ୱାଶିଂଟନ: କୋରୋନାରେ ପ୍ରାଣ ହରାଥିବା ଆମେରିକୀୟଙ୍କୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ଦେଶରେ ଜାତୀୟ ପତାକାକୁ ଅର୍ଦ୍ଧନିମିତ କରାଯିବ । ତିନି ଦିନ ଧରି ଦେଶରେ ଜାତୀୟ ପତାକାକୁ ଅର୍ଦ୍ଧନିମିତ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଟ୍ବିଟ କରି ଜଣାଇଛନ୍ତି ।
ଟ୍ରମ୍ପ କହିଛନ୍ତି, କୋଭିଡ ପାଇଁ ଜୀବନ ହାରିଥିବା ପ୍ରତ୍ୟେକ ଆମେରିକୀୟଙ୍କ ସ୍ମୃତିରେ ଆସନ୍ତା ତିନି ଦିନ ଧରି ସମସ୍ତ ଫେଡେରାଲ ବିଲଡିଂ ଏବଂ ନ୍ୟାସନାଲ ସ୍ମାରକୀ ଉପରେ ପତାକାକୁ ଅର୍ଦ୍ଧ ରଖାଯିବ ।
ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ପାଇଁ ଯେଉଁମାନେ ନିଜକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ସମ୍ମାନାର୍ଥେ ପତାକା ଅର୍ଦ୍ଧନିମିତ ରହିବ । ସୋମବାର ସେନାର ସମସ୍ତ ପୁରୁଷ ବର୍ଗ ଓ ମହିଳାଙ୍କ ପାଇଁ ଏହି ସମ୍ନାନ ଜଣାଯିବ । ଗତ ସୋମବାର ସେମାନଙ୍କ ସ୍ମୃତିରେ ଆମେରିକା ମେମୋରିଆଲରେ ଛୁଟି ଦିନ ପାଳନ କରାଯାଇଛି । ବର୍ତ୍ତମାନ ଆମେରିକାରେ କୋରୋନାରେ 87 ହଜାରରୁ ଊର୍ଦ୍ଧ୍ବ ମୃତ୍ୟୁବରଣ କରିସାରିଲେଣି । ଏହା ସହ 15 ଲକ୍ଷ ପାଖାପାଖି ସଂକ୍ରମିତ ହୋଇଛନ୍ତି ।