ETV Bharat / international

ଜାତିଆଣ ବିରୋଧୀ ଆନ୍ଦୋଳନ ଯୋଗୁଁ ବଢିଛି ଆମେରିକାରେ କୋରୋନା ପ୍ରଭାବ - ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ମୁତାବକ ଦେଶରେ ଆନ୍ଦୋଳନ ଆରମ୍ଭ ହେବା ପରେ ଅଧିକ ମାତ୍ରାରେ ଯୁବପିଢି କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆନ୍ଦୋନରେ ସାମାଜିକ ଦୂରତା ନିୟମ ଭଙ୍ଗ ହୋଇଥିବାରୁ ଏପରି ଘଟିଥିବା ସେ ପ୍ରକାଶ କରିଛନ୍ତି ।

antiracism protest in us, corona update in us, us president donald trump, antiracism protest raised corona cases in us, ଆମେରିକାରେ ଜାତିଆଣ ବିରୋଧୀ ଆନ୍ଦୋଳନ, ଆମେରିକାରେ କୋରୋନା ସଂକ୍ରମଣ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆମେରିକାରେ ସଂକ୍ରମଣ ବଢାଉଛି ଜାତିଆଣ ବିରୋଧୀ ଆନ୍ଦୋଳନ
ଜାତିଆଣ ବିରୋଧୀ ଆନ୍ଦୋଳନ ଯୋଗୁଁ ବଢିଛି ଆମେରିକାରେ କୋରୋନା ପ୍ରଭାବ
author img

By

Published : Jul 24, 2020, 6:21 AM IST

ୱାଶିଂଟନ: ଆମେରିକାରେ ମିନିଆପୋଲିସ ପୋଲିସ ହେପାଜତରେ ଆଫ୍ରିକାନ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ମୁଣ୍ଡ ଟେକିଥିଲା ଡାତିଆଣ ବିରୋଧୀ ଆନ୍ଦୋଳନ । ଏହି ଆନ୍ଦୋଳନର ମାତ୍ରା ଏତେ ତୀବ୍ରତର ଥିଲା କି ମାସ ମାସ ଧରି ପ୍ରାୟ ପ୍ରତ୍ୟେକ ଦିନ ସାଧାରଣ ଜନତା ରାସ୍ତାକୁ ଓହ୍ଲାଉଥିବା ବେଳେ ସାରା ବିଶ୍ବ ଏଥିରେ ପ୍ରଭାବିତ ହୋଇଥିଲା । ଏମିତିରେ ଦେଶରେ କୋରୋନା ସଂକ୍ରମଣରେ ବୃଦ୍ଧି ପାଇଁ ଏହି ଆନ୍ଦୋଳନ ଦାୟୀ ବୋଲି ଟ୍ରମ୍ପ ଆକ୍ଷେପ କରିଛନ୍ତି ।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗ ଦେଇଥିବା ବେଳେ ତାଙ୍କୁ କୋରୋନା ସଂକ୍ରମଣରେ ଦେଶର ସ୍ଥିତି ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ଦେଇ ଏଥିପାଇଁ ବିଭିନ୍ନ ଦିଗକୁ ଦୋଷ ଛାଟିବା ଆରମ୍ଭ କରିଥିଲେ । ଆଉ ଏଥର ତାଙ୍କର ଟାର୍ଗେଟ ସାଜିଥିଲା ଦେଶରେ ମୁଣ୍ଡ ଟେକିଥିବା ଜାତିଆଣ ବିରୋଧୀ ଆନ୍ଦୋଳନ । ତାଙ୍କ କହିବା ମୁତାବକ ଦେଶରେ ଆନ୍ଦୋଳନ ଆରମ୍ଭ ହେବା ପରେ ଅଧିକ ମାତ୍ରାରେ ଯୁବପୀଢି କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆନ୍ଦୋନରେ ସାମାଜିକ ଦୂରତା ନିୟମ ଭଙ୍ଗ ହୋଇଥିବାରୁ ଏପରି ଘଟିଥିବା ସେ ପ୍ରକାଶ କରିଛନ୍ତି ।

କେବଳ ସେତିକି ନୁହେଁ ବର୍ତ୍ତମାନର ଯୁବପୀଢି ନିୟମ ନମାନି ବାହାରେ ସାର୍ବଜନୀନ ସ୍ଥାନ ଯଥା ବାର୍‌, ପବ୍‌ ଓ ବିଚ୍‌ରେ ଏକାଠି ହେଉଥିବାରୁ ମଧ୍ୟ ସଂକ୍ରମଣ ବଢୁଥିବା ସେ ଆକ୍ଷେପ କରିଥିଲେ । ହେଲେ ସେ ଏକଥାର ଉତ୍ତର ନଦେଇ ପ୍ରଶ୍ନଟିକୁ ଚତୁରତାର ସହ ଏଡାଇ ଦେଇଥିଲେ । ପ୍ରଶ୍ନଟି ଥିଲା ଆନ୍ଦୋଳନ ପରେ ନ୍ୟୁୟର୍କରେ ସଂକ୍ରମଣର ମାତ୍ରା ଓ ମୃତ୍ୟୁ ହାରରେ ହ୍ରାସ ପଛର କାରଣ । ଓଲଟା ସେ ଏହା କହିଥିଲେ କି ଆନ୍ଦୋଳନ ଯୋଗୁଁ ଦେଶର 30ଟି ରାଜ୍ୟରେ ସଂକ୍ରମଣ ମାତ୍ରା ପୂର୍ବାପେକ୍ଷା ଢେର ବୃଦ୍ଧି ପାଇଛି ।

ତେବେ ମେକ୍ସିକୋରେ ବଢୁଥିବା ସଂକ୍ରମଣ ମାତ୍ରା ପାଇଁ ମଧ୍ୟ ସେ ଚିନ୍ତା ପ୍ରକାଶ କରିଥିବା ଦେଖାୟାଇଥିଲା । ଅନ୍ୟ ଏକ ପ୍ରଶ୍ନରେ ଯେବେ ତାଙ୍କୁ ଶିଶୁଙ୍କ ପାଇଁ ସ୍କୁଲ ଖୋଲିବା ନେଇ ପଚରାଯାଇଥିଲା, ଏହାର ଉତ୍ତର ଦେଇ ସେ କହିଥିଲେ କି ଶିଶୁମାନଙ୍କ ଦ୍ବାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ନାହିଁ । ତେଣୁ ସେ ସ୍କୁଲଗୁଡିକ ପୁଣି ଖୋଲିବା ପାଇଁ ଚିନ୍ତା କରୁଥିବା କହିଥିଲେ ।

ପ୍ରକାସ ଥାଉ କି କୋରୋନା ସଂକ୍ରମଣରେ ଆମେରିକା ବର୍ତ୍ତମାନ ବିଶ୍ବରେ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି । ବର୍ତ୍ତମାନ ସୁଦ୍ଧା ଏଠାରେ 3,967,917 ଜଣ ଆକ୍ରାନ୍ତ ରହିଥିବା ବେଳେ 143,147 ଜଣଙ୍କ ମୃତ୍ୟୁ ହୋଇସାରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.