ETV Bharat / international

ପୁଣି ଚୀନକୁ କୋରୋନା ସଂକ୍ରମଣ ପାଇଁ ଦାୟୀ କଲା ଆମେରିକା - କୋରୋନା ସଂକ୍ରମଣ

ପୁଣି ଚୀନ ଉପରେ ଆମେରିକା ଆକ୍ରମଣ । ପୁଣି କୋରୋନା ପାଇଁ ଚୀନକୁ ଦାୟୀ କଲା ଆମେରିକା । ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖପାତ୍ର କହିଛନ୍ତି ଯେ ଟ୍ରମ୍ପ ବିଶ୍ବାସ କରନ୍ତି ଯେ ସମଗ୍ର ବିଶ୍ବରେ ମାରାତ୍ମକ କୋରୋନା ବିସ୍ତାର ପାଇଁ ଚୀନ ଦାୟୀ।

କୋରୋନା ସଂକ୍ରମଣ
କୋରୋନା ସଂକ୍ରମଣ
author img

By

Published : Jun 23, 2020, 4:07 PM IST

ୱାସିଂଟନ: ପୁଣି ଚୀନ ଉପରେ ଆମେରିକା ଆକ୍ରମଣ । ପୁଣି କୋରୋନା ପାଇଁ ଚୀନକୁ ଦାୟୀ କଲା ଆମେରିକା । ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖପାତ୍ର କହିଛନ୍ତି ଯେ ଟ୍ରମ୍ପ ବିଶ୍ବାସ କରନ୍ତି ଯେ ସମଗ୍ର ବିଶ୍ବରେ ମାରାତ୍ମକ କୋରୋନା ବିସ୍ତାର ପାଇଁ ଚୀନ ଦାୟୀ। ଯେଉଁ କାରଣରୁ ସମଗ୍ର ବିଶ୍ବରେ ସାଢେ ଚାରି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କେବଳ ଆମେରିକାରେ 1 ଲକ୍ଷ 22 ହଜାର ଲୋକ ପ୍ରାଣ ହରାଇଛନ୍ତି।

ହ୍ବାଇଟ ହାଉସର ପ୍ରେସ ସଚିବ କୈଲି ମ୍ୟାକନେନି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଷ୍ଟ୍ରପତି କେବେ ବି କୋରୋନା ପାଇଁ ଚୀନକୁ ଦାୟୀ କରୁଥିବାରୁ ଦୁଃଖ ପ୍ରକାଶ କରିନାହାଁନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ସେ ଆମେରିକାର ସୈନିକମାନଙ୍କ ସହ ଛିଡା ହୋଇଛନ୍ତି ଯାହାଙ୍କୁ ନେଇ ଚୀନ୍ ଅପପ୍ରଚାର କରୁଛି । ଗତ ସପ୍ତାହରେ ଟୁଲସା ରାଲିରେ ଟ୍ରମ୍ପ ‘କୁଙ୍ଗ ଫ୍ଲୁ’ ଶବ୍ଦକୁ ଭାଇରସ ପାଇଁ ବ୍ୟବହାର କରିଥିଲେ ।

ତେବେ ଟ୍ରମ୍ପ କାହିଁକି ଏ ଶବ୍ଦ ପ୍ରୟୋଗ କରିଥିଲେ ବୋଲି ପଚରାଯିବାରୁ ପ୍ରେସ ସଚିବ କହିଛନ୍ତି, ଏଥିରେ କୌଣସି ଜାତିପ୍ରଥା ଭାଷା ବ୍ୟବହାର କରିନାହାଁନ୍ତି ଟ୍ରମ୍ପ । ରାଷ୍ଟ୍ରପତି କେବଳ ସୂଚାଇ ଦେଇଛନ୍ତି ଯେ ଚୀନରୁ ଏହି ଭୂତାଣୁ ବାହାରିଛି।

ପ୍ରେସ ସଚିବ କହିଛନ୍ତି ଯେ ଟ୍ରମ୍ପ ଏସିଆ-ଆମେରିକୀୟ ଲୋକଙ୍କ ପାଇଁ ନୁହେଁ ବରଂ ଭାଇରସର ଉତ୍ପତ୍ତି ସହିତ ଏହାର ସଂଯୋଗ ପାଇଁ ବ୍ୟବହାର କରୁଛନ୍ତି। ସେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆମେରିକା ଓ ସମଗ୍ର ବିଶ୍ବରେ ଆମେରିକା ନିଜର ଏସୀୟ ଆମେରିକୀୟ ସମ୍ପ୍ରଦାୟକୁ ସୁରକ୍ଷା ଦେଇଥାଏ। ସେଠାକର ଲୋକେ ବହୁତ ନିରିହ । ସେମାନେ ଭାଇରସ ନିରାକରଣ ପାଇଁ ଆମର ସହାୟତା କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ମିଡିଆ ଚୀନ ଭାଇରସ, ଉହାନ ଭାଇରସ ନିଜେ କହି ରାଷ୍ଟ୍ରପତିଙ୍କୁ ଦୋଷ ଦେଉଛନ୍ତି । ମିଡିଆ ଏହି ଭାଇରସ ଶବ୍ଦାବଳୀ ସହ ଖେଳୁଛି କିନ୍ତୁ ସମସ୍ତଙ୍କ ଧ୍ୟାନ ଏଥିପ୍ରତି ରହିବା ଉଚିତ୍ କି ଚୀନ ବିଶ୍ବରେ ଭାଇରସକୁ ବିସ୍ତାର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.