତ୍ୟା ଘଟଣାକୁ ଦୃଷ୍ଟିରେ ରଖି ଦୀର୍ଘଦିନ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତିଙ୍କର କୌଣସି ରାଲି ଅନୁଷ୍ଠିତ ହୋଇନଥିଲା । ତେବେ ଶନିବାର ଏହି ରାଲି ହେବାପରେ ଟ୍ରମ୍ପଙ୍କ ବିରୋଧୀ ଏଠାରେ ଏକଜୁଟ ହୋଇ ପ୍ରଦର୍ଶନ କରିଥିଲେ । ଏହି ସମୟରେ ପ୍ରଦର୍ଶନକାରୀ ବ୍ଲାକ ଲାଇଭସ୍ ମ୍ୟାଟରର ନାରା ଦେଇଥିଲେ ।
ସହରର କେନ୍ଦ୍ରରେ ସ୍ଥିତ ମାର୍ଗରେ ଶହ ଶହ ଲୋକ ପ୍ରଦର୍ଶନ କରିଥିଲେ । ଯାହାଦ୍ବାରା ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । କିନ୍ତୁ ଘଟଣାରେ ପୋଲିସ ଏବେସୁଦ୍ଧା ଅଳ୍ପଜଣଙ୍କୁ ଗିରଫ କରିଥିବା ଜଣାପଡିଛି । କେତେକ ପ୍ରଦର୍ଶନକାରୀ ଟ୍ରମ୍ପ ବିରୋଧୀ ନାରା ଦେଇଥିବା ବେଳେ ଅନ୍ୟ କେତେଜଣ ଟ୍ରମ୍ପ ସମର୍ଥକଙ୍କ ସହ ମୁହାଁମୁହିଁ ହୋଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦର୍ଶନକାରୀଙ୍କ ପିଛା କରିଥିଲା । ଏହି ସମୟରେ ଟ୍ରମ୍ପଙ୍କର ଜଣେ ପ୍ରସଂଶକ ଟ୍ରକରୁ ଓହ୍ଲାଇ ପ୍ରଦର୍ଶନକାରୀଙ୍କ ଉପରେ ବ୍ଲାକ ପେପର ସ୍ପ୍ରେ କରିଥିଲା । ପରେ ପୋଲିସ ଏକ ଗ୍ୟାସର ପ୍ରୟୋଗ କରି ସେମାନଙ୍କୁ ସେଠାରୁ ହଟାଇବାକୁ ପ୍ରୟାସ କରିଥିଲା ।
ସୂଚନାଯୋଗ୍ୟ ଯେ, କୋରୋନା ପ୍ରତିବନ୍ଧକ ଥିବା ସତ୍ବେ ଟ୍ରମ୍ପ ପ୍ରସଂଶକ 19,000 ଆସନ ବିଶିଷ୍ଟ ବିଓକେ ସେଣ୍ଟରରେ ଆୟୋଜିତ ଏହି ରାଲିରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମାସ୍କ ପିନ୍ଧିନଥିବା ଦେଖାଯାଇଥିଲା ।